ଅପହଞ୍ଚ ଇଲାକାର କରୁଣ କାହାଣୀ : ପୁଣି ଖଟିଆରେ ବୁହା ହେଲେ ଗର୍ଭବତି ମହିଳା

57 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାର ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ୍ରେ ଏବେ ବି ବିକାଶ ସାତ ସପନ ପାଲଟିଛି l ସ୍ଵାଧିନତା ର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ଗ୍ରାମାଞ୍ଚଳ କୁ ଭଲ ରାସ୍ତା ନ ଥିବାରୁ ଖଟିଆରେ ବୁହା ହେଉଛନ୍ତି ଗର୍ଭବତି ମହିଲା l ଏହିଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଲିଛି ଥୁଆମୂଳ ରାମପୁର ବ୍ଲକ ର ତଲଝାପି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖମାରପଡା ଗ୍ରାମରେ l ଖମାରପଦା ରୁ ବଡଦର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ଟିଏ ନଥିବା ବେଳେ ନଦୀ ପାରିହେବାକୁ ପୋଲ ମଧ୍ୟ ନାହିଁ l ଫଳରେ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ସେହି ଗାଁ ର ପୁରୁଷୋତ୍ତମ ସୁନାନି ଙ୍କ ପତ୍ନି ସୁମତି ଦେଇ ( ୨୬) ଙ୍କୁ ଗର୍ଭ ବେଦନା ଭୋଗୁଥିବା ଅବସ୍ଥାରେ ଖଟିଆରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବୋହି ଆଣିବା ଭଳି ଏକ କରୁଣ ଦ୍ରୁଶ୍ୟ ଦେଖିବାକୁ ମିଲିଛି l

ପ୍ରାପ୍ତ ସୁଚନା ମତେ ସୁମତିଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନା ନେବାକୁ ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ , ତେବେ ଗାଁ କୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଚାଳକ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଗର୍ଭବତି ମହିଳା ଙ୍କୁ ଆଣିବା ପାଇଁ କହିଥିଲେ l ଏହିଭଳି ପରିସ୍ଥିତିରେ ଆଉ ଅନ୍ୟ କିଛି ଉପାୟ ନଥିବାରୁ ବାଧ୍ୟ ହୋଇ ପରିବାର ଲୋକେ ସୁମତିଙ୍କୁ ଏକ ଖଟିଆ ସାହାଯ୍ଯ ରେ ନଦୀ ପାରି କରି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ବୋହି ଆଣିଥିଲେ ଏବଂ ସେଠାରୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଦାକ୍ତରଖାନାକୁ ନେଇ ଥିଲେ l ସେଠାରେ ସୁମତି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ଜଣାପଡିଛି l ସରକାର ଗ୍ରାମାଞ୍ଚଳ ର ବିକାଶ ତଥା ଗମନାଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତୃଣ ମୁଲ ସ୍ତରରେ ତାର ସଠିକ୍ ବିନିଯୋଗ ହୋଇପାରୁ ନଥିବାରୁ ସ୍ଵାଧିନତା ର ସ୍ଵାଦ ଚାଖି ବାରେ ବର୍ତ୍ତମାନ ସୁଦ୍ଧା ବଞ୍ଚିତ ହୋଇଛନ୍ତି ଥୁଆମୂଳ ରାମପୁର ବ୍ଲକ୍ ର ନିରିହ ଜନସାଧାରଣ l ତେଣୁ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳ ବାସି ଦାବି କରିଛନ୍ତି l

Related Post

ମାଓବାଦୀ ଗୁଳିବିନିମୟରେ ଅନୁଗୁଳ ମାଟିର ପୁଅ ସହୀଦ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହୀଦଙ୍କ ହେଲା ଶେଷକୃତ

Posted by - September 12, 2020 0
ରିପୋଟର …. ଅନୁଗୁଳ :(ମହେଶ ଭୋମରାଜ)କନ୍ଧମାଳରେ ମାଓବାଦୀଙ୍କ ସହ ଗୁଳିବିନିମୟରେ ଗତକାଲି ୫ ମାଓବାଦୀ ନିପାତ ହୋଇଥିବା ବେଳେ ୨ ଯବାନ ସହିଦ ହୋଇଛନ୍ତି । ଏହି…

ଶ୍ରୀକ୍ଷେତ୍ରରେ ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା,ସବ୍ୟର୍ଚ୍ଚିତାଙ୍କୁ ବିବାହର ଶୁଭେଚ୍ଛା ଜଣାଇଲେ

Posted by - March 21, 2021 0
ପୁରୀ: ଶ୍ରୀକ୍ଷେତ୍ରରେ ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ବଲିଉଡ ଫିଲ୍ମ ସୁପରଷ୍ଟାର ଗୋବିନ୍ଦା ଓ ତାଙ୍କ ଧର୍ମ ପତ୍ନୀ । ସେ…

ନବରଙ୍ଗପୁର ରେ ମହିଳା ମାଓବାଦୀର ଆତ୍ମ ସମର୍ପଣ

Posted by - December 11, 2021 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ )ଛତିଶଗଡ଼ ମେନପୁର ଡିଭିଜନର ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ କମଲେଶ୍ୱରୀ ମରେଇ ଓରଫ ଅମିଲା ଆତ୍ମସମର୍ପଣ କରିଥିବା ଜଣାଯାଇଛି। ସେ ଦକ୍ଷିଣାଞ୍ଚଳ ଡିଆଇଜି…

ରାୟଗଡ଼ା ରେ ଆଦାନି ଏଣ୍ଟରପ୍ରାଇଜେସ ଲିମିଟେଡ ସ୍ଥାପନ କରିବ ଆଲୁମିନା ରିଫାଇନାରି

Posted by - August 11, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଚ୍ଚସ୍ତରିୟ ମଞ୍ଜୁରି କର୍ତ୍ତୁପକ୍ଷ ବୈଠକରେ (HCLA) ୭୪,୬୨୦.୧୮ କୋଟି ଟଙ୍କାର ନିବେଶ…

ଫୋନି ପ୍ରଭାବିତଙ୍କୁ ମାଗଣାରେ କିରୋସିନ୍‌ ଯୋଗାଇବ ଅଏଲ ଇଣ୍ଡିଆ

Posted by - May 13, 2019 89
ଭୁବନେଶ୍ବର:ବାତ୍ୟା ବିପନ୍ନଙ୍କୁ ୧୦ଲକ୍ଷ ଲିଟର କିରୋସିନ୍ ଯୋଗାଇ ଦେବାକୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ଟ୍ଟନାୟକ। ତେବେ କିରୋସିନ ବଦଳରେ…