Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ଦ୍ଵାରା ସାଇପ୍ରିୟା ୱେଲଫର ଷ୍ଟ୍ରଟ ପରିସରରେ ବୃକ୍ଷ ଚାରା ରୋପଣ

219 0

ରାୟଗଡା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା। ଆଜିର ଏହି ପବିତ୍ର ଦିନ ଅବସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ ଡ଼ିଷ୍ଟ୍ରିକ୍ଟର ଶୁଭ ଉଦଘାଟନ ସ୍ଥାନୀୟ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲଫର ଷ୍ଟ୍ରଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଉଦଘାଟନୀ ସଭାକୁ ସଂଘର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ଓ ନିୟମଗିରି ନିଉଜ ଚ୍ୟାନେଲର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ବି. କାନ୍ତରାଓ ଯୋଗଦେଇ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ ଡ଼ିଷ୍ଟ୍ରିକ୍ଟର ଉତ୍ତରୋତର କାମନା କରିବା ସହ ଆଗାମୀ ଦିନ ମାନଙ୍କରେ ସଂଘକୁ ସୁଦୃଢ଼ କରିବା ଏବଂ ସମାଜ ଓ ସାମ୍ବାଦିକଙ୍କ ହିତରେ କାର୍ଯ୍ୟମାନ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ସଂଘର ସଭାପତି ଶ୍ରୀ ଖାଡାଙ୍ଗା ସଂଘକୁ ଏକ ସୁଗଠିତ ସଂଘ ଭାବେ ଗଢି ତୋଳିବା ପାଇଁ ଉଦ୍ୟମ ଜାରି ରହିଥିବା କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆଜିର ଏହି ଉଦଘାଟନ ସଭାରେ ସମସ୍ତ ଅତିଥୀଙ୍କ ଦ୍ୱାରା ଉଦଘାଟନୀ କ୍ୟାକ କଟା ଯାଇଥିବା ବେଳେ ସାଇପ୍ରିୟା ୱେଲଫର ଷ୍ଟ୍ରଟ ପରିସରରେ ବୃକ୍ଷ ଚାରା ରୋପଣ କରାଯାଇଥିଲା । ଉକ୍ତ ସଭା କାର୍ଯ୍ୟକୁ ସଂଘର ଉପଦେଷ୍ଟା ଶ୍ରୀ ସରୋଜ କୁମାର ସାହୁ ପରିଚାଳନା କରିଥିବା ବେଳେ ଉପ ସଭାପତି ଶ୍ରୀ ଶ୍ରୀନିବାସ ବଳିୟାର ସିଂ, ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ, ସଭ୍ୟ ଶ୍ରୀନାଥ ତାଡିଙ୍ଗି, କେ. ନିଳିମା, ରୋହିତ ଜେନା ଓ ଆର. ରାମ ପ୍ରକାଶ ପ୍ରମୂଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Related Post

କେସିଙ୍ଗା ଜୈନ ସମାଜ ତରଫ ରୁ “ଆତ୍ମ ହତ୍ୟା ମୁକ୍ତ ଭାରତ “ଜାଗରଣ ସଚେତନତା

Posted by - September 10, 2023 0
କେସିଙ୍ଗା :(ପ୍ରିତେଶ ପଟେଲ୍) ଜୈନ ଆଚାର୍ଯ୍ୟ ଶ୍ରୀ ବିଜୟ ରାଜ୍ୟ ଜୀ ଙ୍କ ଆହ୍ୱାନ କ୍ରମେ ସ୍ଥାନକ ବାସୀ ଜୈନ ସମାଜ ପକ୍ଷରୁ ଆତ୍ମହତ୍ୟା ମୁକ୍ତ ଭାରତ…

ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗରୋଧ କେନ୍ଦ୍ରରେ ସାବିତ୍ର୍ରୀ ବ୍ରତ ପାଳିଲେ ମହିଳା ।

Posted by - May 23, 2020 2
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗରୋଧ କେନ୍ଦ୍ରରେ ସାବିତ୍ର୍ରୀ ବ୍ରତ ପାଳିଲେ ମହିଳା । ଯାଜପୁର ବ୍ଲକ ସିମିଳିଆ ପଂଚାୟତର ସରପଂଚଙ୍କ…

ମଙ୍ଗଳବାର ମାଁ ଭଣ୍ଡାର ଘରଣୀ ଙ୍କ ଚୈତ୍ର ଯାତ୍ରା।,ଆରମ୍ଭ ହେଲା ମାଁ ଙ୍କ ନଗର ପରିକ୍ରମା

Posted by - March 27, 2023 0
ଧର୍ମଗଡ:୨୬/୨ ୩ (ହେମନ୍ତ କୁମାର ମାଝୀ )ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ଚୈତ୍ର ଯାତ୍ରା ଆସନ୍ତା ୨୮ ତାରିଖ ମଙ୍ଗଳବାର ଦିନ…

ସରକାରୀ ଜୟଚଣ୍ଡୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସଫଳତା

Posted by - August 4, 2020 12
ଯାଜପୁର ଅଫିସ : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ରେଜଲ୍ଟ ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇଯାଇଛି । ଦଶରଥପୁର ବ୍ଲକ କମାରଡ଼ିହି ପଞ୍ଚାୟତସ୍ଥିତି ସରକାରୀ ଜୟଚଣ୍ଡୀ…