Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ର‌୍ୟାଗିଂ ଉପରେ ରୋକ ଲଗାଇବା ନେଇ ଜିଲାପାଳଙ୍କ ବୈଠକ

60 0

ବୌଦ୍ଧ: (ଚିତ୍ତ ରଂଜନ ସିଂ) ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ର‌୍ୟାଗିଂ ଉପରେ ରୋକ ଲଗାଇବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅଧକ୍ଷତା କରିବାସହ ସମସ୍ତ ମହାବିଦ୍ୟାଳୟରେ କମିଟି ଗଠନ କରି ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡିକରେ ଯେପରି ର‌୍ୟାଗିଂ ଭଳି ଘଟଣା ନହୁଏ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ପାଇଁ ଯତ୍ନବାନ ହେବା, ଛାତ୍ରାବାସ ଦାୟିତ୍ୱରେ ଥିବା ଅଧ୍ୟକ୍ଷ , ୱାଡେନ ଛାତ୍ରାବାସ ନିକଟରେ ରହିବା ଓ ପ୍ରତିଦିନ ନିଶ୍ଚିତ ଭାବରେ ଦୁଇଥର ଛାତ୍ରାବାସ ପରିଦର୍ଶନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଏଥିସହିତ ଶାରୀରିକ ଓ ମାନସିକ ସ୍ତରରେ ର‌୍ୟାଗିଂର ପ୍ରଭାବ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ କାଉନସିଲିଂ ମାଧ୍ୟମରେ ସଚେତନ କରାଇବା , ର‌୍ୟାଗିଂରେ ସଂପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ଉଚିତ ଦଣ୍ଡବିଧାନ ସଂପର୍କରେ ସଚେତନ କରାଇବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ଶ୍ରୀମିଶ୍ର ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିବା ସହିତ ଅସୁବିଧା ଉପୁଜିଲେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେବାସହ ମହାବିଦ୍ୟାଳୟ ଗୁଡିକରେ ଏକ ହେଲପଲାଇନ ନମ୍ବର ରଖାଗଲେ ଛାତ୍ରଛାତ୍ରୀମାନେ ଅଭିଯୋଗ କରିପାରିବେ ବୋଲି ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗ୍ୟାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅଶ୍ୱିନୀ କୁମାର ମେହେର ,ଉପଜିଲ୍ଲାପାଳ ସନତ କୁମାର ନାଏକ, ତହସିଲଦାର ଦେବୀପ୍ରସାଦ ଦାଶ ଓ ଡେପୁଟି କଲେକ୍ଟର ଝରଣା ପ୍ରଧାନ ପ୍ରମୁଖ ଯୋଗଦେବାସହ ଜିଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗ ଦେଇଥିଲେ ।

Related Post

କବି ଚକ୍ରବର୍ତ୍ତୀ ଲାଲ ରତ୍ନାକର ସିଂହ ଶ୍ରଦ୍ଧାଞ୍ଜଳୀ ସଭା

Posted by - January 9, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ୱାଳ)ରେଙ୍ଗାଲି ମହାବୀର ଛକ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସ୍ଵାଧୀନ ଏକତା ସଂଗଠନ ପକ୍ଷରୁ ରାଜିବ କୁମାର ମିଶ୍ର ଙ୍କ ସଭାପତିତ୍ବ ରେ କବି ଚକ୍ରବର୍ତ୍ତୀ ଲାଲ…

ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମତିଥି ପାଳିତ

Posted by - August 21, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଯୁବ ମାନସ ର ପ୍ରତୀକ, ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମତିଥି କୁ ସାରା…

ଜୀବନବିନ୍ଦୁ ଓ ରେଡକ୍ରସ ପକ୍ଷରୁ ମିଳିତ ଭାବେ ରକ୍ତଦାତା ଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ

Posted by - January 1, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବିରଜା କଲ୍ୟାଣ ମଣ୍ଡପ ପରିସରରେ ଜୀବନବିନ୍ଦୁ ଓ ରେଡକ୍ରସ ପକ୍ଷରୁ ମିଳିତ ଭାବେ ରକ୍ତଦାତା ଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ଟିଟିଲାଗଡ ଗୁଲୁମୀ ଜଙ୍ଗଲ ଭିତରେ ଅଘଟଣ , ରତ୍ନପଥର ପାଇବା ଆଶାରେ କୂଅ ଭିତରକୁ ଯାଇ ୨ ମୃତ

Posted by - April 23, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ଲକ ମହୁଲପଡ଼ା ପଞ୍ଚାୟତ ଗୁଲୁମି ଜଙ୍ଗଲ ଭିତରେ ଥିବା ଚୋରା ରତ୍ନ ପଥର ଖଣି/ ମାଇନ୍ସ ଭିତରକୁ ପଶି…