Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସୋନପୁର ସହର ପଟାଭାଡି ନିକଟରୁ ଅନେକ କଫ ସିରଫ ବୋତଲ ଜବତ

83 0

ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ପକ୍ଷରୁ ସୋନପୁର ସହର ପଟାଭାଡି ନିକଟରୁ ଅନେକ କଫ ସିରଫ ବୋତଲ ଜବତ । ତିନି ଜଣ ଯୁବକ ଏକ ସ୍କୁଟି ଯୋଗେ ସୋନପୁର ସହର ରୁ ଆଣୁଥିବା ବେଳେ ସୋନପୁର ପୋଲିସ ମାଡିବସିଥିଲା l ସେମାନଙ୍କ ଠାରୁ ୧୦୦ ଗୋଟି କଫ ସିରଫ ବୋତଲ ଜବତ ହେବା ସହିତ ତିନି ଜଣ ଅଭିଯୁକ୍ତଙ୍କୁ ଗରିଫ କରିଛି ପୋଲିସ। ଅଭିଯୁକ୍ତ ତିନି ଜଣ ହେଲେ ଉତ୍ତମ ବେହେରା, ଭଗବାନ ସାହୁ ଓ ମାନସ ପାଢି ସମସ୍ତଙ୍କ ଘର ସୋନପୁର ସହରର ବୋଲି ଜଣାପଡିଛି । ଏହି କଫ ସିରଫ ସବୁ ନିଶା କାରବାରରେ ବ୍ୟବହାର ହେଉଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ତାର ଅଧିକ ତଦନ୍ତ ଜାରି ରଖିଛି ।

 

Related Post

ରାଜ୍ୟ ସ୍ତରୀୟ କନ୍ଧ ସମାଜ ସାଙ୍ଗଠନିକ ଶିବିର ଉଦ୍ଘାଟିତ

Posted by - December 29, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ବ୍ଲକର ବହୁ ପୁରାତନ ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ସ୍ଥିତ ପାନ୍ଥନିବାସ ଠାରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗିର ପକ୍ଷରୁ…

ରମେଶ ଚନ୍ଦ୍ର ବିଶ୍ବାଳ ଏକ ଅନନ୍ୟ ସ୍ମୃତିର ସ୍ବାକ୍ଷର:ଶୋକ ସଭାରେ ବହୁ ବକ୍ତାଙ୍କ ମନ୍ତବ୍ୟ।

Posted by - October 6, 2020 0
ଯାଜପୁର ଅଫିସ :ବରିଷ୍ଠ ତଥା ବର୍ଷିୟାନ ସାହିତ୍ୟ ସାରସ୍ୱତ ସାଧକ ପ୍ରାଧ୍ୟାପକ ଡ଼ଃ ରମେଶ ଚନ୍ଦ୍ର ବିଶ୍ୱାଳ ଏକ ଅନନ୍ୟ ପ୍ରତିଭାର ସ୍ବାକ୍ଷର ଵୋଲି ରମେଶ ଚନ୍ଦ୍ର…

କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବର ସାଧାରଣ ନିର୍ବାଚନ ଅନୁଷ୍ଠିତ

Posted by - September 11, 2019 0
କେନ୍ଦୁଝର,୮/୯ କେନ୍ଦୁଝର ରେ ଆଜି ଅପରାହ୍ନରେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସାମ୍ବାଦିକ କକ୍ଷରେ କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବର ସାଧାରଣ ନିର୍ବାଚନ ସର୍ବସମ୍ମତୀ କ୍ରମେ…

ବୁଥସ୍ତରିୟ ନାଗରିକତା ଅଧିନିୟମ ସଚେତନତା କର୍ମଶାଳା

Posted by - February 2, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ନିର୍ବାଚନମଣ୍ଡଳ ର ମଲ୍ଲିକାପୁର ବୁଥ ରମ ବୁଥସ୍ତରିୟ ନାଗରିକତା ଅଧିନିୟମ ସଚେତନତା କର୍ମଶାଳା ଓ ଘରକୁ ଘର ବୁଲି ସଚେତନତା ବାର୍ତା ବଣ୍ଟନ।ଏହି…

ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ, ଏସପିଙ୍କ କାର୍ଯ୍ୟାଳୟରେ ନିଖୋଜ ଶ୍ରମିକଙ୍କ ସ୍ତ୍ରୀ ସହ ବିଜେପି ପ୍ରତିନିଧି ଦଳ ଦ୍ୱାରସ୍ତ

Posted by - August 25, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ ଘଟଣାର ନିଖୋଜ ଶ୍ରମିକ ର ସ୍ତ୍ରୀ ହେଲେ ସମ୍ବଲପୁର ଏସପି କାର୍ଯ୍ୟାଳୟ ର…