Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳାଫଳ , ପୁଣି ବାଜି ମାରିଲେ ଛାତ୍ରୀ , ପାସ୍‌ ହାର ୮୮.୭୭

75 0

ଭୁବନେଶ୍ୱର (ବ୍ୟୁରୋ): ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ ।  ଚଳିତ ବର୍ଷ ୯୦.୫୫% ଛାତ୍ର ଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ସେଥିମଧ୍ୟରୁ  ରାଜ୍ୟରେ ମୋଟ୍‌ ୨, ୫୬, ୮୭୭ଜଣ ଛାତ୍ର ମାଟ୍ରିକ୍‌ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ।  ଯାହାକି ସେମାନଙ୍କ ପାସ୍‌ ହାର ୮୮.୭୭ ପ୍ରତିଶତ ରହିଛି । ସେହିପରି ୨, ୬୦, ୯୭୦ଜଣ ଛାତ୍ରୀ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ଆଉ ଛାତ୍ରୀ ମାନଙ୍କ ପାସ୍‌ ହାର ୯୨.୩୭ ପ୍ରତିଶତ ରହିଛି ବୋଲି ସୂଚନା ଦିଆଯାଇଛି ।

ସେହିପରି ପରୀକ୍ଷାରେ ଫେଲ ହୋଇଛନ୍ତି ୮,୬୯୯ ପିଲା । ଏ-୧-ରେ ୮୧୧୯ଜଣ ଛାତ୍ରଛାତ୍ରୀ ବାସ୍‌ କରିଥିବା ବେଳେ ଏ-୨ରେ ପାସ୍‌ କରିଛନ୍ତି ୫୪,୮୮୯ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ବି-୧ରେ ୧,୨୦,୨୦୩ ଜଣ ପିଲା ପାସ କରିଛନ୍ତି । ବି-୨ରେ ୧,୪୨,୨୬୬ଜଣ ପିଲା ପାସ୍‌ କରିଥିବା ବେଳେ ସି ଗ୍ରେଡରେ ୧,୧୬,୧୧୧ଜଣ ପିଲା ପାସ୍‌ କରିଛନ୍ତି । ଡି ଗ୍ରେଡରେ ୫୯,୨୪୫, ଇ ଗ୍ରେଡରେ ୧୪,୬୪୭ ଓ ଏଫ୍‌ ଗ୍ରେଡ଼ରେ ୭,୭୯୦ଜଣ ପିଲା ରହିଛନ୍ତି । ରାଜ୍ୟର ୧୧୭୦ଟି ସ୍କୁଲର ସମସ୍ତ ପିଲା ପରୀକ୍ଷାରେ ପାସ୍‌ କରିଥିବା ବେଳେ ସେହିପରି ମୋଟ୍‌ ୩ଟି ସ୍କୁଲର ଫଳାଫଳ ଶୂନ ରହିଛି । ମାଲକାନଗିରି ଜିଲ୍ଲାର ୨ଟି ଓ ଅନୁଗୁଳର ଗୋଟିଏ ସ୍କୁଲରେ ରେଜଲ୍ଟ ଶୂନ ଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ମାଲକାନଗିରି ଜିଲ୍ଲାର ଦୁଇଟି ସ୍କୁଲରେ ୨ଟି ପିଲା ଓ ଅନୁଗୁଳ ଜିଲ୍ଲାର ଗୋଟିଏ ସ୍କୁଲର ୨ଟି ପିଲା ପରୀକ୍ଷାରେ ଫେଲ ହୋଇଛନ୍ତି ।  ରାଜ୍ୟରେ ମୋଟ୍‌ ୫ଲକ୍ଷ ୨୬ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ରେଜଲ୍ଟରେ ଅସନ୍ତୁଷ୍ଟ ଥିବା ପିଲା ମାନେ ଖାତା ରିଚେକିଂ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଜୁଲାଇ ୧୧ରୁ ୨୫ ଯାଏ ଖାତା ରିଚେକିଂ ପାଇଁ ପିଲାମାନେ ଅନଲାଇନରେ ଆବେଦନ କରିପାରିବେ ବୋଲି କୁହାଯାଇଛି ।

Related Post

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ

Posted by - February 29, 2020 40
ପୁରୀ:୯।୦୨ – ଶ୍ରୀଜିଉଙ୍କ ସହ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ସକାଳେ ଶ୍ରୀମନ୍ଦିର ଯାଇ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ ଶାହା।…

ପ୍ରମୋଦ ଭଗତଙ୍କୁ ପାସୋରି ଦେଲେ: ଟଙ୍କାଟିଏ ବି ଅର୍ଥ ପୁରସ୍କାର ଦେଲେନାହିଁ, କେବଳ ଶୁଭେଚ୍ଛାରେ କାମ ସାରିଲେ!!

Posted by - September 9, 2021 0
ବରଗଡ଼:ବରଗଡ଼ ଜିଲ୍ଲା ଅତାବିରାର ପ୍ରମୋଦ ଭଗତ ଟୋକିଓ ପାରା ଅଲିମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ଜିତିଲେ। ବ୍ୟାଡ୍‌ମିଣ୍ଟନ ଏକକ ବର୍ଗରେ ଏହା ଭାରତ ପାଇଁ ଐତିହାସିକ ସଫଳତା ଥିଲା।…

ନନ୍ଦନକାନନରେ ପାଳିତ ହେଲା ବିଶ୍ୱ ହସ୍ତୀ ଦିବସ

Posted by - August 12, 2021 0
ଉତ୍ତର ଭୁବନେଶ୍ୱର:(ସନ୍ତୋଷ ରାଉତ)କୋଭିଡ କଟକଣା ମଧ୍ୟରେ ନନ୍ଦନକାନନରେ ପାଳିତ ହୋଇଛି ବିଶ୍ୱ ହସ୍ତୀ ଦିବସ I ୧୦ମ ତମ ବିଶ୍ୱ ହସ୍ତୀ ଦିବସ ପାଳନ କରିଛି ନନ୍ଦନକାନନ…

ମହାପ୍ରଭୁ ଜଗନ୍ନାଥଙ୍କ ବିକୃତ କାର୍ଟୁନ୍ ପାଇଁ ଥାନାରେ ଏତଲା

Posted by - June 9, 2020 102
ପୁରୀ : ୧୦୮ଗଡୁ ଜଳରେ ସ୍ନାନପରେ ଅସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିର ଅଣସର ଘରେ ବିଶ୍ରାମ ନେଇଛନ୍ତି। ଏଥିପାଇଁ ଶନିବାର ଠାରୁ ଆରମ୍ଭ ହୋଇଛି ପଟ୍ଟିଦିଅଁ ପୂଜା।…