ପଞ୍ଚାୟତସ୍ଥରୀୟ ଫୂଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ କସିରା ଚାମ୍ପିୟନ,

416 0

କେନ୍ଦୁଝର,୨୨/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ ଆମୁଣି ଫୂଟବଲ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଅଷ୍ଟମ ବାର୍ଷିକୀ ଫୂଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।୩ଦିନ ଧରି ଅନୁଷ୍ଠିତ ଏହି ପଞ୍ଚାୟତସ୍ଥରୀୟ ଫୂଟବଲ ଟୁର୍ଣ୍ଣାମେଣ୍ଟ ରେ ମୋଟ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ।ଏମ ଟି ଏପ ସି କସିରା ଏବଂ ଏକଥା ରହିନ ଧାତିକା ମଧ୍ୟରେ ଖେଳାଯାଇଥିବା ମେଗା ଫାଇନାଲ ମ୍ୟାଚ ରେ କସିରା ଦଳ ୧-୦ଗୋଲ ରେ ଧାତିକା କୁ ହରାଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି।ପୁରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦୁଝର ସାଂସଦ ମାଧବ ସର୍ଦାର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ଟ୍ରକ ଅନର ଆସୋସିଏସନ ଯୁଗ୍ମ ସମ୍ପାଦକ ଦେବାଶିଷ ପଟ୍ଟନାୟକ, ହାଣ୍ଡିଭଙ୍ଗା ସରପଞ୍ଚ ବୀଣାପାଣି ସୋରେନ, ସାମ୍ବାଦିକ ବୁନୁ ମିଶ୍ର, ବରିଷ୍ଠ ସମାଜସେବୀ ଚକ୍ରଧର ପରିଡା, ଚକ୍ରଧର ମହାନ୍ତ ଏବଂ ଶୁକଦେବ ରଥ ପ୍ରମୁଖ ଯୋଗଦାନ କରିଥିଲେ।ପ୍ରଥମ ପୁରସ୍କାର ଭାବେ ଚମ୍ପିୟାନ କସିରା ଦଳକୁ ୧୨୦୦୦ ଟଙ୍କା ଏବଂ ଟ୍ରଫି, ରନର୍ସଅପ ଧାତିକା ଦଳକୁ ୯୦୦୦ ଟଙ୍କା ଏବଂ ଟ୍ରଫି ନିମନ୍ତ୍ରିତ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।

ସେହିପରି ତୃତୀୟ ସ୍ଥାନରେ ରହିଥିବା ଯୋଡ଼ା ଦଳକୁ ୬୦୦୦ ଟଙ୍କା ଏବଂ ଚତୁର୍ଥ ସ୍ଥାନ ହାସଲ କରିଥିବା ସାରିଆପଶି ଦଳକୁ ୫୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।ଏହି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା, ରେଫରୀ ଭାବେ ପ୍ରଶ୍ନ ନାଏକ, ଝୁଲୁ ପଟ୍ଟନାୟକ, ସୁଦର୍ଶନ ବାରିକ ଏବଂ ବିଦ୍ୟା ମହାନ୍ତ ଖେଳ ପରିଚାଳନା କରିଥିବା ବେଳେ ରମେଶ ମହାନ୍ତ, ରବି ମହାରଣା ଏବଂ ଧରମା ଭାଈ ଧାରା ବିବରଣୀ ପ୍ରଦାନ କରିଥିଲେ।ରାଜୁ ପଣ୍ଡା ସଭା ପରିଚାଳନା କରିଥିଲେ ଏବଂ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ଜଗଦିଶ ଆପଟ, ପ୍ରକାଶ ପଳେଇ, ରାଜକିଶୋର ବାରିକ, ଶିଶିର ମହାନ୍ତ, ହରେକୃଷ୍ଣ ପଲେଇ ଏବଂ ସମସ୍ତ ସଦସ୍ୟ ତଥା ଗ୍ରାମବାସୀଙ୍କ ସହଯୋଗ ରେ ଶାନ୍ତିଶୃଙ୍ଖଳା ର ସହିତ ଟୁର୍ଣ୍ଣାମେଣ୍ଟ ସମାପନ ହୋଇଥିଲା।

Related Post

ଆଇସିଏନ ଇଣ୍ଡିଆ ପ୍ରତିଯୋଗିତାରେ ସମ୍ବଲପୁର ର ପଙ୍କଜ ହାସଲ କଲେ ୩ ଗୋଟି ଟାଇଟେଲ

Posted by - July 23, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ତଥା ସାରା ଓଡିଶା ବାସିଙ୍କ ପାଇଁ ଗର୍ବ ତଥା ଗୌରବ ଆଣିଲେ ସମ୍ବଲପୁର ର ପଙ୍କଜ ମିଶ୍ର । ସମ୍ବଲପୁର ସହର ରେ…

ଉଦଘାଟିତ ହୋଇଯାଇଛି ଅଶୋକ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା

Posted by - January 30, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବାଳାଶ୍ରମ ପଡିଆରେ ଉଦଘାଟିତ ହୋଇଯାଇଛି ଅଶୋକ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା । ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଏହି…

କରାଟେ ଶିକ୍ଷାର୍ଥୀ ଙ୍କୁ ବେଲ୍ଟ ପ୍ରଦାନ ଉତ୍ସବ

Posted by - December 8, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ କରାଟେ ଆସୋସିଏସନ ପକ୍ଷରୁ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ବେଲ୍ଟ ଗ୍ରେଡିଂ ଓ ବେଲ୍ଟ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି…

ବେଲଗୁଣ୍ଠାରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

Posted by - September 21, 2023 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ଆଜି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ମିନି ଷ୍ଟାଡିୟମ୍ ରେ ଜୋନ୍ ସ୍ତରୀୟ କ୍ରୀଡ଼ା…

ଜାତୀୟ ସ୍ନୁକର ଖେଳିବେ ୩ ଓଡ଼ିଆ

Posted by - January 30, 2019 0
ଭୁବନେଶ୍ବର: ଇନ୍ଦୋରରେ ଚାଲିଥିବା ଜାତୀୟ ସ୍ନୁକର ପ୍ରତିଯୋଗିତାରେ ଓଡ଼ିଶାର ୩ ଶୀର୍ଷ ‌ଖେଳାଳି ଆକାଶ ମହାପାତ୍ର, ସୁବ୍ରତ କୁମାର ଦାସ ଏବଂ ଡକ୍ଟର ରାକେଶ ରୋଶନ ପ୍ରଧାନ…

Leave a comment

Your email address will not be published.