ଯାଜପୁର ଜିଲ୍ଲା ରେ କ୍ରୋମାଇଟ ପରିବହନ ନେଇ ଦିନକୁ ଦିନ ବିବାଦ ବଢୁଥିବା ବେଳେ ଏହା ପଛରେ ଥିବା କାରଣ ନେଇ କେତେକ ଟ୍ରକ ମାଲିକ ଗତକାଲି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସଂଘ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଟ୍ରକମାଲିକଙ୍କ ପକ୍ଷରୁ ଫାଷ୍ଟ କମ୍ ଫାଷ୍ଟ ବେଶିସରେ ଗାଡିକୁ ଲୋଡଦେବା ପାଇଁ ହାଇକୋଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋଟ ମଧ୍ୟ ଫାଷ୍ଟ କମ୍ ଫାଷ୍ଟ ବେଶିସରେ ଟ୍ରକ ଗୁଡିକୁ କ୍ରୋମାଇଟ ଲୋଡଦେବା ପାଇଁ ଯାଜପୁର ଜିଲ୍ଳା ପ୍ରଶାସନକୁ ନର୍ଦ୍ଦେଶ ଦେଇଥିଲେ । ଟ୍ରକମାଲିକଙ୍କ ପକ୍ଷରୁ ଜିଲ୍ଳାପାଳଙ୍କୁ ଏହି ଆଇନ କଡାଡି ଲାଗୁକରିଥିବାରୁ ଜିଲ୍ଳାପାଳଙ୍କୁ ସ୍ୱାଗତ କରାଯାଇଛି । ଅନ୍ୟପଟରେ ଯାଜପୁର ଜିଲ୍ଳାରେ ଥିବା ବିଭିନ୍ନ ଟ୍ରକମାଲିକ ସଂଘ ଗୁଡିକ ଲୋଡିଂ ହେବାକୁ ଥିବା ମାଲର ପରିବହନକୁ ନିଜ ନିଜ କର୍ମକର୍ତାଙ୍କ ମଧ୍ୟରେ ବାଂଟି ନେଉଥିବାରୁ ପରିବହନରେ ଅଚଳାବସ୍ଥା ଦେଖାଦେଇଛି । ଫଳରେ ସୁକିନ୍ଦା ଅଂଚଳରେ ତିନିଦିନ ହେବ ୫ଶହର ଅଧିକ ଟ୍ରକ ଲୋଡିଂପାଇଁ ଛିଡାହୋଇ ରହିଛନ୍ତି । ଏପରି ଅଚଳାବସ୍ଥା ପଛରେ ମାଇନ୍ସ ବିଭାଗର କିଛି ଅସାଧୁ କର୍ମଚାରୀ ସମୃକ୍ତ ଥିବା ଯୋଗୁଁ ଫାଷ୍ଟ କମ୍ ଫାଷ୍ଟ ନିୟମ ଲାଗୁହେବାରେ ଅଚଳାବସ୍ଥା ସୃଷ୍ଟି ହୋଇଛି ବୋଲି ଟ୍ରକମାଲିଙ୍କ ପକ୍ଷରୁ କୁହାଯାଇଛି ।
