ଅଟୋ ଚାଳକଙ୍କୁ ୪୭ ହଜାର ୫୦୦ ଟଙ୍କାର ଜରିମାନା

942 0

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବାର ୩ ଦିନ ପରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରର ଜଣେ ଅଟୋ ଚାଳକଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିଛି। ଗୋଟିଏ ନୁହେଁ, ଏକାଧିକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜଧାନୀର ଏହି ଅଟୋ ଚାଳକଙ୍କୁ ୪୭ ହଜାର ୫୦୦ ଟଙ୍କାର ଜରିମାନା ଦେବାକୁ ପଡ଼ିଛି।ଅଟୋଚାଳକ ଜଣକ ଆଚାର୍ଯ୍ୟ ବିହାରର ବୋଲି ଜଣାପଡ଼ିଛି। ସାଧାରଣ ନିୟମ ଭାଙ୍ଗିଥିବାରୁ ୫୦୦ ଟଙ୍କା, ଅଣଅଧିକୃତ ବ୍ୟକ୍ତି ଅଟୋ ଚଲାଉଥିବା ଅଭିଯୋଗରେ ୫୦୦୦ ଟଙ୍କା, ବିନା ଲାଇସେନ୍ସରେ ଚଳାଉଥିବାରୁ ୫୦୦୦ ଟଙ୍କା, ମଦ ପିଇ ଡ୍ରାଇଭିଂ କରୁଥିବାରୁ ୧୦ ହଜାର, ପ୍ରଦୂଷଣ ପ୍ରମାଣପତ୍ର ନ ଥିବାରୁ ୧୦ ହଜାର ଟଙ୍କା, ଆରସି ବୁକ୍ ଓ ଫିଟନେସ୍ ସାର୍ଟିଫିକେଟ ନ ଥିବାରୁ ୫୦୦୦ ଟଙ୍କା, ପରମିଟ୍ ସର୍ତ୍ତ ଖିଲାପ କରି ଗାଡ଼ି ଚଲାଉଥିବାରୁ ୧୦ ହଜାର ଟଙ୍କା, ଗାଡ଼ିର ଇନ୍‌ସ୍ୟୁରାନ୍ସ ନ ଥିବାରୁ ୨୦୦୦ ଟଙ୍କା ଜରିମାନା ଲଗା ଯାଇଛି।

Related Post

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନର ୯ଟି ପ୍ରକଳ୍ପ ର ଲୋକାର୍ପଣସହ ୯ ପ୍ରକଳ୍ପ ର ଭିତ୍ତପ୍ରସ୍ତର ସ୍ଥାପନ

Posted by - October 23, 2022 0
ଭୁବନେଶ୍ବର : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି…

ରାଧା କୃଷ୍ଣ ମନ୍ଦିର କମିଟି ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ୪୦ ପ୍ରହର ନାମ ଯଜ୍ଞ

Posted by - March 7, 2023 0
କେସିଙ୍ଗା:(ପ୍ରିତେସ୍ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ବଗା ଡ (ତ ଲ ପଡା) ସ୍ଥିତ ରାଧା କୃଷ୍ଣ ମନ୍ଦିର କମିଟି ପକ୍ଷରୁ ୪୦ ପ୍ରହର ନାମ ଯଜ୍ଞ…

କିଶୋର ପୁଲିସ ଅଧିକାରୀଙ୍କ ଶିଶୁଆଇନ ସମ୍ବନ୍ଧିୟ ତାଲିମ

Posted by - March 31, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ବତନ୍ତ୍ର କିଶୋର ପୁଲିସ ଅଧିକାରୀଙ୍କ ଶିଶୁଆଇନ ସମ୍ବନ୍ଧିୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ…

ମରୁଡି ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲାପାଳ ଙ୍କ ମିଳିତ ଜନଯୁଗ୍ମ ଶୁଣାଣୀ ରେ ଅଭିଯୋଗ ପତ୍ର ଦେଲେ ଖପ୍ରାଖୋଲ ପଞ୍ଚାୟତ ଚାଷୀ

Posted by - August 22, 2022 0
ପାଟଣାଗଡ: ୨୨/୦୮ ( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପଞ୍ଚାୟତର ଚାଷୀ ମାନେ ଜିଲ୍ଲାପାଳ ଙ୍କ ଜନ ଯୁଗ୍ମ ଶୁଣାଣୀ ରେ ୨୦୨୧ ମସିହାର…

କରୋନାରେ ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ବୌଦ୍ଧ ଥାନା ଅଧିକାରୀଙ୍କ ସହାୟତା

Posted by - November 26, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)କରୋନା ସଂକ୍ରମଣରେ ମୃତ୍ୟୁର ଶୀକାର ହୋଇଥିବା ବୌଦ୍ଧଜିଲାର ଯୁବ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ଶୋକସନ୍ତପ୍ତ ପରିବାରକୁ ବୌଦ୍ଧଜିଲାର ଦୁଇ ମହିଳା ଅଧିକାରୀ ସାକ୍ଷାତ କରି…

Leave a comment

Your email address will not be published.