ସୁବର୍ଣ୍ଣପୁର ଜିଲ୍ଲାରେ କଡାକଡ଼ି ହେଲା ‘ନୋ ହେଲ୍‌ମେଟ୍ ନୋ ପେଟ୍ରୋଲ’

116 0

ସୋନପୁର:(ଅଜିତ କୁମାର ପୂଜହାରୀ ) ସୁବର୍ଣ୍ଣପୁର ଜିଲ୍ଲାରେ “ନୋ ହେଲମେଟ ନୋ ପେଟ୍ରୋଳ”କୁ ସମଗ୍ର ଜିଲ୍ଲାରେ କଡାକଡି କରିବା ଉପରେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପର୍ଯ୍ୟାୟ ରେ ବୈଠକ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯେଉଁ ପେଟ୍ରୋଲ ପମ୍ପ ଏହାର ଖିଲାଫ୍ କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ସହ ୫,୦୦୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ lଏହା ସହିତ ଜିଲ୍ଲାର ସଡ଼କ ସୁରକ୍ଷାକୁ ବ୍ୟବସ୍ଥିତ କରିବା ସହ ସଡ଼କ ଦୁର୍ଘଟଣାକୁ ହ୍ରାସ କରାଯିବା ନିମନ୍ତେ ଅନୁଷ୍ଠିତ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ମୁତାବକ ଗାଡି ଚାଳନାରେ ସାଧାରଣ ସତର୍କତା ଅବଲମ୍ବନ ପୂର୍ବକ ହେଲମେଟ ବ୍ୟବହାର, ସିଟ ବେଲ୍ଟ ପରିଧାନ କରିବା, ନିଶାସକ୍ତ ଅବସ୍ଥାରେ ଗାଡି ନ ଚଳାଇବା , ଗାଡ଼ି ଚାଳନା ଲାଇସେନ୍ସ ଓ ଇନସ୍ୱରାନ୍ସକୁ ନିଶ୍ଚିତ କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ଜନସାଧାରଣ ଙ୍କୁ ପରାମର୍ଶ କରାଯାଇଛି ।

ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଠାରୁ ନୋ ହେଲମେଟ ନୋ ପେଟ୍ରୋଲ କୁ ଗୁରୁତ୍ୱ ପ୍ରଦାନ ପୂର୍ବକ ଜିଲ୍ଲା ପ୍ରଶାସନ ତରଫରୁ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ଙ୍କ ତତ୍ୱାବଧାନରେ ପରିବହନ ବିଭାଗ ର କର୍ମକର୍ତ୍ତା, ଏସ ଡି ପି ଓ, ସୋନପୁର ପୁଷ୍ପାଞ୍ଜଳି ନିଙ୍ଗୀ ଙ୍କ ସମେତ ପୋଲିସ ବିଭାଗ ର କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ତଥା ଗଣମାଧ୍ୟମ ପ୍ରତିନିଧି ଙ୍କ ଏକ ମିଳିତ ଟିମ ନିଷ୍ପତି ର କାର୍ଯ୍ୟକାରିତା କୁ ସୁନିଶ୍ଚିତ କରିବା ସହ ପେଟ୍ରୋଲ ପମ୍ପ ମାଳିକ /ମ୍ୟାନେଜର ଙ୍କୁ ଉପରୋକ୍ତ ନିଷ୍ପତ୍ତି କୁ କଡାକଡି କାର୍ଯ୍ୟକାରୀ କରିବାକୁ ପରାମର୍ଶ କରିଛନ୍ତି ।

ଜୁନ୧ତାରିଖ ଠୁ ଏହାକୁ କଡାକଡି କରିବା ଆଭିମୁଖ୍ୟରେ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପ କୁ ଅଚାନକ ଯାଞ୍ଚ କରାଯିବ ତେଣୁ ସମସ୍ତ ପେଟ୍ରୋଲ ପମ୍ପ ମାଳିକ /ମ୍ୟାନେଜର ନିଜ ନିଜର ତେଲ ଟ୍ୟାଙ୍କ ପରିସରରେ ଆବଶ୍ୟକ ସଚେତନତା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି l ଆଗକୁ “ନୋ ହେଲମେଟ ନୋ ପେଟ୍ରୋଲ “କୁ ସୁନିଶ୍ଚିତ ଓ କଡାକଡି କରିବା ନିମନ୍ତେ ପରିବହନ ବିଭାଗ ଓ ପୋଲିସ ବିଭାଗ ର ମିଳିତ ଯାଞ୍ଚ ଜିଲ୍ଲାର ପ୍ରତ୍ୟେକ ପେଟ୍ରୋଲ ପମ୍ପ ରେ କରାଯିବା ସହିତ ଅମାନିଆ ଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି l

Related Post

“ଗଡ଼ଜାତ ମହୋତ୍ସବ ର ଦ୍ଵିତୀୟ ଦିନରେ ଗୋପାଳନ ଓ କୃଷି କର୍ମଶାଳା”

Posted by - December 16, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ହରଭଙ୍ଗା ବ୍ଲକ ର ବୀରନରସିଂହପୁର ଠାରେ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ର ଦ୍ଵିତୀୟ ଦିନରେ ବିଭିନ୍ନ ପଞ୍ଚାୟତ ର ଅନେକ ଗ୍ରାମରୁ ବହୁସଂଖ୍ୟକ ଗୋପାଳକ…

ଜହ୍ନାପଡାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ

Posted by - December 1, 2021 0
ବରଗଡ/ଅତାବିରା:ଜିଲ୍ଲାର ବିଭିନ୍ନ ବ୍ଲକରେ ରାଜ୍ୟ ସରକାରଙ୍କ ତରଫରୁ ଜନସାଧାରଣଙ୍କ ହିତରେ ଆଗକୁ ନିର୍ବାଚନ କୁ ଆଖିଆଗରେ ରଖି ଚାଲିଛି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ।ଉଭୟ…

ଟିଟିଲାଗଡରେ ୨୨ ତମ ଶୀତଳଷଷ୍ଠୀ ପାଇଁ ହାଟପଦା ପଡ଼ା ପ୍ରହରୀ ମଣ୍ଡପରେ ଉଠିଲା ଥାଳ

Posted by - May 24, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକଙ୍କ) ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡରେ ୨୨ ତମ ଶୀତଳଷଷ୍ଠୀ ଯାତ୍ରା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ହାଟପଦା ପଡ଼ାର…

ଲାଠୋର ପୋଲିସର ଚଢାଉ, ୧୧ ଦାଦନ ଶ୍ରମିକ ସମେତ ଜଣେ ଶିଶୁ ଉଦ୍ଧାର, ଦାଦନ ଦଲାଲ କୋର୍ଟ ଚାଲାଣ

Posted by - October 12, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲ।ଙ୍ଗୀର ଜିଲ୍ଲା ଲାଠୋର ଥାନା ନିକଟରେ ବେଆଇନ ଦାଦାନ ଶ୍ରମିକ ଚାଲାଣ ହେଉଥିବା ସମୟରେ ପୋଲିସ ଚଢ଼ଉ କରି ୧୧…

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ମାରୁତି ସେନା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର

Posted by - October 26, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ମାରୁତିସେନା ପକ୍ଷରୁ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ସେହି ବିଦ୍ୟାଳୟର ସଭାପତି ଗୋବିନ୍ଦ ସାହୁ ଦ୍ଵାରା ଅପହରଣ…