ଯାଜପୁର:(ଅନନ୍ଦ ଚନ୍ଦ୍ର ସାହୁ)ଗାଁ ରେ କାମ ନ ପାଇ ଲୋକେ ଦାଦନ ଖଟିବା ପାଇଁ ବାହାର କୁ ଯିବା ପାଇଁ ମନସ୍ଥ କରୁଥିବା ବେଳେ ବ୍ଲକ ପ୍ରଶାସନ ଲୋକଙ୍କୁ ଯୋଗାଇଲା କାମ। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ପ୍ରଶାସନ ପକ୍ଷରୁ ହଳଦୀଡିହ ପଂଚାୟତ ଗୁହାଳୀ ଗ୍ରାମବାସୀ ଙ୍କୁ ମନରେଗା ଯୋଜନା ରେ ସାମିଲ କରିଛନ୍ତି।
ଗାଁ ଲୋକେ ପୋଖରୀ ଖୋଳା ରେ ଗତ କିଛି ଦିନ ହେଲା ଲାଗିଛନ୍ତି। ଯାହା ଫଳରେ ଏହି ଶ୍ରମିକ ମାନେ ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। କେନ୍ଦ୍ର ସରକାର ଙ୍କ ପକ୍ଷରୁ ଗ୍ରାମାଞ୍ଚଳ ର ଶ୍ରମିକ ମାନଙ୍କୁ କାମ ଯୋଗାଇବା ପାଇଁ ମନରେଗା ଯୋଜନା ଆରମ୍ଭ କରିଥିଲେ। ଏହି ମନରେଗା ଯୋଜନା ରେ ସାମିଲ ହୋଇ ଆଗକୁ ଅଧିକ କାମ ଯୋଗାଇ ଦେବାକୁ ଶ୍ରମିକ ମାନେ ଦାବି କରିଛନ୍ତି।