Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

76 0

ସୁବର୍ଣ୍ଣପୁର: (ଅଜିତ କୁମାର ପୂଜାହାରି) ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୭୫ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୫୫ ଗୋଟି ଓ ସାମୁହିକ ଦରଖାସ୍ତ ୨0 ଗୋଟି ଗ୍ରହଣ କରାଯାଇଛି l

ଗ୍ରହଣ କରାଯାଇଥିବା ୭୫ ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର ୩୯ ଗୋଟି ଅଭିଯୋଗ ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୩୬ ଟି ଆପତ୍ତି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l ତରଭା ବିଡିଓ ବିନୟ ପଟେଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ପ୍ରକଳ୍ପ ନିର୍ଦେଶକ, ଡି ଆର ଡି ଏ ଡୋଳାମଣି ପଟେଲ,ଉପ ଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର ,ବ୍ଲକ ଅଧ୍ୟକ୍ଷ ତରଭାଶ୍ରୀ ସରୋଜ କୁମାର କମ୍ପ, ବ୍ଲକ ଉପାଧକ୍ଷ ଶ୍ରୀ ହେମନ୍ତ କୁଅଁର ଙ୍କ ସମେତ ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲଦାର, ବ୍ଲକ  କର୍ମଚାରୀ, ସାମ୍ବାଦିକ ଯୋଗଦାନ କରିଥିଲେ l

 

Related Post

ହିନ୍ଦୁ ଧର୍ମକୁ ପ୍ରତ୍ୟା ବର୍ତ୍ତନ କଲେ ଏକ ପରିବାରର ଛଅ ଜଣ, ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଭବ୍ୟ ସ୍ବାଗତ

Posted by - May 24, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଅଣ୍ଡାଲମୁଣ୍ଡି ଗାଁ ଠାରେ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଟେଲେନପାଲି ଶାଖା ସଭାପତି…

ବେଲଗୁଣ୍ଠା ରେ ଦଶମ ଶ୍ରେଣୀ ପାସ୍ ହାର ସର୍ବୋତ୍ତମ

Posted by - June 26, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି । ବିନା ପରୀକ୍ଷାରେ ପ୍ରକାଶିତ ହୋଇଥିବା ପରୀକ୍ଷା…

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା, ନେତା ମହଲରେ କୋକୁଆ ଭୟ

Posted by - January 7, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ତାର ବିଭିନ୍ନ ପ୍ରଜାତି ରାଜ୍ଯ ତଥା…