Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସମତା ଏକ୍ସପ୍ରେସରୁ ରେଳ ସୁରକ୍ଷା ବଳ ଦ୍ଵାରା ୩୪ କେଜି ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

85 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ରେଳ ଜଙ୍କସନ ଏକ ପ୍ରମୁଖ ରେଳ ଜଙ୍କସନ ଭାବରେ ପରିଚିତ। ଏଠାରୁ ଦେଶର ସମସ୍ତ କୋଣକୁ ରେଳ ଯାତ୍ରା ପାଈଁ ବହୁତ ଲୋକ ନିର୍ଭର କରିଥାନ୍ତି। ତେବେ ଅସାଧୁ ବ୍ୟବସାୟୀ ଏହାର ସୁବିଧା ନେଇ କରନ୍ତି ଚୋରାଚାଲାଣ, ଏହିଭଳି ଏକ ଗଞ୍ଜେଇ ଚୋରାଚାଲାଣ ଦେଇ ସମତା ଏକ୍ସପ୍ରେସରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମ୍ପର୍କରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ରେଳ ସୁରକ୍ଷା ବଳ ଆଇଆଇସି ଧର୍ମେନ୍ଦ୍ର ମିଶ୍ର ସିଆଇବି,ଏସଆଇବି ଦଳକୁ ଖବର ଦେଇ ସମତା ଏକ୍ସପ୍ରେସ ଷ୍ଟେସନକୁ ଆସିବା ପୂର୍ବରୁ ମିଳିତ ଟିମ ପ୍ଲାଟଫର୍ମରେ ଉପସ୍ଥିତ ରହିଥିଲେ।

ସମତା ଏକ୍ସପ୍ରେସ ପହଞ୍ଚିବା ପରେ ଏହି ସ୍ଵତନ୍ତ୍ର ଦଳ ପର୍ଯ୍ୟାୟକ୍ରମେ ସମସ୍ତ ବଗିରେ ଛାନଭିନ କରିବା ସହ ଟ୍ରେନର ଶେଷ ଭାଗରେ ରହିଥିବା ସାଧାରଣ ଶ୍ରେଣୀ ବଗିରେ ଦୁଇଜଣ ଯୁବକ ସନ୍ଧିଗ୍ଣ ଅବସ୍ଥାରେ ରହିଥିବା ଓ ସିଟ ତଳ ଭାଗରେ ଦୁଇଟି ଟ୍ରଲି ବ୍ୟାଗ୍ ରହିଥିବା ଦେଖିବାକୁ ପାଇ ସନ୍ଦେହରେ ଉକ୍ତ ଟ୍ରଲି ବ୍ୟାଗକୁ ଯାଞ୍ଚ କରିବାରୁ ଗଞ୍ଜେଇ ବାହାରିଥିଲା। ଉଭୟ ଅଭିଯୁକ୍ତଙ୍କ ସହ ଗଞ୍ଜେଇକୁ ଜବତ କରି ଆରପିଏଫ କାର୍ଯ୍ୟାଳୟକୁ ଆଣିଥିଲେ।

ଜବତ ଗଞ୍ଜେଇ କୁ ଓଜନ କରିବା ପରେ ତାହା ୩୪ କେଜିଥିବା ଜଣା ପଡିଥିଲା,ଏଥି ସହ ଉକ୍ତ ଗଞ୍ଜେଇ ପାର୍ବତିପୂରରୁ ଦିଲ୍ଲୀକୁ ଚାଲାଣ କରାଯାଉଥିବା ଅଭିଯୁକ୍ତ ମାନେ କହିଛନ୍ତି। ଅଭିଯୁକ୍ତ ଯୁବକ ଦ୍ବୟ ଉତ୍ତରପ୍ରଦେଶ ଗଜିଆବାଦ ଜିଲ୍ଲା ନିବାସୀ ପୱନ ସିଂ (୨୪) ହିମାଂଶୁ ଶର୍ମା (୨୫) ବୋଲି ଜଣା ପଡିଛି,ଉଭୟ ଅଭିଯୁକ୍ତଙ୍କୁ ଜି.ଆର.ପି କୁ ହସ୍ତାନ୍ତର କରାଯାଇଥିବା ବେଳେ ଜିଆରପି ପକ୍ଷରୁ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହି ଚଢାଉରେ ଆରପିଏଫ ଏସଆଇ ରମେଶ ଚନ୍ଦ୍ର ପାତ୍ର,କୁମାର ସତ୍ୟମ, ଚୈତନ୍ୟ ବାଗ, ପରମାନନ୍ଦ ଭାଟି,ଅଭୟ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ।

Related Post

ମନରେଗା ଯୋଜନାରେ ଦୁର୍ନତୀ, ଚାରିଜଣ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

Posted by - December 7, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ପ୍ରଶାସନିକ ଅବହେଳା ଓ ରାଜନୈତିକ ହସ୍ତକ୍ଷେପ ଯୋଗୁଁ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସରକାରୀ ବିଭାଗ ରେ ଦୁର୍ନତୀ ଆକାଶ ଛୁଆଁ ହୋଇଛି। ବିଶେଷକରି…

କଳାହାଣ୍ଡିର କାଶ୍ମୀରରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ

Posted by - December 23, 2021 0
କଳାହାଣ୍ଡି:(କଳାହାଣ୍ଡି ରୁ ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେବାଯୋଗୁଁ ସମଗ୍ର ରାଜ୍ୟରେ ଶୀତର ପ୍ରକୋପ…

୨୨ ତାରିଖରେ ଜନତା କର୍ଫ୍ୟୁ, ସକାଳ ୭ରୁ ରାତି ୯ ଘରେ ହିଁ ରୁହନ୍ତୁ:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Posted by - March 19, 2020 38
ନୂଆଦିଲ୍ଲୀ, ୧୯।୩ : ପ୍ରାଣଘାତୀ କରୋନା ଭାଇରସ୍‌ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଗୁରୁବାର ଏହା ଆଉ ଏକ ମୁଣ୍ଡ ଗଡ଼ାଇ ଥିବାବେଳେ ମୃତ୍ୟୁସଂଖ୍ୟା ୪କୁ…

ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ଆଉ ୫ ଅଭିଯୁକ୍ତ ଗିରଫ

Posted by - June 5, 2019 59
ବ୍ରହ୍ମପୁର  : ବ୍ରହ୍ମପୁରର କଂଗ୍ରେସ ନେତା ମନୋଜ ଜେନା ହତ୍ୟା ମାମଲାରେ ଧରାପଡ଼ିଲେ ଆଉ ୫ ଜଣ ଅଭିଯୁକ୍ତ। ଏହି ୫ ଜଣଙ୍କୁ ବିଭିନ୍ନ ସ୍ଥାନରୁ ପୁଲିସ…

ଉପାନ୍ତରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା,୪ ଜଣ ଶିକ୍ଷକ କୁ ନେଇ ଚାଲିଛି ପାଠ ପଢା

Posted by - December 1, 2021 0
ନୂଆପଡା :(ମେଘନାଦ ନାଏକ)ମାଓ ପ୍ରବଣ ଅଞ୍ଚଳରେ ଶିକ୍ଷା କୁ ସୁଦୃଢ଼ କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି ।କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି…