Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଦ୍ୱାରିକା ଦାସ ହତ୍ୟା ଘଟଣା ପ୍ରକୃତ ହତ୍ୟାକାରୀକୁ ଗିରଫ ଦାବିରେ ମୃତକ ପରିବାରର ଧାରଣା, ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

98 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କେନ୍ଦୁଡଙ୍ଗରୀ ଗ୍ରାମର ବହୁଚର୍ଚ୍ଚିତ ଦ୍ୱାରିକା ଦାସ ହତ୍ୟା ଘଟଣାରେ ପୋଲିସ ତିନିଜଣ ଯୁବକ ଙ୍କୁ ଗିରଫ କରିଛି। ସମ୍ପୃକ୍ତ ତିନିଜଣ ଯୁବକ ଦ୍ୱାରିକା କୁ ହତ୍ୟା କରି ଗଛ ରେ ଝୁଲାଇ ଆତ୍ମହତ୍ୟା ର ରୁପ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଆମପାଣି ପୋଲିସ ସାଇଣ୍ଟିଫିକ ଟିମ୍ ଡାକି ତଦନ୍ତ ପରେ ଘଟଣା ର ଏକ ସପ୍ତାହ ପରେ ତିନିଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ହେଲେ ତଦନ୍ତ ପ୍ରକ୍ରିୟା କୁ ନେଇ ଅସନ୍ତୋଷ ବ୍ୟକ୍ତ କରି ମୃତକ ପରିବାର ର ମହିଳା ଓ ସମ୍ପର୍କୀୟ ମାନେ ଘଟଣା ରେ ସମ୍ପୃକ୍ତ ନ ଥିବା ବ୍ୟକ୍ତି ଙ୍କୁ କୋର୍ଟ ଚାଲାଣ କରିଥିବା ର ପ୍ରତିବାଦ ଓ ପ୍ରକୃତ ହତ୍ୟାକାରୀ କୁ ଗିରଫ କରିବା ଦାବିରେ ଆମପାଣି ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ଧର୍ମଗଡ଼ ଏସଡ଼ିପିଓ ଧିରୋଜ ଚୋପଦାର, ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Related Post

ଦୁଇଜଣ ଯୁବକ ବନ୍ୟା ର ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ

Posted by - September 16, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବାଲିଆ ପଞ୍ଚାୟତର ଗଙ୍ଗାଧରପୁର ଗ୍ରାମର ଦୁଇଜଣ ଯୁବକ ବନ୍ୟା ର ପ୍ରଖର ସ୍ରୋତରେ ଭାଷୀଯାଇ ନିଖୋଜ ହୋଇଯାଇଛନ୍ତି । ଘଟଣାରୁ ପ୍ରକାଶ କି କିଶୋର…

ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Posted by - September 7, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରସ୍ଥିତ ରୋଟାରୀ ଭବନ ଠାରେ ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । …

ପୂର୍ବତନ ଉପ ବାଚସ୍ପତି ପ୍ରହ୍ଲାଦ ଦୋରା ଭୁବନେଶ୍ବର AIIMS ମେଡିକାଲ ରେ ଭର୍ତି

Posted by - August 26, 2021 0
ମାଥିଲି:(ଅବଦୁଲ ଗନି) ୨୫-୦୮ରିଖ ମାଲକାନଗିରି ଜିଲ୍ଲା ବରିଷ୍ଟ ଓକିଲ ତଥା ବରିଷ୍ଟ ଆଦିବାସୀ ନେତା ସହ ଦୁଇ ଦୁଇଥର ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ପ୍ରହ୍ଲାଦ ଦୋରା ଗତ…

ମହିଳା ମହାବିଦ୍ୟାଳୟ ରେ ବିଶ୍ଵ ଏଡ଼ସ ଦିବସ ପାଳିତ

Posted by - December 2, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ସ୍ଥାନୀୟ ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତା ରେ ବିଶ୍ଵ ଏଡ଼ସ ଦିବସ ପାଳନ ହୋଇଯାଇଅଛି ।…