ମାଁ ହିଙ୍ଗୁଳା ଦେବୀ ଙ୍କ ଝାଞ୍ଜିମଡା ଯାତ୍ରା ମହୋତ୍ସବ ପାଳିତ

162 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଧୋବେନପଡା ଠାରେ ମହାସମାରୋହର ସହ ପାରମ୍ପରିକ ରୀତି ନୀତି ମତେ ମାଁ ହିଙ୍ଗୁଳା ଦେବୀ ଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଶ୍ୱାସ ଅଛି ମା ଙ୍କୁ ମନାସୀ ଲେ ଦୁଃଖ ଦୂର ହୋଇ ସୁଖ ମିଳେ ଏଥି ପାଇଁ ମା ହିଙ୍ଗୁଳା ଦେବୀ ଙ୍କୁ ପୂଜା କରା ଯାଇଥାଏ ବୋଲି ମୂଳକିଆ ପରିବାର ଲୋକେ କହନ୍ତି।

କୋକସରା ବ୍ଲକ ମହିମା ପଞ୍ଚାୟତ‌ ଧୋବେନପଡା ଠାରେ ମୂଳକିଆ ପରିବାର ର ଆୟୋଜନ କ୍ରମେ ମୂଳକିଆ ବଂଶର ଆରାଧ୍ୟ ଦେବୀ ମା ହିଙ୍ଗୁଳା ଦେବୀ ଙ୍କ ଯାତ୍ରା ମହତ୍ସବ ତଥା ଝାଞ୍ଜି ମଡ଼ା ଯାତ୍ରା‌ ଶୁକ୍ରବାର ଓ‌ ଶନିବାର ୨ ଦିନ ଧରି ପାଳିତ ହୋଇଯାଇଛି। ଝାଞ୍ଜିମଡ଼ା ଓ ମାଆଙ୍କ ଦର୍ଶନ ସକାଶେ ଧୋବେନପଡା ଗ୍ରାମ ରେ ୨ଦିନ‌ ଧରି ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା।ଯାତ୍ରା ଟି ପ୍ରତି ୫ ବର୍ଷ ଅନ୍ତର ରେ ପାଳିତ ହେଉଥିବା ବେଳେ ମୂଳକିଆ ପରିବାର ରୀତି ନିତୀ ଓ ନିର୍ଦ୍ଧାରିତ ପ୍ରଥା ଅନୁସାରେ ପାଳିତ ହୋଇ ଯାଇଛି।ଶୁକ୍ରବାର ସକାଳେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ରେ‌ ବାସ କରୁଥିବା ସମସ୍ତ ମୂଲକିଆ ପରିବାର ବର୍ଗ ନିଜ ‌ନିଜ ର‌ ଦେବା ଦେବୀ ଙ୍କ ପ୍ରତୀକ ଲାଠି କୁର୍ସୀ ଧରି ଧୋବେନପଡା କୁ ପହଞ୍ଚି ଥିଲେ।

ପରେ ଦେବା ଦେବୀଙ୍କ କୁର୍ସୀ ଓ ଲାଠି କୁ ସ୍ଥାନୀୟ ପୁଝାରୀ ସହ ବଂଶଜ ମାନେ ବନ୍ଦାପନା ସହ ସ୍ବାଗତ କରି ହିଙ୍ଗୁଳା ଦେବୀଙ୍କ ମନ୍ଦିର ପରିସରକୁ କୁ ପାଛୋଟି ନେଇଥିଲେ।ପରେ ମନ୍ଦିର ନିକଟରେ ଝାଞ୍ଜି ମଡ଼ା ପଡ଼ିଆରେ ମାଟି ଖୋଳି ତିଆରି କରିଥିବା ଖନ୍ଦା ରେ ନିଆଁ ଜାଳି ଥିଲେ।ଅପରାହ୍ନରେ ୪ ସମୟରେ ‌ଦେବାଦେବୀଙ୍କ କାଳସୀ ମାନେ ନିଆଁ ରେ ଚାଲିବା ଦୃଶ୍ୟ ଦେଖିବାକୁ ମିଳିଥିଲା ଓ ସନ୍ଧ୍ୟା ରେ ମନ୍ଦିର ପରି ସରେ ଆସି ଥିବା ସମସ୍ତ ଦେବାଦେବୀ ଙ୍କ ଲାଠି କୁ ରଖି ପୂଜାର୍ଚ୍ଚନା କରିଥିଲେ।

ରାତ୍ର ରେ ମନୋରଂଜନ ସକାଶେ ସାଂସ୍କୃତିକ କାର୍ଯକ୍ରମ ରେକଡ ଡ।ନ୍ସପ୍ରତି ଯୋଗିତ। ର ଆୟୋଜନ କରାଯାଇ ଥିଲା ଶନିବାର ସକାଳୁ ପୁନର୍ବାର ସମସ୍ତ ଦେବଦେବୀ ଙ୍କୁ ବିଧିମତେ ପୂଜା କରାଯାଇଥିଲା ଓ‌ ମାନସିକ ଧାରିମାନେ ଭୋଗ ଦେଇ ମାଙ୍କ ଆଶିର୍ବାଦ ଭିକ୍ଷା କରିବାପରେ ସାମୁହିକ ଭାବରେ ପ୍ରସାଦ ଗ୍ରହଣ କରିଥିଲେ।ଅପରାହ୍ନ ରେ ନିଜ ନିଜ ଗ୍ରାମ ମାନଙ୍କୁ ଦେବାଦେବୀ ଙ୍କ ଲାଠି କୁର୍ସୀ ପ୍ରତ୍ୟାବର୍ତନ କରିଥିଲେ।

ଏହି ଝାଞ୍ଜିମଡ଼ା ଯାତ୍ରା ରେ ନବରଙ୍ଗପୁର ଜିଲ୍ଲାକୋକଡ଼ାଗୁଡା ,ପୁଝାରୀଗୁଡା,ଛାରଗାଁ ,ମୋଏଲୀ, ଚନ୍ଦ୍ରପୁର,ଉଷୀଗାଁ, ଓ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ର ସରଦାପୁର,ପୀପଲଗୁଡା, ଲୁହାବାହାଲ, ସୋବିଗୁଡା, ଓ କୋକସରା ବ୍ଲକ ର ଘଣ୍ଟିଗୁଡା,ମାଲପଡା, କର୍ଲାପଡା, ଭୁର୍ଷାଗୁଡା ଗ୍ରାମର ଦେବାଦେବୀ ଙ୍କ ଲାଠି ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ କୁ ଦେବିଶିଂ ମୂଲ କିିଆ, ଡମ୍ବରୁ ଧର ମୂଲକିଆ, ଫକୀର ମୂଲକିଆ, ବାମ ଦେବ ମୂଲକିଆ, ପରିଚାଳନା କରିଥିବା ବେଳେ ଶୁକୁରୁ ପୁଝାରୀ, ନୀଳାମ୍ୱର ମାଝୀ ,ସଞ୍ଜିବମୂଲକିଆ ବିଭିନ୍ନ ଦାୟିତ୍ଵ ତୁଲାଇ ଥିବା ବେଳେ ପୂଜା କମିଟି ର ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ।

Related Post

ଅରୁଣୋଦୟ ଭିନ୍ନକ୍ଷମ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

Posted by - December 4, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)କୁଚିଣ୍ଡା ସହର ସ୍ଥିତ ଅରୁଣୋଦୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଅଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ବରିଷ୍ଠ…

ଅନଲକ ୩ ରେ ରାଜ୍ୟ ସରକାର ଜାରି କଲେ ଗାଇଡ ଲାଇନ,ଏଣିକି ମାସ୍କ ନ ପିନ୍ଧିଲେ ୫ ହଜାର ଟଙ୍କା ଜରିମାନା

Posted by - July 31, 2020 0
ଭୁବନେଶ୍ବର :ଆଜି ରାଜ୍ୟ ସରକାର ଅଗଷ୍ଟ ମାସ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି । କେନ୍ଦ୍ର ସରକାର ଅନଲାକ  ୩ ରେ ରାତ୍ରି କାଳୀନ କରଫୁ…

ପିଇବା ପାଣି ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ ନିଷ୍ପତି

Posted by - February 17, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ବର୍ଷ ବର୍ଷ ଧରି ଯଗୁଆ ଗ୍ରାମପଞ୍ଚାୟତର ଭାଟିପଡ଼ା ଗ୍ରାମରେ ପିଇବା ପାଣି ସମସ୍ୟା ଲାଗି ରହିଛି, ଗ୍ରାମବାସୀ ମାନେ ବିଡ଼ିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳ, ମନ୍ତ୍ରୀ,…

ଭାରତରେ ୨୩ ସଂକ୍ରମିତ, ଚିନ୍ତା ବଢ଼ାଉଛନ୍ତି ବିଦେଶ ଫେରନ୍ତା

Posted by - December 8, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କରୋନା ମହାମାରୀ ଯୋଗୁଁ ବହୁ ଲୋକ ଅକାଳରେ ନିଜ ପ୍ରିୟଜନଙ୍କୁ ହରାଇ ଥିଲା ବେଳେ ବ୍ୟାପକ ଧନ ଜୀବନ ହାନିର କାରଣ ହୋଇଥିଲା।…

ନୀଳଗିରି ରେ କଂଗ୍ରେସର ଧର୍ମଘଟ ଓ ହରତାଳ, ଗର୍ଜିଲା କଂଗ୍ରେସ

Posted by - November 13, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ)ମମିତା ମେହେର ହତ୍ୟା କାଣ୍ଡ ଘଟଣାରେ, ରାଜ୍ଯ ବ୍ୟାପି, ବିରୋଧୀ ଦଳ ପକ୍ଷରୁ, ବନ୍ଦ, ଧର୍ମଘଟ ଓ ହରତାଳ ଚାଲିଛି। ଏଥିରେ ସଂପୃକ୍ତ ଅଭିଯୁକ୍ତ…