Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସ୍ୱାମୀ ଓ ପୁଅ କୁ ହରାଇ ଅସହାୟ ନଳିନୀ, ବେସାହାରା ନଳିନୀ ଙ୍କ ମୁଣ୍ଡରେ ଦୁଇ ଝିଅ ଙ୍କ ଦାୟିତ୍ଵ

155 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଥାରେ ଅଛି ଦୁଃଖ ଯେତେବେଳେ ଆସେ ସେତେବେଳେ ବନ୍ଧୁ କୁଟୁମ୍ବ ଙ୍କୁ ନେଇ ଆସି ଥାଏ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ରେ। ଗୋଟିଏ ପରିବାରରେ ବାପାଙ୍କ ମୃତ୍ୟୁ ପରେ ପୁଅ ର ମୃତ୍ୟୁ ଘଟଣା ପରେ ଅସହାୟ ହୋଇପଡିଛି। କଲମପୁର ବ୍ଳକ ଅନ୍ତର୍ଗତ ହାରାମାଲ ଗ୍ରାମପଞ୍ଚାୟତ ମୁଖ୍ୟାଳୟଠାରେ ଥିବା ସତ୍ୟବାନ ବାଗଙ୍କ ପରିବାର ରେ। ସତ୍ୟବାନଙ୍କ ମନରେ ଅନେକ ସ୍ବପ୍ନ ରହିଥିଲା, ଘର ସଂସାର କରି ପରିବାରକୁ ନେଇ ସୁଖ ଓ ଶାନ୍ତିରେ ବଞ୍ଚିବା। ଏହା ସହିତ ଲୋକପ୍ରିୟତା ଅର୍ଜନ କରିବା ପାଇଁ ଏକ ରାଜନୈତିକ ଦଳର ଜଣେ ସକ୍ରିୟ ସଦସ୍ୟ ଓ ପଞ୍ଚାୟତ ୱାର୍ଡ ସଦସ୍ୟ ମଧ୍ୟ ରହିଥିଲେ।

ଏହାରି ଭିତରେ ତାଙ୍କ ଜୀବନ ଜୀବିକା ଉପରେ ହଠାତ୍ ଚଡକ ପଡିଯାଇଛି। ମାଡି ଆସିଲା କଳାବାଦଳର ଛାଇ ଜୀଵନକୁ ଛାରଖାର କରିଦେଲା,ଘରର ଏକମାତ୍ର ରୋଜଗାର କ୍ଷମ ଓ ମୁରବି ସତ୍ୟବାନ ବାଗଙ୍କୁ ଗ୍ରାସ କଲା କିଡନୀ ଓ ଲିଭର ଜନିତ ରୋଗ,ଫଳରେ ସେ ସର୍ବସାନ୍ତ ହୋଇଗଲେ ଯାହା କିଛି ଅର୍ଥ ଥିଲା ତାହାକୁ ନେଇ ଚିକିତ୍ସିତ ହେଉଥିଲେ। ଭାଗ୍ୟର ବଡ ବିଡମ୍ବନା ସେ ଜୀବନ ଯୁଦ୍ଧରେ ହାରିବାକୁ ପଡିଥିଲା ଶେଷରେ ମୃତ୍ୟୁ ତାଙ୍କୁ ଆରପାରିକୁ ନେଇଗଲା। ସ୍ତ୍ରୀ ନଳିନୀ ହୋଇଗଲେ ବିଧବା,ପୁଅ ଡମ୍ବରୁଧର, ବଡ ଝିଅ ଦୀପିକା , ସାନଝିଅ ଦୀପାସା ଏମାନେ ହୋଇଗଲେ ବେସାହାରା,ତିନି ସନ୍ତାନକୁ ଧରି ମାଁ ନଳିନୀ ବହୁ କଷ୍ଟରେ ଜୀବନ ଜୀବିକା ଆପଣେଇବା ବେଳେ ପୁଅ ଡମ୍ଵରୁଧର କୁ ମଧ୍ୟ ବାପା ସତ୍ୟବାନଙ୍କ ଭଳି ଏକା ରୋଗ ଆକ୍ରାନ୍ତ କରିଥିଲା।

୧୩ ବର୍ଷର ପୁଅ ମଧ୍ୟ ଆରପାରିକୁ ଚାଲିଗଲା। ନିରୀହ ଗରିବ ମାଆଙ୍କ ଜୀବନରେ ମାଡି ଆସିଲା କଳାବାଦଲ ଛାଇ ଅନ୍ଧ କାରମୟ ହୋଇଗଲା ଜୀବନ । ଏବେ ମାଆ ନଳିନୀଙ୍କ ସହିତ ମାତ୍ର ୨ ଝିଅ ବେସାହାରା ଅବସ୍ଥାରେ ରହିଛନ୍ତି। ପରିବାର ଗରିବ ଶ୍ରେଣୀର ଯୋଗୁଁ ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନା ସହାୟତା ଓ ଭତ୍ତା ବ୍ୟବସ୍ଥା କରାଯାଇଛି। ତେବେ ନିଜ ଦୁଇ ଝିଅଙ୍କ ଭବିଷ୍ୟତ ଓ ପ୍ରତିପୋଷଣ ଆଶାରେ ସହାୟତା ପାଇଁ ୨ ଝିଅଙ୍କୁ ଧରି ନଳିନୀ ଧର୍ମଗଡ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ଉପ -ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ପୁଣି  କଲମପୁର ବିଡିଓ ପ୍ରସନ୍ନ କୁମାର ପଟେଲଙ୍କ ନିକଟରେ ଗୁହାରି କରିଥିଲେ ।

ବିଡ଼ିଓ ଶ୍ରୀ ପଟେଲ ତାଙ୍କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ଓ ସମାଜ ମଙ୍ଗଳ ଯୋଜନାରେ ସହାୟତା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ୨ ଝିଅଙ୍କୁ କନ୍ୟା ଆଶ୍ରମରେ ପାଠପଢା ବ୍ୟବସ୍ଥା କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ। ବେସାହାରା ପରିବାରର କରୁଣ କାହାଣୀ ଶୁଣି ବିଡିଓ ଶ୍ରୀ ପଟେଲ ବହୁ ଦୁଃଖ ପ୍ରକାଶ କରିଥିଲେ। ତେବେ ଏହି ନିରୀହ ବେସାହାରା ଗରିବ ପରିବାର ପାଖକୁ କେବେ ପହଞ୍ଚିବ ସରକାରଙ୍କ ଯୋଜନାରୁ ସହାୟତାର ରାଶି ତାହା ଦେଖିବାକୁ ରହିଲା ।

Related Post

ମାଛ ଧରୁଥିବା ବେଳେ ଯୁବକଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର

Posted by - November 3, 2021 0
ଯାଜପୁର ଟାଉନ :(ଆନନ୍ଦ ଚନ୍ଦ୍ର ସାହୁ)ମାଛ ଧରୁଥିବା ବେଳେ ଯୁବକଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ…

ଲଗାଣ ବର୍ଷା ଯୋଗୁଁ ଶଗଡ଼ିଆ ସେତୁ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଛିନ୍ନ

Posted by - July 17, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଲଘୁଚାପ ଜନିତ ବର୍ଷା ଯୋଗୁଁ ହରଭଙ୍ଗା ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିଛି।ପ୍ରକାଶ ଥାଉକି ଗତକାଲି ବିଳମ୍ବିତ ରାତ୍ରରୁ ଆଜି ଦିନ ୧୦ଟା ପଯ୍ୟନ୍ତ ହରଭଙ୍ଗା…

ନିମ୍ନମାନର କାମ ଯୋଗୁଁ  ଛାତରୁ ଗଳୁଛି ପାଣି, ଶିଶୁମାନଙ୍କ ଚାଉଳ ସହ ବିଭିନ୍ନ ଖେଳନା ନଷ୍ଟ

Posted by - July 15, 2021 0
ବୌଦ୍ଧ୧୫/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ପଂଚାୟତ ଚନ୍ଦ୍ରଶେଖରପୁର ଗ୍ରାମରେ ନୃତନଭାବେ ନିର୍ମାଣ ହୋଇଥିବା ଅଙ୍ଗନଓ୍ବାଡି କେନ୍ଦ୍ର ରେ ଛାତରୁ ପାଣି ଗଳି ଚାଉଳ ସହ…

ପଦ୍ମ ଧରିଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର

Posted by - March 24, 2019 32
ପୂର୍ବତନ ପୋଲିସ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ଆଜି ବିଜେପିରେ ଯୋଗଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ…

ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ(OMA) ଜାରି କଲା ୨୪ଘଂଟିଆ ହେଲ୍ପଲାଇନ ହ୍ୱାଟ୍ସଅର୍ପ ନମ୍ବର

Posted by - January 26, 2021 0
ଭୁବନେଶ୍ୱର:ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ (ଓଏମଏ) ପକ୍ଷରୁ ଏକ ହେଲ୍ପଲାଇନ ହ୍ୱାଟ୍ସଅର୍ପ ନମ୍ବର ଜାରି କରାଯାଇଛି । ରଘୁନାଥପୁରସ୍ଥିତ ରାଜ୍ୟ…