Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଖପ୍ରାଖୋଲ ଗ୍ରାମ ପଞ୍ଚାୟତର ଭତ୍ତା ପାଇବାରୁ ବଞ୍ଚିତ ବୃଦ୍ଧ ଦମ୍ପତି

249 0

ପାଟଣାଗଡ଼:( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ନିକଟ ଦୋକାନ ଘରରେ ଅସ୍ଥାୟୀ ଭାବେ ରହୁଥିବା ବୃଦ୍ଧ ଦମ୍ପତି କୁମାର ଭୁଏ ଓ ସରସ୍ଵତୀ ଭୁଏ ଦୁଇ ମାସ ହେବ ଭତ୍ତା ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି । ପ୍ରକାଶ ଯେ ଖପ୍ରାଖୋଲ ସ୍ଥାନୀୟ ଗ୍ରାମପଞ୍ଚାୟତ ନିକଟ ପଞ୍ଚାୟତ ଷ୍ଟଲ ରେ ୨୦ ବର୍ଷ ହେବ ଦୁଇଜଣ ବୃଦ୍ଧ ଦମ୍ପତି କୁମାର ଭୁଏ (୯୦) ସରସ୍ଵତୀ ଭୁଏ (୮୦) ବାସସ୍ଥାନ ନ ଥିବାରୁ ବସବାସ କରୁଛନ୍ତି । ସେମାନଙ୍କ ପୁଅ ଝିଅ କେହି ନ ଥିବାରୁ ସରକାରଙ୍କ ତରଫରୁ ମିଳୁଥିବା ୩୫ କିଲୋ ଚାଉଳ ଓ ଦୁଇ ଜଣଙ୍କ ଭତ୍ତା ହଜାରେ ଟଙ୍କା ରେ ନିଜ ପେଟପାଟଣା ଚଳାଇଥାନ୍ତି ।

ହେଲେ ବିଗତ ଏପ୍ରିଲ ମାସର ଭତ୍ତା ଟଙ୍କା ପାଇନଥିବା କାରଣରୁ ଅନେକ ଅସୁବିଧା ର ସମ୍ମୁଖୀନ ହୋଇ ଭିକ ଦୁଃଖ କରି ଚଳୁଥିବା ଅଭିଯୋଗ କରିଛନ୍ତି । ସେହିପରି ସରୋଜ ବେହେରା , ଦମୟନ୍ତୀ ବେହେରା , ବିଶାଖା ବରିହା ଓ ଅନ୍ୟମାନେ ଭତ୍ତା ପାଇବାରୁ ବଞ୍ଚିତ ରହିଥିବ ଅଭିଯୋଗ ହେଉଛି । ଏନେଇ ପି ଇ ଓ ବାହୁବଲେନ୍ଦ୍ର ପୁରୋହିତ ଙ୍କୁ ପଚାରିବାରୁ ଭତ୍ତା ଟଙ୍କା ବ୍ୟାଙ୍କ ରୁ କଡ଼ା ଯାଇଛି । ଗୁରୁବାର ଦିନ ଦିଆଯିବ ବୋଲି ପ୍ରକାଶ କରିଥିଲେ । ବୃଦ୍ଧ ଦମ୍ପତି ଦ୍ବୟଙ୍କ ବ୍ଲକ ପ୍ରଶାସନ ଧ୍ୟାନ ଦେଇ ତୁରନ୍ତ ଭତ୍ତା ପ୍ରଦାନ କରିବା ସହ ଏକ ସ୍ଥାୟୀ ଘର ନିର୍ମାଣ କରାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Related Post

ପ୍ରଣବ ପ୍ରକାଶ ଦାସ ଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ 

Posted by - June 29, 2022 0
ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଜନ୍ମଦିନ ଅବସରରେ ଯାଜପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ସହିତ ବିଭିନ୍ନ ପ୍ରକଳ୍ପ ଉଦଘାଟନ ହୋଇଛି ।   ଉପର ବରୁହାଁ ପଂଚାୟତର କଚେରୀଗାଁ ଠାରେ ନୂତନ ମିଶନ ଶକ୍ତି ଗୃହର ଉଦଘାଟନ କରାଯାଇଛି । ଏହାକୁ ସମାଜସେବୀ ସଂଜୁଦେବୀ ଉଦଘାଟନ କରିଥିଲେ ।ବରୁହାଁରେ ନୂତନ ଦମକଳ କେନ୍ଦ୍ର ମଧ୍ୟ ଉଦଘାଟନ କରାଯାଇଛି । ଯାଜପୁର ମାର୍କେଟ କମ୍ପଲେକ୍ସ ପରିସରରେ ସିଲେଇ ମେସିନ ମହିଳା ମାନଙ୍କୁ ବଂଟନ କରାଯାଇଛି Iସେହିପରି ମାଳଆନନ୍ଦପୁର ପଂଚାୟତ ଷଠିପୁର ଠାରେ ମିଶନ ଶକ୍ତି ପକ୍ଷରୁ କାପେଂ ଉଦଘାଟନ କରାଯାଇଛି । ଏହି ସବୁ କାର୍ଯ୍ୟକ୍ରମରେ ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବପ୍ରସାଦ ଦାସ ଏବଂ ଅଶୋକ ଦାସ ପାଂଉଣ୍ଡେସନର ବିଭିନ୍ନ କର୍ମକର୍ତା ମାନେ ଉପସ୍ଥିତ ଥିଲେ  ଏଠାରେ ଭିଡିଓ ଦେଖନ୍ତୁ   

କାର୍ଯ୍ୟରତ ବୀର ଯବାନଙ୍କ ଦେହାନ୍ତ,ଯବାନ ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳୀ ସଭା ଓ କ୍ୟାଣ୍ଡେଲ ରାଲି

Posted by - September 13, 2020 0
ନୀଳଗିରି:(ସୌମ୍ୟସାଇ ବାରିକ)ନୀଳଗିରି ବ୍ଳକ, କାଠପାଳ ଗାଁ ର ଘଟଣା। ଦେଶ ଜଣେ କାର୍ଯ୍ୟରତ ବୀର ଯବାନ ଙ୍କୁ ହରାଇଛି।ସମଗ୍ର ନୀଳଗିରି ରେ ଶୋକାକୁଳ ପରିବେଶ। ସୁଚନା ରୁ…

ସାବଧାନ ନନ୍ଦନକାନନ କୁ ବୁଲିବାକୁ ଆସିଲେ ରାସ୍ତା କଡ଼ ରେଷ୍ଟରୁଣ୍ଟ ଖାଦ୍ୟ କୁ ତନଖି ଖାନ୍ତୁ

Posted by - October 12, 2021 0
ବାରଙ୍ଗ:(ସନ୍ତୋଷ ରାଉତ )ସାବଧାନ ନନ୍ଦନକାନନ କୁ ବୁଲିବାକୁ ଆସିଲେ ରାସ୍ତା କଡ଼ ରେଷ୍ଟରୁଣ୍ଟ ଖାଦ୍ୟ କୁ ତନଖି ଖାନ୍ତୁ,ଫୁଡ ପେଜନ ସହ ଜୀବନ ବି ଯାଇପାରେ। ନନ୍ଦନକାନନ…

ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ

Posted by - August 12, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ l ନବରଙ୍ଗପୁର ଜିଲ୍ଲାର ସମସ୍ତ ଅନୁସୂଚିତ ଜନଜାତି ଆଦିବାସୀ ମାନଙ୍କର ସମସ୍ୟାକୁ ନେଇ ନବରଙ୍ଗପୁର ଜିଲ୍ଲାପାଳ ଅଫିସ…

ଦୁବାଇରେ ଶେଷହେଲା ଓଡିଶା ଇନଭେଷ୍ଟର ମିଟ : ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତ୍ରଣ ରେ ଓଡିଶା ଆସିବେ ବଡ ବଡ କମ୍ପାନି :ବିଭିନ୍ନ କ୍ଷେତ୍ରରେ ନିବେଶ ହେବ ୨୧ହଜାର କୋଟି ଓ ସୃଷ୍ଟି ହେବ ୧୯ ହଜାରରୁ ଉର୍ଦ୍ଧ୍ଵ ନିଯୁକ୍ତି ସୁଯୋଗ

Posted by - June 30, 2022 0
ଭୁବନେଶ୍ଵର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଦୁବାଇରେ ଜୁନ୍ ୨୯ ତାରିଖରେ ଶେଷ ହୋଇଛି ଓଡିଶା ଇନଭେଷ୍ଟଟର ମିଟ-୨୦୨୨ l ରାଜ୍ୟର ବିଭିନ୍ନ କ୍ଷେତ୍ରରେ…