ଭୁବନେଶ୍ୱର: ନିର୍ମଳା କୃତି ବିକାଶ ଟ୍ରଷ୍ଟ ପକ୍ଷରୁ ଗ୍ରହଣ ଖଣ୍ଡିଆ ଚିହ୍ନଟ ଶିବିର ଆୟୋଜନ କରାଯାଇଛି । ଏହି ଶିବିରରେ ପାଖାପାଖି ୪୦୦ରୁ ଉଦ୍ଧ୍ୱର୍ ଲୋକ ଯୋଗ ଦେଇଥିଲେ । ତନ୍ମଧ୍ୟରୁ ପର୍ଯ୍ୟାୟକ୍ରମେ ୨୦ଜଣ ରୋଗୀଙ୍କର ସଫଳତାର ସହ କ୍ଲେପ୍ଟ ଅସ୍ତ୍ରୋପଚାର ହୋଇଛି । ଏହି ଅସ୍ତ୍ରୋପଚାର ନିମନ୍ତେ ସେମାନଙ୍କ ରହିବା ଏବଂ ଯାତାୟାତ ବ୍ୟବସ୍ଥା ମଧ୍ୟ ଏହି ଟ୍ରଷ୍ଟ ପକ୍ଷରୁ ହୋଇଥିଲା । ପରେ ସେମାନଙ୍କ ସୁସ୍ଥ ହେବା ନିମନ୍ତେ ମାଗଣାରେ ଔଷଧ, ପ୍ରୋଟିନ୍ ପ୍ରଦାନ ସହ ଘରକୁ ଫେରିବା ସମୟରେ ପୋଷାକ ବନ୍ଟନ ହୋଇଥିଲା ।
ଏହି ଶିବିର ପଶ୍ଚିମବଙ୍ଗର ବର୍ଦ୍ଧମାନ, ଉରିଲିଆ, କଟିହାର ଏବଂ ଉତରଦୀନାଜପୁରଠାରେ ଆୟୋଜନ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ଏହିପରି ଶିବିର ସବୁ ସମୟରେ ଆୟୋଜିତ ହେବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ତଥା ପରିଚାଳନା ଟ୍ରଷ୍ଟି ଦିଲ୍ଲୀପ ପଟ୍ଟନାୟକ କହିଥିଲେ ।ନିର୍ମଳା କୃତି ବିକାଶ ଟ୍ରଷ୍ଟ ପକ୍ଷରୁ ଗ୍ରହଣ ଚିହ୍ନଟ ଶିବିରର ଆୟୋଜନ କରାଯାଇଛି । ଏହି ଶିବିରରେ ୫୦୦-୭୦୦ ଲୋକ ଯୋଗ ଦେଇଥିଲେ । ସେଥିରୁ ୫୦ଜଣ ରୋଗୀଙ୍କର ପର୍ଯ୍ୟାୟକ୍ରମେ ମାଗଣାରେ କ୍ଲେପ୍ଟ ଅସ୍ତ୍ରପୋଚାର କରାଯାଇଥିଲା । ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ଏବଂ ବୃଦ୍ଧା ସମସ୍ତେ ଏହି ଶିବିରରେ ଯୋଗ ଦେଇଥିଲେ । ଯେଉଁ ଶିଶୁମାନେ ରକ୍ତହୀନତା ଏବଂ କୁପୋଷଣର ଶିକାର ହୋଇଥିଲେ ସେମାନଙ୍କୁ ଟ୍ରଷ୍ଟ ପକ୍ଷରୁ ମାଗଣାରେ ଔଷଧ ଏବଂ ଟୋନିକ୍ ପ୍ରଦାନ କରାଯାଇଥିଲା । ଏହି ଶିବିର ବାଲେଶ୍ୱରର ନୀଳଗିରି, ବ୍ରହ୍ମପୁର, ସୁଜନଗଡ, ଦୋରାଖୋଲି ସ୍ଥାନରେ ଏବଂ ମୟୁରଭଞ୍ଜରର ସୁରଟ, ଠାକୁରମୁଣ୍ଡା, ତାଳବନୀ, ସାତକୋଶିଆରେ ଆୟୋଜନ ହୋଇଥିଲା । ଶିବରରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଖାଦ୍ୟ ଏବଂ ବସ୍ତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ଏହିପରି ଶିବିର ସବୁ ସମୟରେ ଆୟୋଜିତ ହେଉଛି ଏବଂ ଆଗକୁ ମଧ୍ୟ ହେବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ତଥା ପରିଚାଳନା ଟ୍ରଷ୍ଟି ଦିଲ୍ଲୀପ ପଟ୍ଟନାୟକ କହିଥିଲେ ।