ବାଲେଶ୍ୱର : ବାଲେଶ୍ୱର ଅରଡବଜାରରୁ ଏକ ନକଲି ମୋବିଲ କାରଖାନା ଠାବ କରାଯାଇଛି। ଏଠାରେ ବିଭିନ୍ନ ବ୍ରାଣ୍ଡର ନକଲି ଷ୍ଟିକର ଲଗାଯାଇ ମୋବିଲ ବିକ୍ରି କରାଯାଉଥିଲା। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ସହଦେବଖୁଣ୍ଟା ପୁଲିସ ଚଢ଼ଉ କରି ବିପୁଳ ପରିମାଣର ନକଲି ମୋବିଲ ଜବତ କରିଛି।ବାଲେଶ୍ବର ଅଡ଼ର୍ର ବଜାର ମସଜିତ୍ ସମ୍ମୁଖ ସେଖ୍ ଅବଦ୍ଦୁଲ ମଜିତଙ୍କର ଘରୁ ନକଲି ମୋବିଲ କାରଖାନା ଠାବ ହୋଇଛି । ସେଖ୍ ଅବଦ୍ଦୁଲ ଘରକୁ ଭଡ଼।ସୂତ୍ରରେ ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ । ଏଠାରେ ଦାମି ବ୍ରାଣ୍ଡର ନକଲି ମୋବିଲ ତିଆରି ହେଉଥିଲା । କ୍ବିଂଟାଲ କ୍ବିଂଟାଲ ମୋବିଲ ବିଭିନ୍ନ ବ୍ରାଣ୍ଡର ଖୋଳରେ ପ୍ୟାକିଂ ହୋଇ ସେଥିରେ ବିଭିନ୍ନ କମ୍ପାନୀର ଷ୍ଟିକର ମରାଯାଇ ତାହାକୁ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଅନ୍ୟ ରାଜ୍ୟକୁ ମଧ୍ୟ ପଠା ଯାଉଥିଲା
ଏହି ମୋବିଲ ମୁଖ୍ୟତଃ ଗାଡ଼ିଗୁଡ଼ିକରୁ ବହାରୁଥିବା ପୋଡ଼। ମୋବିଲ, କିଛି ରଙ୍ଗ ଓ କିରୋସିନ ମିସାଇ ତିଆରି କରାଯାଉଥିଲା । କମ୍ପାନୀ ମାନଙ୍କର ମାଲ୍ ବିକ୍ରି କମିଯିବାରୁ ଗଲ୍ଫ କମ୍ପାନୀର ଗୋଟାଏ ଟିମ୍ ପ୍ରାୟ ୩ ମାସ ହେବ ଅନୁସନ୍ଧାନରେ ଥିଲେ । ସେମାନେ ସମସ୍ତ ତଥ୍ୟ ପାଇବା ପରେ ବାଲେଶ୍ବର ସହଦେବଖୁଣ୍ଟା ପୋଲିସକୁ ଜଣାଇଥିଲେ ।