ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଖପ୍ରାଖୋଲ ବ୍ଲକ ର ହରିଶଙ୍କର। ଏଠାକୁପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକ ଙ୍କ ଭିଡ ଜମୁଥିବା ବେଳେ ଏହି ସ୍ଥାନର ଆଶାନୁରୂପକ ବିକାଶ ଆଜିଯାଏଁ ହୋଇନାହି। ଅନେକ ସମୟରେ ପର୍ଯ୍ୟଟନ ବିଭାଗ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ସ୍ଥାନୀୟ ଲୋକଙ୍କ ପରାମର୍ଶ ନ ନେଇ କାମ ହୋଇ ଥିବା ବେଳେ ତାର ମାନ ,ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ବଚି ସୃଷ୍ଟି ହୋଇଥିବା ସ୍ଥାନୀୟ ବଣିକ ସଂଘ କ୍ଷୋବ ପ୍ରକାଶ କରିଛି।
ପ୍ରାୟ୧୦ ମାସ ତଳେ ୫ଟି ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପ୍ରମୁଖ ହରିଶଙ୍କର ପହଂଚି ଏହାର ବିକାଶ ପାଇଁ ସ୍ଥାନୀୟ ପ୍ରତିନନିଧି ଙ୍କ ସହ ଆଲୋଚନା କରିଥିଲେ।ଏହାପରେ ଭିତ୍ତିଭୂମି ବିକାଶ ପାଇଁ ବଜାର ଗୃହ ନିର୍ମାଣ ପାଇଁ ପ୍ରାୟ ତିନି କୋଟି ରୁ ଉର୍ଦ୍ଧ ଟଙ୍କାର ଟେଣ୍ଡର ଶେଷ ହୋଇ କାମ ଆରମ୍ଭ ହୋଇଛି ହେଲେ ବଜାର ଗୃହ ର ଆୟତନ ବହୁତ ଛୋଟ ଥିବାରୁ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବଲାଙ୍ଗୀର ଜିଲାପାଳ, ପଟଣାଗଡ଼ ଉପଜିଲା ପାଳ,୫ଟି ସଚିବ, ପର୍ଯ୍ୟଟନ ବିଭାଗ କୁ ଲିଖିତ ଗତ ୭ ତାରିଖ ଜଣାଇ ଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ବୁଧବାର ବଣିକ ସଂଘ ତରଫରୁ ହରିଶଙ୍କର ଠାରେ ରାସ୍ତାରୋକ କରିବେ ବୋଲି ସଂଘ ସମ୍ପାଦକ ପଞ୍ଚମ ପଧାନ ପ୍ରକାଶ କରିଛନ୍ତି।ଏନେଇ ପଟଣାଗଡ଼ ଉପଜିଲାପାଳ ବିଜୟା ନନ୍ଦ ସେଠୀଙ୍କୁ ପଚାରିବାରୁ ବଣିକ ସଂଘ ର ଦାବୀ ସମ୍ପର୍କରେ ଉଚ୍ଚ କତ୍ତୃପକ୍ଷ ଙ୍କୁ ଜଣାଇଥିବା କହିଛନ୍ତି ।