ପୁରୀ:ଦଶ ହଜାର ପୁଲିସ, ମାଳ ମାଳ ଯବାନ ଓ ଅଧିକାରୀଙ୍କ ବଳୟ ଭିତରେ ଥିବା ପୁ ଶରଧାବାଲିସ୍ଥିତ ବସଷ୍ଟାଣ୍ଡରେ କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳର ଜଣେ ନିରିହ ଆଦିବାସୀ ନାବାଳିକା(୧୬)ଙ୍କୁ ବସ ଭିତରେ ଦୁଷ୍କର୍ମ କରାଯାଇଛି। ରଥଯାତ୍ରା ସମୟରେ ପୁରୀରେ ଜଣେ ଅସହାୟ ଆଦିବାସୀ ନାବାଳିକାଙ୍କୁ ବସ ଭିତରେ ଦୁଷ୍ମର୍ମ କରାଯିବା, ଅସହାୟ ନାବାଳିକା ଜଣକ ଚିତ୍କାର କରି କାନ୍ଦି କାନ୍ଦି ବସଷ୍ଟାଣ୍ଡରୁ ବାହାରିବା, ନାବାଳିକାଙ୍କ ଚିତ୍କାର ପୁଲିସ ଶୁଣି ନ ପାରିବା, ଲୋକଙ୍କଠାରୁ ଖବର ପାଇ ପୁଲିସ ବିଳମ୍ବରେ ପହଞ୍ଚିବା ଆଦି ଘଟଣା ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଘଟିଥିବା ଏହି ଘଟଣା ପରେ ପୁରୀକୁ ଆସୁଥିବା ମହିଳା ଭକ୍ତଙ୍କ ସୁରକ୍ଷାକୁ ନେଇ ଏକ ବଡ ପ୍ରଶ୍ନ ଠିଆ ହୋଇଛି। ପୁରୀରେ ନିୟୋଜିତ ୧୦ହଜାର ପୁଲିସ କାହା ସୁରକ୍ଷାରେ ଲାଗିଛନ୍ତି ସେ ନେଇ ମଧ୍ୟ ବଡ ପ୍ରଶ୍ନ ଉଠିଛି।ପୁରୀରେ ଏକ ଲକଜୁରୀ ବସ୍ ଭିତରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ । ଗତକାଲି ବିଳମ୍ବିତ ରାତିରେ ଶରଧାବାଲିରେ ଘଟିଛି ଏହ ଘଟଣା । ନାବାଳିକା ଜଣଙ୍କ ପୁରୀ ମାଳତୀପାଟପୁର ନିକଟରେ ଥିବା ୱାଟର ପାର୍କରେ କାମ କରନ୍ତି । ଛୁଟିରେ ଘର କେନ୍ଦୁଝରକୁ ଯାଇ ଫେରୁଥିଲେ । କଟକରୁ ଏକ ଏସି ଡିଲକ୍ସ ବସ୍ରେ ପୁରୀ ଆସୁଥିଲେ । ନିଦ ଲାଗି ଯିବାରୁ ମାଳତୀ ପାଟପୁରରେ ନ ଓହ୍ଲାଇ ପୁରୀ ବସ୍ ଷ୍ଟାଣ୍ଟକୁ ଚାଲି ଆସିଥିଲେ । ରାତି ୯ଟା ବାଜିଲାଣି। ପୁରୀରେ କେହି ସଂପର୍କୀୟ ବି ନାହାନ୍ତି । କୁଆଡ଼େ ଯିବେ କଣ କରିବେ ଅସହାୟ ହୋଇପଡ଼ିଥିଲେ ନାବାଳିକା। ଏତିକିବେଳେ ବସ୍ କର୍ମଚାରୀ ତାକୁ ବସ୍ ଭିତରେ ଶୋଇ ପଡିବାକୁ କହିଥିଲେ । ଆଉ ତାରି ଭିତରେ ଥିଲା ଚାଲ୍। କାମୁକ ନଜର। ନାବାଳିକା ବସ୍ରେ ଶୋଇଥିବା ବେଳେ ବସ୍ର ହେଲପର ତାଂକୁ ଦୁଷ୍କର୍ମ କରିଥିବା ନାବାଳିକା ଅଭିଯୋଗ କରିଛନ୍ତି ।
ନାବାଳିକାଙ୍କ ଅଭିଯୋଗ ମୁତାବକ, ମାଳତୀପାଟପୁର ଅଞ୍ଚଳର ୱାଟର ପାର୍କରେ କାମ କରୁଥିବା ନାବାଳିକା ଜଣକ ଗତ ୨୯ ତାରିଖରେ ନିଜ ଗାଁକୁ ତୁଷାରତାଜ ନାମକ ଏକ ବସରେ ଯାଇଥିଲେ। ବସରେ ହେଲପର କାମ କରୁଥିବା ନାରଣ ସହିତ ନାବାଳିକାଙ୍କ ପରିଚୟ ହୋଇଥିଲା। କୌଶଳକ୍ରମେ ନାରଣ ନାବାଳିକାଙ୍କ ଫୋନ ନମ୍ବର ରଖିଥିଲା। ଗତକାଲି ନାବାଳିକା ଜଣକ ପୁରୀ ଫେରୁଥିବା ଜାଣି ତାଙ୍କ ବସରେ ଆସିବାକୁ ଅନୁରୋଧ କରିଥିଲା। ନାବାଳିକା ଭୁବନେଶ୍ବରରୁ ଏହି ବସରେ ଆସିଥିଲେ। ବସ ଷ୍ଟାଣ୍ଡରେ ବସ ପହଞ୍ଚିବା ପରେ ନାବାଳିକା ଜଣକ ଘରକୁ ଯିବାକୁ ବାହାରିଥିଲେ। ମାତ୍ର ବିଳମ୍ବିତ ରାତି ହୋଇଥିବାରୁ ବସରେ ଶୋଇଯିବାକୁ କହିଥିଲେ। ଶୋଇପଡିବା ପରେ କେହି ନଥିବା ବେଳେ ଅଭିଯୁକ୍ତ ନାରଣ ନାବାଳିକା ସହିତ ଦୁଷ୍କର୍ମ କରିଥିଲେ। ଏହା ପରେ ନାରଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ନାବାଳିକା ଜଣକ ଅସହାୟ ହୋଇ କାନ୍ଦି କାନ୍ଦି ବସଷ୍ଟାଣ୍ଡରୁ ବାହାରକୁ ଆସୁଥିବା ବେଳେ ଏ ସଂପର୍କରେ ସ୍ଥାନୀୟ କିଛି ଦୋକାନୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରୀମାଇନା କରିବା ସହିତ ଅଭିଯୁକ୍ତକୁ ଅଟକ ରଖିଥିଲା।
We always follow your beautiful content, I look forward to the continuation.