Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ। ସଂଧ୍ୟା ୫.୪୫ରେ ଲାଗିଥିଲା ତାଳଧ୍ବଜ, ୬.୪୦ରେ ପହଞ୍ଚିଲା ନନ୍ଦିଘୋଷ

1574 156

ଭୁବନେଶ୍ୱର, ୪।୭: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ। ବଳଦେବଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶେଷରେ ବଡ଼ଠାକୁର ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଛି। ଭାବମୟ ପରିବେଶରେ ଘଣ୍ଟ, କାହାଳୀ ନାଦରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥକୁ ଟାଣିନେଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି।୧୫ଦିନ କାଳ ଅନବସରରେ ରହିଥିବା ମହାପ୍ରଭୁ ଭକ୍ତ ଠାରୁ ଦୂରେଇ ରହିବାର ଦୁଃଖକୁ ଆଉ ସମ୍ଭାଳିପାରୁନଥିଲେ । ସେଇଥିପାଇଁ ତ ପ୍ରଶାସନର ନୀତି ନିର୍ଘଣ୍ଟକୁ ଅପେକ୍ଷା ନକରି ଖେଚୁଡ଼ି ମୁଠାଏ ଖାଇ ସଅଳ ସଅଳ ବାହାରିପଡ଼ିଥିଲେ ବଡ଼ଦାଣ୍ଡକୁ ।  ପରମ୍ପରା ମୁତାବକ ଧାଡ଼ି ପହଣ୍ଡିରେ ଶ୍ରୀମନ୍ଦିରରୁ ବାହାରିଥିଲେ ଚତୁର୍ଦ୍ଧାମୂରତି ।

ଦାସିଆ ବାଉରି ହାତରୁ ନଡ଼ିଆ ନେଇ, ଭକ୍ତ ସାଲବେଗ ପାଇଁ ଅଟକି ଯାଇ କାହିଁ କେତେ ପ୍ରମାଣ ଦେଇସାରିଛନ୍ତି ଏହି ଭକ୍ତବତ୍ସଳ ଭଗବାନ ।  ସେପଟେ ଆଜି ପ୍ରଶାସନର ସବୁ ନିର୍ଘଣ୍ଟକୁ ପଛରେ ପକାଇ ଠାକୁରଙ୍କ ସବୁ ନୀତି ସଅଳ ସଅଳ ସାରିବାରେ ବ୍ୟସ୍ତ ଥାଆନ୍ତି ସେବାୟତ ।  ଚତୁର୍ଦ୍ଧାମୂରତି ରଥାରୁଢ଼ ହେବା ପରେ ପରମ୍ପରା ଅନୁସାରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ପହଞ୍ଚିଥିଲେ ବଡ଼ଦାଣ୍ଡରେ । ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଜଗତ୍‌ଗୁରୁ ।

Related Post

ଲଣ୍ଡନ ଜଗନ୍ନାଥ ମନ୍ଦିର ପ୍ରକଳ୍ପର ନିଉଜଲେଟର ଉଦଘାଟନ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

Posted by - February 28, 2021 0
ଭୁବନେଶ୍ବର: ପୁରୀ ଜଗନ୍ନାଥ ମନ୍ଦିର ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ବର ପ୍ରତି କୋଣ ଅନୁକୋଣରୁ ପ୍ରଭୁ ଜଗନ୍ନାଥଙ୍କ ଗୋଟେ ଝଲକ ଦେଖିବା ପାଇଁ ଲୋକେ…

ପିପିଇ କିଟ୍‌ ପ୍ରସ୍ତୁତ ଟିମ୍‌ର ନେତୃତ୍ୱ ନେଲେ ଓଡିଆ ପୁଅ

Posted by - November 8, 2020 0
ଭବାନୀପାଟଣା: କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପିପିଇ କିଟ୍‌ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ବଜାରରେ ମିଳୁଥିବା ପିପିଇ କିଟ୍‌ର ଦାମ ଅଧିକ ଥିବା ଏବଂ…

ବିରଜା ମନ୍ଦୀର ଖୋଲିବା ନେଇ ଜିଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବୀ ପତ୍ର

Posted by - December 16, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପୁରୀ ଶ୍ରୀମନ୍ଦୀର ଏବଂ ଭୁବନେଶ୍ୱର ଲିଂଗରାଜ ମନ୍ଦୀର ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ…

କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ଗସ୍ତକୁ ବିରୋଧ କରି ବିଜେଡି ଛାତ୍ର ସଂଗଠନ ଶତାଧିକ କର୍ମୀ ଗିରଫ

Posted by - March 3, 2019 0
ଓ୍ଵାଲଟିୟର ଡିଭିଜନ୍‌ ବିଭାଜନ ପ୍ରସଙ୍ଗରେ ବିଜୁ ଯୁବ ଛାତ୍ର ଜନତା ଦଳ ରବିବାର କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ଗସ୍ତକୁ ବିରୋଧ କରିଛି।ରାଜଧାନୀର ଜୟଦେବ ବିହାର ଛକ ଠାରେ…

ଡିୟୁଟିରେ ଥିବା ବେଳେ ମହିଳା ପଂଚାୟତ ଅଧିକାରୀଙ୍କ ସନ୍ଦେହ ଜନକ ମୃତ୍ୟୁ

Posted by - October 17, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଡିୟୁଟିରେ ଥିବା ବେଳେ ମହିଳା ପଂଚାୟତ ଅଧିକାରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ତେବେ ସେ ବେକରେ ଓଡ଼ନୀ ଲଗାଇ ଆତ୍ମହତ୍ୟା କରିଥିବା…

There are 156 comments

Leave a comment

Your email address will not be published.