ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲଙ୍କ ଇସ୍ତଫା

829 5

ନୂଆଦିଲ୍ଲୀ ୩।୭:  ଜାତୀୟ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ବୁଧବାର ସ୍ପଷ୍ଟ ହୋଇଯାଇଛି। ତାଙ୍କ ଇସ୍ତଫା ପତ୍ରର ନକଲ ଗଣମାଧ୍ୟମ ସମ୍ମୁଖକୁ ଆସିଛି। ଗତ ସାଧାରଣ ନିର୍ବାଚନରେ ଦଳର ସୋଚନୀୟ ପରାଜୟ ପରେ ରାହୁଲ ଏଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଯେଉଁଥିରେ ସେ ଦଳର ପରାଜୟ ପାଇଁ ନିଜକୁ ଦାୟି କରିଥିଲେ। ତେବେ ବୁଧବାର ରାହୁଲ ଗଣମାଧ୍ୟମ ସହ ଏକ ସାକ୍ଷାତକାରରେ ଆଉ ବିଳମ୍ବ ନ କରି  କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲୁସି) ବୈଠକ  ଆହ୍ୱନ କରବା ସହ ଦଳ ଏବେ ନିଜର ନୂଆ ସଭାପତିଙ୍କୁ ଚୟନ କରିବା ଦରକାର ବୋଲି କହିଛନ୍ତି। ତେବେ ସଭାପତି ଭାବେ ରାହୁଲଙ୍କ ଇସ୍ତଫା ସ୍ପଷ୍ଟ ହୋଇଯାଇଥିବା ବେଳେ ଦଳମୋତିଲାଲ ଭୋରାଙ୍କୁ କାମଚଳା ଅଧ୍ୟକ୍ଷ ନିଯୁକ୍ତ କରିଥିବା ଜଣାପଡିଛି।

Related Post

ସ୍ୱର ସମର୍ପଣ ତରଫରୁ ଶ୍ରଦ୍ଧାଞ୍ଜଳି ସମାରୋହ

Posted by - March 8, 2022 0
ନୂଆଦିଲ୍ଲୀ / ଭୁବନେଶ୍ୱର, ୬ା୩ : ଦେଶର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସ୍ୱରସମର୍ପଣ ତରଫରୁ ପଣ୍ଡିତ ଡଃ ଦାମୋଦର ହୋତା ଓ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ…

ହିରୋ ହେଲେ କେତନ, ଯିଏ ଛାତ୍ରଛାତ୍ରୀଙ୍କ ପାଇଁ ସାଜିଲେ ଦେବଦୂତ

Posted by - May 25, 2019 0
ସୁରତ:ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୨୨ଜଣଙ୍କ ମୃତ୍ୟୁ ଯେତିକି ଦୁଃଖଦାୟକ, ଅଗ୍ନିକାଣ୍ଡ ବେଳେ ଦେବଦୂତ ସାଜି ଅନେକଙ୍କ ଜୀବନ ବଞ୍ଚାଇଥିବା ଜଣେ…

ଆଗକୁ ସ୍ଥିତି ସାଙ୍ଘାତିକ:-ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Posted by - June 7, 2020 626
ନୂଆଦିଲୀ:ଭାରତର କରୋନା ସ୍ଥିତି ଉପରକୁ ଉଠି ଏବେ ଷଷ୍ଠ ସ୍ଥାନରେ ପହଞ୍ଚିଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଯଦିଓ ସଂକ୍ରମଣର ଶୀର୍ଷ ଛୁଇଁନାହିଁ; ତଥାପି ଇଟାଲୀ, ସ୍ପେନ୍‌, ଜର୍ମାନୀ…

ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଇବା ସମୟରେ ଦୁଇଜଣ ମହିଳାଙ୍କ ଖସିଲା ଗୋଡ, ଦେବଦୂତ ସାଜି ଏପରି ଜୀବନ ବଞ୍ଚାଇଲେ ଯବାନ

Posted by - December 7, 2018 0
ମୁମ୍ବାଇ: ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିବାର ଘଟଣା ଅନେକ ସମୟରେ ସାମ୍ନାକୁ ଆସିଥାଏ। ଏଭଳି ପରିସ୍ଥିତିରେ ଦୁଇଜଣ ମହିଳାଙ୍କୁ ଭାଗ୍ୟଶାଳୀ ବୋଲି କୁହାଯାଉଛି। କାରଣ ଚଳନ୍ତା ଟ୍ରେନ୍‌ରୁ…

ପୁଲ୍ ୱାମା ଆତଙ୍କୀ ଆକ୍ରମଣକୁ ପୁରିଲା ତିନି ବର୍ଷ: ସହିଦ ଜୱାନଙ୍କୁ ଶ୍ରଦ୍ଧାଞ୍ଜଳୀ

Posted by - February 14, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)୨୦୧୯ ମସିହା ଫେବୃୟାରୀ ୧୪ ତାରିଖ ,ସମଗ୍ର ଦେଶ ଯେତେବେଳେ ଭାଲେନ୍ତାଇନସ୍ ଦିବସ ପାଳନ କରୁଥିଲା ସେତେବେଳେ ଜାମ୍ମୁକାଶ୍ମୀର…

Leave a comment

Your email address will not be published.