ଭୁବନେଶ୍ୱର:୪ କାର୍ ଲୁଟେରାଙ୍କୁ ଧରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ହେଲେ ପୋଲିସ ପଞ୍ଝାକୁ ଆସିନି ଗ୍ୟାଙ୍ଗ୍ର ମାଷ୍ଟର ମାଇଣ୍ଡ୍। ଗଲା ଜୁନ୍ ୭, ବିଳମ୍ବିତ ରାତିରେ ନୟାପଲ୍ଲୀ ଏନଓ୍ବାନ୍ ଏରିଆରେ ରହୁଥିବା ଶିବ ସୁନ୍ଦର ଦାସ୍ ନିଜ କାର୍ରେ ଶୋଇଥିବା ବେଳେ କାର୍ ସହ ତାଙ୍କୁ ଅପହରଣ ଉଦ୍ୟମ କରିଥିଲେ କିଛି ଦୁର୍ବୃତ୍ତ । ହେଲେ ସହିଦ ନଗର ଓଭରବ୍ରିଜ୍ ଉପରେ କାର୍ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ନିଜ କାର୍ ସହ ଶିବ ସୁନ୍ଦରଙ୍କ କାର୍କୁ ମଧ୍ୟ ଛାଡ଼ି ପଳାଇଥିଲେ ଅପହରଣକାରୀ । ଦୁର୍ବୃତ୍ତ ଛାଡ଼ି ଯାଇଥିବା କାର୍ ଭିତରୁ ପୋଲିସକୁ ମିଳିଥିଲା ସୁରାକ୍ ।ଆଉ ପୋଲିସ ପଞ୍ଝାକୁ ଆସିଥିଲେ ୪ କାର୍ ଲୁଟେରା । ସେମାନେ ହେଲେ ନୟାଗଡ଼ ଜିଲ୍ଲା ହରିପୁରର ପଦ୍ମଲୋଚନ ନାୟକ, କଟକ ଜିଲ୍ଲା ଟାଙ୍ଗୀର କଳ୍ପତରୁ ଜେନା, ଆଠଗଡ଼ ଅରଖପାଟଣାର ମୁନ୍ନା ବାରିକ୍ । ଏମାନଙ୍କ ପାଖରୁ ଲୁଟ୍ କାର୍ କିଣୁଥିବା ଢ଼େଙ୍କାନାଳ ଲକ୍ଷ୍ମୀବଜାରର ସନ୍ତୋଷ ସାହୁକୁ ମଧ୍ୟ ଉଠାଇଛି ସ୍ପେଶାଲ ସ୍କ୍ବାର୍ଡ଼ ।ଗିରଫ ହେଲେ୪ ଜଣ । ଜବତ ହେଲା ୩ଟି କାର, ୨ଟି ବାଇକ । ୨ଟି ବନ୍ଧୁକ ।ଭୁବନେଶ୍ୱର, କଟକ ଓ ଆଠଗଡ ଅଞ୍ଚଳରୁ ଲୁଟ ହୋଉଥିଲା ।
ଚୋରା ଗାଡି ଲୁଟ ରେ ବ୍ୟବହାର କରୁଥିଲେ ଓ ପରେ ସେଇ ଗାଡିକୁ ବିକ୍ରି କରିଦେଉଥିଲେ । ଟଙ୍କା ପାଇଁ ଲୁଟ କରୁଥିଲେ । ବିଭିନ୍ନ ଜିଲ୍ଲାରେ ଏମାନଙ୍କ ନାମରେ ମାମଲା ଅଛି । ଦାମୀ ଗାଡିକୁ ୩୦ କିମ୍ବା ୪୦ ହଜାର ଟଙ୍କାରେ ବିକ୍ରି କରୁଥିଲେ । ଗ୍ୟାଙ୍ଗ ର ଆଉକିଛି ଅଭିଯୁକ୍ତ ଫେରାର ଅଛନ୍ତି । ନୟାପଲ୍ଲୀ ଅଞ୍ଚଳରୁ ଗତ ମାସ ୮ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ଇନୋଭା ଲୁଟ କରୁଥିବା ବେଳେ ବାଣୀବିହାର ଠାରେ ଆର୍ଟିଓ ଚେକିଂ ବେଳେ ଧରପଡିଥିଲେ ଓ ଗାଡି ଛାଡି ଫେରାର୍ ଥିଲେ । ତେବେ ଲୁଟେରାମାନେ ବ୍ୟବହାର କରିଥିବା ଗାଡିଟି ଫୁଲବାଣୀରୁ ଲୁଟ କରିଥିଲେ । ଏହି ଭଳି ଭୁବନେଶ୍ୱର ଓ କଟକ ର ବିଭିନ୍ନ ସ୍ଥାନରେ ଏଭଳି ଗାଡି ଚୋରି ରେ ସମ୍ପୃକ୍ତ ଥିଲେ