ଜାତୀୟ ପତାକା କୁ ଅଣଦେଖା ,ଦୁଇଦିନ ପରେ ମଧ୍ୟ ସ୍କୁଲ ରେ ଉଡୁଛି ତ୍ରିରଙ୍ଗା

153 0

ମୁନିଗୁଡା :(ରମାକାନ୍ତ ପଡ଼ାଲ)ଜାତୀୟ ପତାକା କୁ ଅଣଦେଖା କରି , ମୁନିଗୁଡା ବ୍ଲକ ର ଘମାଟଗୁଡା ପଂଚାୟତ ର ଡଙ୍ଗର ବୋରି ସ୍କୁଲ। ଶିକ୍ଷକ ନିଜ ରାଜନୈତିକ କାର୍ଯ୍ୟ ରେ ବ୍ୟସ୍ତ ରହୁଛନ୍ତି । ସାରା ଭାରତ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଚି । କିନ୍ତୁ ନିଜ ଅବହେଳା ଯୋଗୁଁ ଶିକ୍ଷକ ଶ୍ରୀ ବିଜୟ ମିଶ୍ର ଦୁଇଦିନ ହେବ ଜାତୀୟ ପତାକା ନିଜ ବିଦ୍ୟାଳୟ ରେ ଉତ୍ତୋଳନ କରିଥିଲେ କିନ୍ତୁ ଜାତୀୟ ପତାକା ସୂର୍ଯ୍ୟାସ୍ତ ପୂର୍ବରୁ ଅଵତୋଳାନ କରିବା ବିଧିବଧ ନିୟମ ଥିବା ବେଳେ ନିଜ କର୍ତବ୍ୟ ରେ ଅବହେଳା କରି ଜାତୀୟ ପତାକା ର ଖୋଲା ଖୋଲି ଅସମ୍ମାନ କରିଥିବା ଦେଖିବାକୁ ମିଳିଛି ।ତେବେ ଏଥିରୁ ଜଣାପଡୁଛି ସେ କେତେ ଦାୟିତ୍ୱବାନ ?

ଏଇ ଘଟଣା କୁ ବୁଦ୍ଧିଜୀବୀ ମହଲ ରେ ଘୋର ନିନ୍ଦା କରାଯାଇଥିବା ବେଳେ , ତାଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏଭଳି କାର୍ଯ୍ୟ କରିବାର ସାହାସ ଯେମିତି କେହିବି ନ କରିବେ ସେଥିପାଇଁ ପ୍ରଶାସନ ଦୃଢ଼ ଦୃଷ୍ଟି ନେବାପାଇଁ ଚର୍ଚ୍ଚା ହେଉଛି । ତେବେ ଦୀର୍ଘ ୩ ବର୍ଷ ହେବ ସ୍କୁଲ ଗୁଡିକ ପ୍ରାୟ ବନ୍ଦ ହେଇଚି , କୋରନା କଟକଣା ଯୋଗୁଁ ତଥାପି ସରକାର ଶିକ୍ଷକମାନଙ୍କୁ ନିଜ ନିଜ ପ୍ରାପ୍ୟ ଦେଇଚାଲିଛନ୍ତି , କିନ୍ତୁ ଶିକ୍ଷକଙ୍କ ଏଭଳି ଜାତୀୟ ପତାକା କୁ ଅସଂମାନ କରିବା କେତେ ଯଥାର୍ଥ । ଏହା ଏକ ଦେଶଦ୍ରୋହ ମାମଲା ହେଲେ ପ୍ରଶାସନିକ ଅଧିକାରୀ ଓ ଶିକ୍ଷାବିଭାଗୀୟ ଅଧିକାରୀ କିଭଳି ଦୃଷ୍ଟି ରେ ନେବେ ସମୟ କହିବ ? ତେବେ ଏଭଳି ଅମାନୁଷିକ କାର୍ଯ୍ୟ ସଂପର୍କରେ ବ୍ଲକ ଶିକ୍ଷାଅଧିକାରୀ ଙ୍କୁ ଆମେ ବୁଝିବାକୁ ଯାଇଥିଲୁ ତାଙ୍କ ଅନୁପସ୍ଥିରେ ABO ଙ୍କୁ କହିବାରୁ ସେ ତାଙ୍କ ପ୍ରତିକ୍ରିୟା ରଖିକହିଥିଲେ ଯେ ସତ ପ୍ରମାଣିତ ହେଲେ ଉଚିତ ଦଣ୍ଡ ବିଧାନ କରାଯିବ।

Related Post

ଧର୍ମଗଡ ରେ ଅଶୋକ ମହାନ୍ତି ଙ୍କ ବାଜିମାତ ବିଜେପି ହାତରେ ଅଧ୍ୟକ୍ଷ ପଦ

Posted by - March 26, 2022 0
ଧର୍ମଗଡ:(ହେମନ୍ତ କୁମାର ମାଝି )ପୌର ନିର୍ବାଚନ ରେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବିଜେପି ବାଜିମାତ କରିଛି । ଭାଜପା ପ୍ରାର୍ଥୀ ଅଶୋକ କୁମାର ମହାନ୍ତି…

ଉଦ୍ଧାର ହେଲା କୂଅ ଭିତରେ ପଡିଥିବା କଲରାପତରିଆ ବାଘ

Posted by - June 8, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ହିନ୍ଦୋଳ ଘାଟି ନିକଟରେ ଥିବା ଏକ କୂଅରେ କଲରାପତରିଆ ବାଘ ପଡିଯାଇଥିଲା । ସ୍ଥାନୀୟ ଲୋକେ…

ସାର କହିଲେ ଶନିବାର ବିଦ୍ୟାଳୟ ଛୁଟି

Posted by - September 13, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତଳ ଝିରି ପଞ୍ଚାୟତର ତଳପଙ୍ଗା ପ୍ରାଥମିକ ବିଦ୍ୟାଳୟ ଗତ ଶନିବାର ୧୦ ତାରିଖ ଦିନ ସମ୍ପୂର୍ଣ୍ଣ ଭାବେ…

ପବିତ୍ର ନବମୀ ତିଥିର ମଧ୍ୟରାତ୍ରରେ ସୁବର୍ଣ୍ଣପୁରର ଐତିହାସିକ ବଳୀଯାତ୍ରାର ମହାବଳୀ ଯାତ୍ରା ସମ୍ପନ୍ନ

Posted by - October 5, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଲକ୍ଷାଧୀକ ଶ୍ରଦ୍ଧାଳୁଙ୍କ ସମାଗମରେ ପବିତ୍ର ନବମୀ ତିଥିର ମଧ୍ୟରାତ୍ରରେ ସୁବର୍ଣ୍ଣପୁରର ଐତିହାସିକ ବଳୀଯାତ୍ରାର ମହାବଳୀ ଯାତ୍ରା ସମ୍ପନ୍ନ ହୋଇଛି ।ରାଜା ରାଜୁଜା ଅମଳରୁ ଅଷ୍ଟଚଣ୍ଟୀଙ୍କ…

ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ନେଇଛି ନୂଆ ମୋଡ଼,ହତ୍ୟା ସନ୍ଦେହ -ସ୍ଵାମୀ ଅଟକ

Posted by - January 6, 2019 73
କଟକ: ଚାଉଳିଆଗଞ୍ଜ ଥାନାରେ ଜ୍ୱାଇଁ ଓ ନିକିତାଙ୍କ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ନିକିତାଙ୍କ ବାପା। ଗତକାଲି ସନ୍ଦେହଜନକ ଭାବେ ନିକିତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ…