Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇଅଙ୍କକୁ ଖସିଲା ସଂକ୍ରମଣ

338 0

ସୋନପୁର:(ଅଜିତ କୁମାର ପୁଝାରୀ)କରୋନା ର ତୃତୀୟ ଲହର ଓମିକ୍ରନର ସଫଳ ମୁକାବିଲା କରିବା ପାଈଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ବହୁବିଧ ବ୍ୟବସ୍ଥା ସହ ସମ୍ପୂର୍ଣ ପ୍ରସ୍ତୁତ ହୋଇ ରହିଛି l ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଗସ୍ତ କରିବାସହ ହୋମ ଆଇସୋଲେସନ ରେ ଥିବା କୋଭିଡ ରୋଗୀ ତଥା କୋଭିଡ ଯତ୍ନ କେନ୍ଦ୍ର ଗୁଡିକୁ ଯାଇ ତୃଣ ମୂଳ ସ୍ତରରେ ଅଧିକାରୀ ଓ ରୋଗୀଙ୍କ ସହ ସିଧାସଳଖ ଭାବ ବିନିମୟ କରି ରୋଗୀଙ୍କ ମନୋବଳ କୁ ଦୃଢିଭୂତ କରୁଛନ୍ତି l

ଏହି କ୍ରମରେ ଗତକାଲି ପି ଡି ଡି ଆର ଡି ଏ,ଶ୍ରୀ ଡୋଳାମଣି ପଟେଲ ଡୁଙ୍ଗୁରିପାଲି ବ୍ଲକ ଗସ୍ତ କରି ସାମ୍ପ୍ରତିକ କରୋନା ସ୍ଥିତି ର ଅନୁଧ୍ୟାନ କରି ଘରେ ଚିକିତ୍ସିତ କୋଭିଡ ରୋଗୀ ଙ୍କୁ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟlବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲl ପ୍ରଶାସନ କରୋନା ର ତୃତୀୟ ଲହର କୁ ପ୍ରତିହତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି l ବର୍ତ୍ତମାନ ପର୍ଯ୍ୟନ୍ତ ୧୭୪୬ ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଛି l ଏମାନଙ୍କ ମଧ୍ୟରୁ ୯୧୦ ଜଣ ପଜିଟିଭ ଚି଼ହ୍ନଟ ହୋଇଥିବା ବେଳେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି l ଜିଲ୍ଲାର କରୋନା ଆରୋଗ୍ୟ ସଂଖ୍ଯା ୪୪୫ ଥିବାବେଳେ ଏହାର ହାର ୯୩.୨୬ପ୍ରତିଶତ ରହିଛି I

୧୮ ତାରିଖରେ ଜିଲ୍ଳାରେ ୧୭୦୦ ଜଣଙ୍କୁ କରୋନା ଟିକା ଦିଆ ଯାଇଛି ଏବଂ ଏହିଦିନ ୯୫ ଜଣ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି l ସାମାନ୍ୟ ଲକ୍ଷଣ ଥିବା ରୋଗୀ ମାନଙ୍କୁ ହୋମ ଆଇସୋଲେସନ ରେ ରଖା ଯାଇ ଚିକିତ୍ସା କରାଯାଇଛି ଏବଂ ପ୍ରାୟ ସମସ୍ତେ ଆରୋଗ୍ୟ ଲାଭ କରୁଛନ୍ତି l ଜିଲ୍ଲା ପ୍ରଶାସନ ତରଫରୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ରାପିଡ଼ ରେସପୋନ୍ସ ଟିମ ର ଡାକ୍ତର ଏବଂ ସହାୟକ ଦଳ ଏମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷଣ ନଜର ରଖିବା ସହିତ ଆବଶ୍ୟକ ଔଷଧ ଓ ଚିକିତ୍ସା ପରାମର୍ଶ ଯୋଗାଇ ଦେଉଛନ୍ତି l ସୋନପୁର ଓ ଡୁଙ୍ଗୁରିପାଲି ଠାରେ ନବନିର୍ମିତ ମାତୃ ଓ ଶିଶୁ ଚିକିତ୍ସାଳୟ କୁ ସମ୍ଭାବ୍ୟ କୋଭିଡ ପରିସ୍ଥିତି ର ମୁକାବିଲା କରିବା ପାଇଁ ଆବଶ୍ୟକ ଶଯ୍ୟା, ଆସିୟୁ ଏବଂ ପାଇପ ଲାଇନ ଅକ୍ସିଜେନ ଯୋଗାଣ ସହିତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି l

ପ୍ରତି ବ୍ଲକରେ ଡାକ୍ତର ଓ ସହାୟକ ମାନଙ୍କୁ ନେଇ ଗଠିତ ରାପିଡ଼ ରେସପୋନ୍ସ ଟିମ ଜିଲ୍ଲାରେ ଦେଖାଦେଇଥିବା କରୋନା ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ସିଧା ସଳଖ ଅନୁଧ୍ୟାନ କରି ଆବଶ୍ୟକୀୟ ଔଷଧ ଓ ଚିକିତ୍ସା ପରାମର୍ଶ ପ୍ରଦାନ କରୁଛନ୍ତି l ଜିଲ୍ଲାର ପ୍ରତି ବ୍ଲକରେ ବରିଷ୍ଠ ଅଧିକାରୀମାନେ ପ୍ରତିଦିନ ଭିଡିଓ କଲ ମାଧ୍ୟମରେ ବିଭିନ୍ନ କରୋନା ରୋଗୀମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଛନ୍ତି l ଜିଲ୍ଲା ର ମୁଖ୍ୟ କୋଭିଡ ନିୟନ୍ତ୍ରଣ କକ୍ଷ ସୋନପୁର ମ୍ୟୁନିସିପାଲିଟିର ସଭା ଗୃହରେ ୨୪x୭ ଘଣ୍ଟା କାର୍ଯ୍ୟକ୍ଷମ ରହିଛି ଏବଂ ଏହା ଜିଲ୍ଲାର ପ୍ରତି ବ୍ଲକ ଓ ପଞ୍ଚାୟତ ସ୍ତରରେ ପରିସ୍ଥିତି ଉପରେ ନଜର ରଖିଛି l

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର କୋଭିଡ ନୋଡାଲ ଅଧିକାରୀ ଡେପୁଟି କଲେକ୍ଟର ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖି ପ୍ରତିଦିନର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରୁଛନ୍ତି l କରୋନା ଦୈନିକ ସଂକ୍ରମଣ ଶହେ ରୁ ଖସି ଦୁଇ ଅଙ୍କ ରେ ରହିବା ଜିଲ୍ଲା ପାଇଁ ଗୋଟିଏ ଆଶ୍ୱାସନା ର ଖବର Iଏହା ସହିତ ସମସ୍ତେ ମାସ୍କ ପରିଧାନ କରିବା, ନିର୍ଦ୍ଧିଷ୍ଟ ନିରାପଦ ଦୂରତ୍ୱ ବଜାୟ ରଖିବା ଏବଂ ସମସ୍ତ କୋଭିଡ ନିର୍ଦେଶାବଳି ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି l

 

Related Post

କଟକରେ କାୟା ମେଲାଇଲାଣି କରୋନା

Posted by - March 20, 2021 0
କଟକ : କଟକରେ କାୟା ମେଲାଇଲାଣି କରୋନା। ଗତ ୨ ଦିନରେ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୨୫ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ…

ଅନୁଗୁଳ: ପୁଣି ମୁଣ୍ଡ ନେଲା କରୋନା,ଆକ୍ରାନ୍ତଙ୍କ ସଂଖ୍ୟା ୪୨୭ ରେ ପହଞ୍ଚିଲା

Posted by - August 9, 2020 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲାରୁ ଆଜି(ରବିବାର) ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଏହି ୯ ଜଣଙ୍କୁ ମିଶାଇ ଜିଲ୍ଲାର…

ଆରମ୍ଭ ହେଲା ବୁଷ୍ଟର ଡୋଜ

Posted by - January 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ ର ବୁଷ୍ଟର ଡୋଜ। ଜିଲାର ସ୍ୱାସ୍ଥ୍ୟ କର୍ମୀ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ଆଜି…

ଯାଜପୁର ପୌରପାଳିକାର ୮ ନଂ ୱାର୍ଡ ଅଂଚଳକୁ କଂଟେନମେଂଟ  ଅଂଚଳ ଘୋଷିତ

Posted by - May 12, 2020 4
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଯାଜପୁର ପୌରପାଳିକାର ୮ ନଂ ୱାର୍ଡ ଅଂଚଳରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଂଚଳକୁ କଂଟେନମେଂଟ …

ପ୍ରଥମ ୫ ଶହ ଆକ୍ରାନ୍ତ ଛୁଇଁବା ପାଇଁ ୨ ମାସ ,ଏବେ ମାତ୍ର ୮ ଦିନରେ ୫ ଶହ

Posted by - May 21, 2020 0
ଭୁବନେଶ୍ବର :ସାରା ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧୨ ହଜାର ୩୫୯ ଛୁଇଁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ…