ଭୁବନେଶ୍ବର 🙁 ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମର ୨୨ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ଗତକାଲି ଟେଷ୍ଟ କରାଯାଇଥିବା ନମୁନା ରୁ ଏହି ୨୨ ଜଣ ଚିହ୍ନଟ ହୋଇଛନ୍ତି।ବର୍ତ୍ତମାନ ଅନ୍ୟ ସବୁ କର୍ମଚାରୀ ମାନଙ୍କ ନମୁନା ପରୀକ୍ଷା କରାଯିବା ସହ ବି.ଏମ୍.,ସି.କାର୍ଯ୍ୟାଳୟ କୁ ସର୍ବସାାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ଜଣାପଡିଛି।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୫୯ ପହଞ୍ଚିଛି।ସେଥିମଧ୍ୟରୁ ସଂଗରୋଧ୍ ରୁ ୫ହଜାର ୮୩୩ ଓ ସ୍ଥାନୀୟ ଅଞ୍ଚଳରୁ ୪ହଜାର ୨୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଆକ୍ରାନ୍ତଙ୍କ ଭିତରୁ ୧୮ ବର୍ଷରୁ କମ୍ ବର୍ଗର ୮୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩ହଜାର ୧୮୮ ମାମଲା ଚିହ୍ନଟ ହୋଇଥିବା ଜଣାପଡିଛି।
ଅନ୍ୟପକ୍ଷରେ ଗତକାଲି ବୁଧବାର ଦିନ ଓଡ଼ିଶାରେ ଦୈନିକ ଓମୀକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହେବାପରେ ରାଜ୍ୟରେ ମୋଟ୍ ଓମୀକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି।ରାଜ୍ୟରେ କରୋନା ସଂକ୍ରମଣ ସହ ତାଳ ଦେଇ ଓମୀକ୍ରନ୍ ସଂକ୍ରମଣ ବି ବୃଦ୍ଧି ପାଉଥିବାରୁ ସରକାରଙ୍କ ଚିନ୍ତା ର କାରଣ ହୋଇଛି। ଓମୀକ୍ରନ୍ ଚିହ୍ନଟ ସକାଶେ ଜିନୋମା ସିକ୍ଵେନସିଂ କୁ ନମୁନା ପଠା ଯାଉଥିବାରୁ ରିପୋର୍ଟ୍ ଆସିବାରେ ବିଳମ୍ବ ହେଉଛି।ତେଣୁ ଓଡ଼ିଶା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
ଓମୀକ୍ରନ ଚିହ୍ନଟ ପାଇଁ ଓମିସୀୟର କିଟ୍ ଅର୍ଡର୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।ସୂଚନା ଅନୁସାରେ ୫ ଲକ୍ଷ ଓମିସୀୟର କିଟ୍ ପାଇଁ Tata Medical & Daignoatics କୁ ଅର୍ଡର୍ ଦିଆ ଯାଇଛି।”ଓମିସୀୟର” ପରୀକ୍ଷା ଦ୍ଵାରା ଓମୀକ୍ରନ ଭାରିଆନ୍ତ୍ ଚିହ୍ନଟ ସକାଶେ ଆଉ ଯିନୋମ୍ ସିକ୍ଵେନସିଂ ପରୀକ୍ଷା ର ଆବଶ୍ୟକତା ପଡ଼ିବ ନାହିଁ।ତେବେ, ଓମିସୀୟର କିଟ୍ କିଣିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ଅଟେ।