ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ)ପଶ୍ଚିମାଞ୍ଚଳ ର ଗାନ୍ଧୀ ଭାବରେ ପରିଚିତ ନୃସିଂହ ଗୁରୁଂକର ୩୮ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସମ୍ବଲପୁର ର ବିଭିନ୍ନ ସ୍ଥାନ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସକାଳେ ରିଂରୋଡ ସ୍ଥିତ ନୃସିଂହ ଗୁରୁଂକର ପ୍ରତିମୁର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ପୁର୍ବତନ ସାଂସଦ ପ୍ରମିଲା ବହିଦାର ଏବଂ ଭବାନୀ ଶଂକର ହୋତା ଶିକ୍ଷାବିତ ଆଦିତ୍ୟ ପ୍ରସାଦ ପାଢୀ, ସ୍ମୁତିକମିଟୀର ଆବାହକ ହେମନ୍ତ ମହାପାତ୍ର, କାର୍ତ୍ତିକ ପ୍ରସାଦ ବହିଦାର, ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ।
ଏହା ପରେ ନୃସିଂହ ଗୁରୁଙ୍କର ପୈତୃକ ଗାଁ ଗୁରୁପାଲିରେ ଶ୍ରାଦ୍ଧବାର୍ଷିକୀ ସଭା ଅନୁଷ୍ଠିତ ହୋଇଥିଲା। ଶ୍ୟାମସୁନ୍ଦର ମିଶ୍ରଂକ ସଭାପତି ତ୍ବ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୧୯୮୪ ରେ ଆଜିର ଦିନରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ସାମ୍ବାଦିକ ନୃସିଂହ ଗୁରୁଂକ ତିରୋଧାନ ଘଟିଥିଲା।
ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଖଦୀର ପ୍ରଚାର, ଅସ୍ପୁର୍ଶ୍ୟତା ନିବାରଣ ସହ ସ୍ବାଧୀନତା ଆନ୍ଦୋଳନ ରେ ସାମିଲ ହୋଇଥିଲେ। ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ବହୁ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।