ଜାଭିୟର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜିଲା ସଂଗ୍ରହାଳୟ ପରିଦର୍ଶନ

346 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ବୌଦ୍ଧଜିଲାକୁ ପଞ୍ଚାୟତିରାଜ ପରିଚାଳନାର ତାଲିମ ପାଇଁ ଆସିଥିବା ଜାଭିୟର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପଞ୍ଚାୟତିରାଜ ବିଭାଗର ବିଭାଗର ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରୀତା ଉପରେ ଏହି ଛାତ୍ରଛାତ୍ରୀ ତଥ୍ୟ ସଂଗ୍ରହ କରିବା ସହିତ ତାଲିମ ଗ୍ରହଣ କରିବେ । ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ବବିତା ରାଣୀ ଦଳବେହେରା,ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର,ତହସିଲଦାର ଅବିନାଶ ପାଣ୍ଡିଆ,ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ,ଏପିଡି ଗୋଲକ ଚନ୍ଦ୍ର ଦଳେଇ ଛାତ୍ରଛାତ୍ରୀଙ୍କୁ ପଞ୍ଚାୟତସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଇଥିଲେ ।

ଏହି ଛାତ୍ରଛାତ୍ରୀମାନେ ତିନୋଟି ଦଳରେ ବିଭକ୍ତ ହୋଇ ହରଭଙ୍ଗା ବ୍ଲକର ବାମଣ୍ଡା ଓ ସରସରା ଏବଂ ବୌଦ୍ଧ ବ୍ଲକର ମରୁଷୁଣ୍ଢି ଗ୍ରାମପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ସଫଳତା ନେଇ ଅନୁଧ୍ୟାନ କରିବେ ବୋଲି ଜଣାପଡିଛି । ସରକାରୀ ଯୋଜନା ଗୁଡିକ ଲୋକଙ୍କ ପାଖରେ କିପରି ଠିକ୍ ଭାବରେ ପହଞ୍ଚି ପାରିବ ଏହି ଛାତ୍ରଛାତ୍ରୀମାନେ ବିଭିନ୍ନ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ତଥ୍ୟ ସଂଗ୍ରହ କରିବେ । ଏହି ୭ ଜଣିଆ ଦଳକୁ ତିନୋଟି ଦଳରେ ବିଭକ୍ତ କରାଯାଇଥିବାବେଳେ ପ୍ରଥମ ଦଳରେ ହରସିମରନ କାଉର ଓ ବିଶାଲ କୁମାର ବନଛୋର,ଦ୍ୱିତିୟ ଦଳରେ ମେହେଲି ରାୟଚୌଧୁରୀ,ସୋହମ ପରୀକ୍ଷିତ ମିଶ୍ର ଓ ତୃତୀୟ ଦଳରେ ଭଂସିକା ସିଂହ,ଅନିର୍ବାଣ ଦାଶ ଓ ସତ୍ୟବ୍ରତ ଦାଶ ଥିବା ଜଣାଯାଇଛି । ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି ତାଲିମ ଓ ତଥ୍ୟ ସଂଗ୍ରହ ଅଭିଯାନ ୨୭ ଜାନୁୟାରୀ (ଏକମାସ) ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

ପ୍ରଥମ ଦିବସରେ ଛାତ୍ରଛାତ୍ରୀମାନେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ବୁଲି ଦେଖିବାସହ ଜିଲାର ଐତିହ୍ୟ,ପରମ୍ପରା,ସଂସ୍କୃତି,ପର୍ବପର୍ବାଣୀ,ଖାଦ୍ୟ ଓ ଚଳଣି ଉପରେ ତଥ୍ୟ ସଂଗ୍ରହ କରିଥିଲେ । ଛାତ୍ରଛାତ୍ରୀମାନେ ବୌଦ୍ଧର ସଂଗ୍ରହାଳୟ ମଧ୍ୟରେ ସଂରକ୍ଷିତ ଥିବା ବିଭିନ୍ନ ସାମଗ୍ରୀ ଦେଖି ଅଭିଭୁତ ହେବା ସହିତ ଜିଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ତହସିଲଦାର ଅବିନାଶ ପାଣ୍ଡିଆ,ଜିଲା ସଂସ୍କୃତି ଅଧିକାରୀ ବିରଞ୍ଚି ଧରୁଆ,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଓ ସ୍ଥପତି ସୁମନ ଷଡଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ସଂଗ୍ରହାଳୟ ବୁଲାଇବା ସହିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।

Related Post

କଟକ ରେ ବଗିକୁ ଛାଡ଼ି ପଳାଇଲା ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍

Posted by - April 2, 2019 46
କଟକ :୦୨/୦୪ ବଗିକୁ ଛାଡ଼ି ପଳାଇଲା ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍। ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଦୁଇଟି ବଗି ଇଞ୍ଜିନ ଠାରୁ ଅଲଗା ହୋଇଯାଇଥିଲା। ଫଳରେ କାଠଯୋଡ଼ି…

ଉମା ପଞ୍ଚାୟତ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବର

Posted by - February 20, 2023 0
ଘଣ୍ଟାପଡା:୨୦।୨(ଚିତ୍ତରଞ୍ଜନ ସିଂ)କଣ୍ଟାମାଳ ବ୍ଲକ ଉମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଓ ସମାଧାନ…

ଉତ୍ତର ପ୍ରଦେଶ ଚାଷୀ ମୃତ୍ୟୁ ଘଟଣା ପ୍ରତିବାଦ

Posted by - October 5, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସଯୁକ୍ତ କିଷାନ ମୋର୍ଚ୍ଚା ଚାଷୀ ମାନଙ୍କ ଶୋଭାଯାତ୍ରା ରେ ଲଖିପୁର ଉତ୍ତର ପ୍ରଦେଶ ଠାରେ ଘଟିଥିବା ଚାଷୀ ମୃତ୍ୟୁ ଘଟଣା କୁ ନିନ୍ଦା କରି…

ରାଣିପଥର ଘାଟିରେ କାର୍ ଦୁର୍ଘଟଣା, ଶିକ୍ଷୟତ୍ରୀ ଗୁରୁତର

Posted by - July 15, 2021 0
ବୌଦ୍ଧ୧୫/୭( ଚିତ୍ତରଂଜନ ସିଂ) ଚାରିଛକ- ଫୁଲବାଣି ରାସ୍ତାର ରାଣିପଥର ଘାଟି ନିକଟରେ ଆଜି ଭୋର୍ ସକାଳୁ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଶିକ୍ଷୟତ୍ରୀ ଗୁରୁତର…

ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

Posted by - July 4, 2023 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଭବାନୀପାଟଣା ଜଳେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଟ ଶିକ୍ଷାବିଦ ତଥା ଅବସର ପ୍ରାପ୍ତ ସି…