ଯାଜପୁର ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅବସ୍ଥା ଖରାପ

1415 0

ବରୀ ୧ା୬- ବରୀବ୍ଲକ ଅଧିନ ଅଲିପୁର ଠାରେ ରହିଛି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଦୀର୍ଘ ୫୦ ବର୍ଷ ତଳୁ ସ୍ଥାପିତ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱାସ୍ଥ୍ୟ ଏବେ ଖରାପ । ସେବା ଯୋଗାଇ ଆସୁଥିବା ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ସରକାର ଓ ପ୍ରସାଶନର ଦୃଷ୍ଟି ପଡୁ ନଥିବାରୁ ଦିନକୁ ଦିନ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ଅତ୍ୟନ୍ତ ଦହନୀୟ ହୋଇ ପଡିଛି ।ଏନେଇ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇବା ଠାରୁ ମାନ ନିର୍ଦ୍ଧାରଣ କରିବାରେ ବିଫଳ ହୋଇଛି ସରକାର । ୬ ଜଣ ଡାକ୍ତର ଆବଶ୍ୟକତା ଥିଲା ବେଳେ ଜଣେ ଡାକ୍ତର ଥିବାର ଦେଖିବାକୁ ମିଳିଛି । ଚିକିତ୍ସା ସେବା ଦାୟିତ୍ୱରେ ଥିବା ଡାକ୍ତର ଅନୁପସ୍ଥିତ ଥିବାରୁ ରୋଗୀମାନେ ହତାଶ ହୋଇ ଫେର ଯାଇଥିବାର ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରୀ ରୋଗୀ କଲ୍ୟାଣ ସମିତିର ବୈଠକ ବସି ନଥିବା ଜଣାପଡିଛି । ଦୈନିକ ୨ଶହରୁ ୩ ଶହ ରୋଗୀ ଏଠାକୁ ଆସୁଥିôଲାବେଳେ ରୋଗୀ ସେବା କରିବାରେ ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ହୋଇ ପଡିଛି । କର୍ମଚାରୀ ଓ ଫାରମାସିଷ୍ଟ ମନୋ ମୁଖି କାର୍ଯ୍ୟ କଳାପ କୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।

ନିରାମୟ ଯୋଜନାରେ ଆସୁଥିବା ମାଗଣା ଔଷଧ ରୋଗୀଙ୍କ ପାଖରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହୋଇଛି । ଡେଙ୍ଗୁ, ମେଲେରିଆ,ଫାଲେରିଆ, ନିପା,ଆଦି ବିଭିନ୍ନ ରୋଗର ଜନ ସଚେତନତା ପାଇଁ ନିୟମ ଥିଲାବେଳେ ମଧ୍ୟ ଏହା କରାଯାଉ ନାହିଁ । ଏ ସବୁ ସଚେତନେତା ନା ବ୍ୟାପକ ଅର୍ଥ ହରିଲୁଟ୍ ହେଉଥିବାର ଅଭିଯୋଗ ହେଉଛି । ରୋଗୀଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେବା ନାଁରେ କାଗଜ କଲମରେ ଅର୍ଥ ବାଟ ମାରଣା ହେଉଛି । ନିର୍ଦ୍ଦିଷ୍ଟ ଠିକାଦାରକୁ ସଲା ସୁତୁରାରେ ନିଯୁକ୍ତି କରାଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦର ଅନ୍ତ୍ରବିଭଗର ରେଗୀଙ୍କୁ ଠକିବା ଏକ ନିତି ଦିନିଆ ଘଟଣାରେ ପରିଣତ ହୋଇଛି । ଛିଣ୍ଡା ଦରଦରା ବେର୍ଡରେ ରୋଗୀ ଚିକିତ୍ସତ ହେବାକୁ ବାଧ୍ୟ ହୋଇଥାନ୍ତି । ଅନେକ ବେର୍ଡ ଭାଙ୍ଗି ରୁଜ ଯାଇଥିଲେବି ବିଭାଗୀୟ କତ୍ତୁ ପକ୍ଷଙ୍କ ନଜର ଏ ଯାଏଁ ପଡି ନାହିଁ । ପ୍ରୂସୁତୀ ବିଭାଗ ଲେବର ରୁମରେ ନାହି ନଥିବା ଅବ୍ୟବସା୍ଥ ଲାଗି ରହିଛି ।ବର୍ଷା ବେଳେ ପ୍ରସୁତୀ ବିଭାଗର ଝରକା ଗୁଡିକ ଭାଙ୍ଗି ରୁଜି ଯାଇଥିବାରୁ ବର୍ଷାପାଣି ପଶି ରୋଗୀମାନେ ଅକଥନୀୟ ଦୁର୍ଦଶାର ସମ୍ମୁଖିନ ହୋଇଥାନ୍ତି । ବିଦ୍ୟୁତ କାଟ ବେଳେ ଏହି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଜେନେରେଟରଟି ଅଚଳ ଅବସ୍ଥାରେ ରହିଥିବାରୁ ରୋଗୀ ସେବା କରିବା କ୍ଷେତ୍ରରେ ବହୁ ଅସୁବିଧା ହୋଇଥାଏ । ଦୀର୍ଘ ଦିନ ଧରି ଅମ୍ବୁଲାନ୍ସଟି ଅଚଳ ହୋଇ ପଡି ରହିଛି ।

 

ବିଶୁଦ୍ଧ ପାନୀୟ ଜଳ ପାଇଁ ଆକୁଆ ଗାର୍ଡ ଲଗିଥିଲେବି ତାହା ପୁଣି ଅଚଳ ହୋଇ ପଡିଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗିଥିବା ଟ୍ୟାବ୍ ଗୁଡିକ ଭାଙ୍ଗି ରୁଜିଯାଇଥିବା ଦେଖିବାକୁ ମିଲିଛି । ଯାହାଫଳରେ ରୋଗୀ ଓ ତାଙ୍କ ସମ୍ପକୀୟ ମାନେ ଭଙ୍ଗା ନଳକୂପଟିରୁ ପାଣି ପିଇବାକୁ ବାଧ୍ୟ ହୋଇଥାନ୍ତି । ରକ୍ତ,ମଳ ମୁତ୍ର ପରିକ୍ଷାଗାର ଅଧିକାଂଶ ସମୟରେ ବନ୍ଦ ରହୁଛି । ଚକ୍ଷୁ ପରିକ୍ଷା ନିରିକ୍ଷା ପାଇଁ ଖୋଲା ଯାଇଥିବା କେନ୍ଦ୍ରଟି ସବୁ ବେଳେ ବନ୍ଦ ରହୁ ଥିଲା ବେଳେ ଟେକନିସିଆନ ଦେଖା ମିଳୁ ନଥିବା ଯୋଗୁ ରୋଗୀମାନେ ପରିକ୍ଷା ନିରିକ୍ଷା କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ଅଭିଯୋଗ ହୋଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗାରିମା ଦିନକୁ ଦିନ ହଜି ଯାଉଛି ।                                                                                 

ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବରୀ ଅଂଚଳର ପ୍ରାୟ ବହୁ ପଂଚାୟତର ଜନସାଧାରଣ ନିର୍ଭର କରୁଥିଲା ବେଳେ ସେବା ଯୋଗଇ ଦେବାରେ ସରକାର ବିଫଳ ହେବାରୁ ବାଧ୍ୟ ହୋଇ ନିକଟସ୍ଥ ସୁଜନପୁର,ଯାଜପୁର ମୁଖ୍ୟ ଚିକିସô୍ାଳୟ ଓ କଟକ ବଡ ମେଡିକାଲକୁ ରୋଗୀ ଖର୍ଚ୍ଚାନ୍ତ ହୋଇ ଚିକିସô୍ା ପାଇଁ ଯାଉଛନ୍ତି । ତେବେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟକୁ ସଜାଡିବା ପାଇଁ ରାଜ୍ୟ ସରକାରଙ୍କର ସହଯୋଗ ଆବଶ୍ୟକତା ରହିଛି । ଏନେଇ ସ୍ଥାନୀୟ ଅଂଚଳ ବାସୀ ଓଡିଶାର ମୁଖ୍ୟ ମନ୍ତ୍ରୀ,ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ର, ଯାଜପୁର ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସାଧିକାରୀ ଯାଜପୁରଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।ଏ ସଂକ୍ରାନ୍ତରେ ଜିଲ୍ଲା ଚିକିତ୍ସାଧିକାରୀ ରଶ୍ମୀ ପ୍ରକାଶ ଶତପଥିଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ ଉପରେ ଉଚ୍ଚ ପଦସ୍ଥଧିକାରୀଙ୍କୁ ଏ ବିଷୟରେ ଲିଖିତ ଭାବେ ଜଣାଇଛି ।

Related Post

ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ସଚେତନତା,ସାଇକେଲ୍‌ରେ ବୁଲି ଲୋକଙ୍କୁ ସଚେତନ କଲେ

Posted by - March 29, 2020 0
ଗଞ୍ଜାମ: କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍ ପିରିୟଡ଼ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ସଚେତନତା ସାଇକେଲ୍‌ରେ ବୁଲି ବୁଲି ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ ନିବେଦନ…

ଡ. ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗରେ ଶୋକସଭା

Posted by - June 6, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ର ନୋଡାଲ ଏସୋସିଏସନ ଫର ଏମେଚ୍ୟୋର ଥିଏଟର (ନାଟ୍) ଅନୁଷ୍ଠାନର ଆବାହକତ୍ଵରେ ଓଡିଶାର ଗର୍ବ ଓ ଗୌରବ ଶଲାବୁଢା ଫେମ ଡ. ଅଟଳ…

ରାସ୍ତା କଡ ବୁଦା ମୂଳରୁ ସଦ୍ୟ ନବ ଯାତ ଶିଶୁପୁତ୍ର ଉଦ୍ଧାର

Posted by - June 4, 2020 46
ବଡ଼ବିଲ:(ସୀତାରାମ ଦୀକ୍ଷିତ) କେନ୍ଦୁଝର ଟାଉନ ଥାନା ସିଲୁଆଁ ଛକ ନିକଟରେ କେହି ଜଣେ ଏକ ସଦ୍ୟ ନବ ଯାତ ଶିଶୁ ପୁତ୍ରକୁ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।…

ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ମନଗଢା ବିବୃତ୍ତି : ବିଜେଡି ଏଲିନା ଦାସ

Posted by - June 29, 2021 0
ଭୁବନେଶ୍ୱର: ନିକଟରେ ଅନୁଷ୍ଠିତ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ସେମାନଙ୍କର ସାଂଗଠନିକ ସମସ୍ୟା ପରେ, ଓଡିଶାର ବିଜେପି…

ରଥ ଉପରେ ମୋବାଇଲ ସେଲ୍‌ଫି ମନା

Posted by - July 4, 2021 0
ପୁରୀ: ରଥ ଉପରେ ମୋବାଇଲ ଫୋନରେ ସେଲ୍‌ଫି (ନିଜର ଚିତ୍ର ଉତ୍ତୋଳନ) ଏବଂ ଭିଡିଓ ରେକର୍ଡିଂ (ଦୃଶ୍ୟ ଉତ୍ତୋଳନ) ସମ୍ପୂର୍ଣ୍ଣ ନିଷେଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଚଳିତବର୍ଷ…

Leave a comment

Your email address will not be published.