ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ଅବହେଳିତ ପର୍ଯ୍ୟଟନ ସ୍ଥଳୀ କରକ ଜଳପ୍ରପାତ

433 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟ ରେ ଭରା ସବୁଜ ସୁନ୍ଦର କଳାହାଣ୍ଡି କୁ ପ୍ରକୃତିର ଗନ୍ତାଘର କହିଲେ କିିଛି ଅତ୍ୟୁକ୍ତି ହେବନାହିଁ।ଜିଲ୍ଲାରେ ପ୍ରଚୁର ଖଣିଜ ସମ୍ପଦ ଠାରୁ ପ୍ରାକୃତିକ ପରିବେଶ ମଧ୍ୟରେ ଏୈତିହାସିକ ଏବଂ ବିଭିନ୍ନ ପ୍ରାକୃତିକ ଶୋଭାରାଜି ବିମଣ୍ଡିତ ଦର୍ଶନୀୟ ସ୍ଥାନ ମନ ମୋହିତ କରିଥାଏ। ତେବେ,ଏବେବି ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ପ୍ରକୃତି ର ଅନେକ ମନୋରମ ସ୍ଥଳୀ।ଭିତ୍ତିଭୂମି ର ଅଭାବ ସାଙ୍ଗକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ର ବୈମାତୃକ ମନୋଭାବ, ଆଂଚଳିକ ବୈସମ୍ୟ, ଏବଂ ରାଜନୈତିକ ନେତା ମାନଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ କଳାହାଣ୍ଡି ଜିଲ୍ଲାର ଏଭଳି ଅନେକ ମନୋରମ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ର ବିକାଶ ଓ ପ୍ରଚାର ପ୍ରସାର ହୋଇ ପାରୁ ନ ଥିବାରୁ ତାହା ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିପାରୁ ନ ଥିବାବେଳେ ସ୍ଥାନୀୟ ଲୋକ ତଥା ଅଂଚଳର ଅର୍ଥନୈତିକ ଏବଂ ସାମଗ୍ରିକ ବିକାଶରେ ସହାୟକ ହୋଇ ପାରୁ ନାହିଁ ।

ଏହିଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମନୋରମ ପର୍ଯ୍ୟଟନ ସ୍ଥଳୀ ହେଲା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମ ପାଣି ପଞ୍ଚାୟତ ସାହଜଖୋଲ୍ ଜଙ୍ଗଲ ମଧ୍ୟରେ ଥିବା କରକ ଜଳ ପ୍ରପାତ।ଜାତୀୟ ରାଜପଥ ୨୬ କଡ଼ରେ ଥିବା ଆମ ପାଣି ଠାରୁ ମାତ୍ର ୫/୬ କିଲୋମିଟର୍ ଦୁର ରେ ବଣ ପାହାଡ ଘେରା ଘଞ୍ଚ ଅରଣ୍ୟ ର ସବୁଜିମା ର ସୁନ୍ଦର ପରିବେଶ ମଧ୍ୟରେ ଥିବା ପଥର ଚଟାଣ ଉପରୁ କୁଳୁ କୁଳୁ ନାଦ ରେ ବୋହି ଆସୁଥିବା ଝରଣାର ମଧୁର ସ୍ଵରରେ ମୁଖରିତ ଏହି କରକ ଜଳ ପ୍ରପାତ। ଆବଶ୍ୟକ ଭିତ୍ତିଭୂମି ର ଅଭାବ ସତ୍ତ୍ୱେ ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟ କୁ ମନଭରି ଉପଭୋଗ କରିବାକୁ ପ୍ରତିବର୍ଷ ଜାନୁଆରୀ ମାସ ପହିଲା ଠାରୁ ନୂତନ ବର୍ଷର ଆଗମନରେ ରାଜ୍ଯ ତଥା ରାଜ୍ଯ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏହି ଜଳ ପ୍ରପାତ ଅପରୂପ ଶୋଭାରାଜି ରେ ଆକର୍ଷିତ ହୋଇ ବଣ ଭୋଜି କରିବା ବାହାନାରେ ଆସିଥାନ୍ତି ।

କିନ୍ତୁ ଗମନା ଗମନ ର ଅସୁବିଧା ତଥା ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ପର୍ଯ୍ୟଟକ ଏଠିକି ଆସିବାକୁ ମୁହଁ ମୋଡୁ ଛନ୍ତି।ନବରଙ୍ଗପୁର ଓ କଳାହାଣ୍ଡି ଦୁଇ ଜିଲ୍ଲାର ସୀମାରେ ଥିବା ଏହି ଜଳ ପ୍ରପାତ କୁ ଯିବାକୁ ହେଲେ ଆମ ପାଣି ଠାରୁ ୫ କିମି ଯିବାପରେ ପ୍ରାୟ ୧କିମି ବାଟ ପାଦରେ ଚାଲି ଚାଲି ଯିବାକୁ ପଡିଥାଏ।କୋକସରା ବ୍ଲକ ପ୍ରଶାସନ ର ଅନୁଦାନ, ମନରେଗା ଯୋଜନା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଦାନ ପାଣ୍ଠି ରେ କିଛି ମାତ୍ରାରେ ରାସ୍ତା କାମ ହୋଇଥିବାବେଳେ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ଗାଡି ପାର୍କିଂ, ବଣ ଭୋଜି ସକାଶେ ଆବଶ୍ୟକ ବ୍ୟବସ୍ଥା ଏବଂ ବିଶେଷ କରି ମହିଳା ଓ ଶିଶୁ ମାନଙ୍କ ପାଇଁ ରେଷ୍ଟ୍ ସେଡ୍ ତଥା ସୌଚାଳୟର ଅଭାବ ରହିଛି ।

ତେବେ,ଦୁଇ ଜିଲ୍ଳା ସୀମାନ୍ତ ରେ ଥିବା ଏହି ମନୋରମ ଜଳ ପ୍ରପାତ ରାଜ୍ୟ ପର୍ଯ୍ୟଟନ ବିଭାଗ ତଥା ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ରାଜନେତାଙ୍କ ଇଛାଶକ୍ତିର ର ଅଭାବ ଯୋଗୁଁ ଅବହେଳିତ ଅବସ୍ଥାରେ ପଡି ରହିଛି। ନୈସର୍ଗିକ ସୌନ୍ଦର୍ଯ୍ୟ ଭରା କରକ ଜଳ ପ୍ରପାତ, ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ତାର ଭିତ୍ତିଭୂମିର ବିକାଶ କଲେ ଅଂଚଳର ବିକାଶ ସହ ସ୍ଥାନୀୟ ଲୋକଙ୍କ ର ମଧ୍ୟ ନିଜର ଜୀବନ ଜୀବିକା ର ଉନ୍ନତି ରେ ସହାୟକ ହୋଇ ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Related Post

ଅତାବିରାର ଯୁବ ଖେଲାଲୀ ପ୍ରମୋଦ ଭଗତଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷିତ

Posted by - January 25, 2022 0
ବରଗଡ/ଅତାବିରା:ବିଶ୍ୱ ଦରବାରରେ ବେଡମିଣ୍ଟନ ଖେଲରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଟୋକିଓ ପାରା ଆଲମ୍ପିକ ରେ ସ୍ୱର୍ଣ୍ଣ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଥିବା…

ଅପହଞ୍ଚ ଇଲାକାରେ ଭାରତୀୟ ଦୁର ସଞ୍ଚାର ପକ୍ଷରୁ ମୋବାଇଲ ଟାୱାର:-ଟେଲିକମ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ

Posted by - January 7, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ରେ ଏବେବି ମୋବାଇଲ ଟାୱାର ନାହି । ଯାହା ଫଳରେ ସ୍କୁଲ ଛାତ୍ରଛାତ୍ରୀମାନ ,ସାଧାରଣ…

ବୌଦ୍ଧ ଜିଲ୍ଲା ରେ ଅସୁରକ୍ଷିତ ବନ୍ୟପ୍ରାଣୀ,ପୁଣି ବନ୍ୟପ୍ରାଣୀ ଶିକାର ରହସ୍ୟ ଉନ୍ମୋଚନ,ବାଘ ପଞ୍ଝା ସହ ଲୋମ. ହାଡ଼ ଓ ଦେଶୀ ବନ୍ଧୁକ ଜବତ

Posted by - April 10, 2023 0
ହରଭଙ୍ଗା:୧୦/୦୪ (ବୌଦ୍ଧ ବନ ଖଣ୍ଡ ରେ ସୁରକ୍ଷିତ ନୁହଁନ୍ତି ବନ୍ୟ ପ୍ରାଣୀ l କିଛିଦିନ ତଳେ ବାଘ. କୁଟୁରା, ସମ୍ବର ଛାଲ ଜବତ ସହ ଶିକାରୀ ଗିରଫ.…

କାହାକୁ ଶୁଭିଲାନି ଚିତ୍କାର, ୧୦ ହଜାର ପୁଲିସ କାହା ସେବାରେ,ପୁରୀରେ ରାତିସାରା ଲକଜୁରୀ ବସ୍ ଭିତରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

Posted by - July 10, 2019 73
ପୁରୀ:ଦଶ ହଜାର ପୁଲିସ, ମାଳ ମାଳ ଯବାନ ଓ ଅଧିକାରୀଙ୍କ ବଳୟ ଭିତ‌ରେ ଥିବା ପୁ ଶରଧାବାଲିସ୍ଥିତ ବସଷ୍ଟାଣ୍ଡରେ କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳର ଜଣେ ନିରିହ ଆଦିବାସୀ…