ବରଗଡ/ଅତାବିରା:ସମ୍ବଲପୁର ବିଶ୍ୱବିଦ୍ୟାଲୟ ଆନୁକୁଲ୍ୟରେ ଗତ ଚାରିଦିନ ଧରି ବରଗଡ ଜିଲ୍ଲା ଲରମ୍ଭା କଲେଜ ଠାରେ ଚାଲିଥିବା ଆନ୍ତ ମହାବିଦ୍ୟାଲୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ସମାପନ ହୋଇଯାଇଛି ।ଏହାକୁ କଲେଜ ଅଧ୍ୟକ୍ଷ ପ୍ରମୋଦ କୁମାର ଭୋଇ ଶୁଭାରମ୍ଭ କରିଥିବାବେଲେ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ରୁପେ ପୂର୍ବତନ ଲୋକସଭା ସାଂସଦ ଡଃ ପ୍ରଭାସ କୁମାର ସିଂ ଯୋଗ ଦେଇଥିଲେ ।
ସମ୍ନାନିତ ଅତିଥି ଅବସର ପ୍ରାପ୍ତ ଶାରିରିକ ଶିକ୍ଷା ଅଧ୍ୟାପକ ରମଣି ରଞ୍ଜନ ସାହୁ,ମହାବିଦ୍ୟାଲୟର ପରିଚାଲନା କମିଟିର ସଭାପତି ରବିନାରାୟଣ ପଣ୍ଡା ଯୋଗ ଦେଇଥିଲେ ।ମହାବିଦ୍ୟାଲୟର କାର୍ଯ୍ୟକାରି ସମ୍ପାଦକ ସରୋଜ କୁମାର ନାୟକଙ୍କ ତତ୍ୱାବଧାନରେ ସମସ୍ତ ଖେଲ ଅନୁଷ୍ଠିତ ହୋଇଥିବାବେଲେ ଏଥିରେ ସମୁଦାୟ ୧୬ ଟି ଦଲ ଭାଗ ନେଇଥିଲେ ।
ଫାଇନାଲରେ ଝାଡେଶ୍ୱରି କଲେଜ ତୋରା କଲେଜ କୁ ୨-୦ ଗୋଲରେ ହରାଇ ବିଜୟି ହୋଇଥିଲା । ଉଭୟ ଦଲକୁ ପୁରସ୍କୃତ କରାଯିବା ସହ ଶେଷରେ ମହାବିଦ୍ୟାଲୟ ର ଶାରିରିକ ଶିକ୍ଷା ଅଧ୍ୟାପକ ହରିଶ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।