ଅବସର ପ୍ରାପ୍ତ ଶିକ୍ଷକ ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ

165 0

କଳାହାଣ୍ଡି: :(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଜୈନିକ ଅବସର ପ୍ରାପ୍ତ ଶିକ୍ଷକ ଙ୍କୁ ଜିବନରେ ମାରିଦେବା ପାଇଁ ଉଦ୍ୟମ କରିଥିବା ମାମଲା ର ଶୁଣାଣି କରି ମାନ୍ୟବର ଚିଫ ଜୁଡିସିଆଲ କୋର୍ଟ ଅଭିଯୁକ୍ତ କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି।ସୂଚନା ରୁ ଜଣାଯାଏ ଯେ କଳାହାଣ୍ଡି ଜିଲ୍ଲା ସଦର ସରଲାଞ୍ଜି ଗ୍ରାମର ଗିରିଧାରି ସାହୁ ଜୁଲାଇ ପାଞ୍ଚ ତାରିଖ ଦିନ ଭୋର ରୁ ସସ୍ତ୍ରୀକ ପ୍ରାତଃ ଭ୍ରମଣ ର ଯାଉଥିବା ସମୟରେ ଗ୍ରାମର ହାଡୁ ପୁଟେଲ ଏକ ଟାଙ୍ଗିଆ ରେ ଗିରିଧାରି କୁ ଆକ୍ରମଣ କରିଥିଲା।

ଏଥିପାଇଁ ଭବାନୀପାଟଣା ସଦର ଥାନା ରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗତ ତିରିଶ ତାରିଖ ଦିନ ଭବାନୀପାଟଣା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ଡ. କିରଣ ପ୍ରଧାନ ଏହି ମାମଲାର ଶୁଣାଣି କରି ଦୋଷୀକୁ ଭାରତୀୟ ପିଙ୍ଗଳ କୋଡ୍ ର ଧାରା ୩୪୧,୩୨୬, ୩୦୭,୫୦୬, ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡ ରେ ଦଣ୍ଡିତ କରିଛନ୍ତି।

Related Post

ଚଉଷଠି ଯୁଗନି ସାହିତ୍ୟ କଳା ପରିଷଦ ପକ୍ଷରୁ ମକର ମିଳନ

Posted by - January 14, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ଅନୁଷ୍ଠାନ ଚଉଷଠି ଯୁଗନି ସାହିତ୍ୟ କଳା ପରିଷଦ ପକ୍ଷରୁ ସତ୍ୟ ମହିମା ଆଶ୍ରମ ଠାରେ ପଂଚମ ମକର ମିଳନ…

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମହାବାତ୍ୟା “ୟସ”ର ମୁକାବିଲା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି

Posted by - May 24, 2021 0
ଯାଜପୁର ଅଫିସ :ଗତ ୨୦ମାର୍ଚ୍ଚ ୨୦୨୦ମସିହାଠାରୁ ନିରବଚ୍ଛିନ୍ନ ଭାବରେ ଦେଶର ବିଭିନ୍ନ ସ୍ଥାନରେ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ଵାରା ପରିଚାଳିତ ଡ଼ଲଫିନ…

ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କଲେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର ଅନୁଶାସନ ସଚିବ

Posted by - November 12, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଅନୁଶାସନ ସଚିବ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ପାର୍ବତୀ ମଞ୍ଜରୀ ମହାଲିକ ବୌଦ୍ଧକୁ ନଭେମ୍ବର ୧୦ ଏବଂ ୧୧ ତାରିଖ ଦୁଇଦିନିଆ ଗ୍ରସ୍ତରେ ଆସି ଜିଲ୍ଲାପାଳଙ୍କ…

ଜୀଅନ୍ତା ଜଳିଗଲେ ଯୁବକ

Posted by - January 2, 2019 647
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବେତଣ୍ଡା ଗ୍ରାମରେ ପାଣି ଟାଙ୍କି କାମ ଚାଲିଥିଲା। ଏହି କାମରେ ଦିନବନ୍ଧୁ ସେଟ୍ଟୀ ବିଦ୍ୟୁତ ସଂଯୋଗ ଦାୟିତ୍ୱରେ ଥିଲେ। ଆଜି…

ଖପ୍ରାଖୋଲରେ କୃଷକ ଉତ୍ପାଦକ କଂମ୍ପାନୀର ବାର୍ଷିକ ବୈଠକ

Posted by - September 30, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ସ୍ଥାନୀୟ ଖପ୍ରାଖୋଲ ବ୍ଲକ କୃଷକ ଉତ୍ପାଦକ କମ୍ପାନୀ କାର୍ଯ୍ୟଳୟ ପରିସରରେ  କମ୍ପାନୀର ବାର୍ଷିକ ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସିଇଓ ଗଣେଶ…