ଯାଜପୁର ସ୍ଥିତ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲାସଂସ୍କୃତି ପରିଷଦ, ଯାଜପୁର ଏବଂ ସ୍ୱର ଓ ସ୍ୱାକ୍ଷର ସାହିତ୍ୟ ଅନୁଷ୍ଠାନର ମିଳିତ ଉଦ୍ୟମରେ ଜିଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ସମାରୋହକୁ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସ୍ୱର ସ୍ୱାକ୍ଷର ଅନୁଷ୍ଠାନର ସଭାପତି ଅଧ୍ୟାପକ, କବି ଡଃ଼ ଶ୍ରୀହରି ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ରାଧାରମଣ ଦାସ ଯୋଗ ଦେଇ କବି ଜୟଦେବ ହେଉଛନ୍ତି ଓଡ଼ିଶା ମାଟିର ସନ୍ତାନ ବୋଲି ସୂଚନା ଦେବା ସହିତ ଓଡ଼ିଆ ଜାତିର ପ୍ରାଣପ୍ରତିଷ୍ଠାତା ବୋଲି ସୂଚନା ଦେଇଥିଲେ । ଏହି ଅବସରରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

Com for approximately when jackpot totals and list of
jackpot visitors and areas.