ସିନ୍ଧେକେଲା ପଲ୍ଲୀ ଶ୍ରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରିୟ ଶିଶୁମହୋତ୍ସବ(ଶୁରଭି)କାର୍ଯ୍ୟକ୍ରମ

174 0

ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ସିନ୍ଧେକେଲା ପଲ୍ଲୀ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ।ବ୍ଳକ ସ୍ତରିୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସର୍ବ ପ୍ରଥମେ ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ଦେଶ ଆତ୍ମକ ସଙ୍ଗୀତ ଗାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମୋଟ ୧୧ଟି କ୍ଳଷ୍ଟ୍ରର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ତେବେ ୫ ଟି ପ୍ରତିଯୋଗୀତା ରେ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ରଚନା, ଡିଭେଟ ଚିତ୍ରଙ୍କନ, ନୃତ୍ୟ ପରିବେଷଣ ଭଳି ପ୍ରତିଯୋଗୀତା ଆୟୋଜ କରା ଯାଇଥିଲା।:

ଏହି ପ୍ରତିଯୋଗୀତା କୁ ବିଚାର କରିବା ପାଇଁ ଦୁଇଜଣ ବିଚାରକ ନିୟୋଜିତ ହୋଇଥିଲେ-ଅଶୋକ ସାହୁ, ଗୋତ୍ତମ ବିଶ୍ଵଲ,ଏହି ଦୁଇଜଣ ନିଷ୍ପତି ଅନୁଶାରେ ଯୋଗ୍ୟ ବିବେଚିତ ପ୍ରତିଭା ମାନଙ୍କୁ ଆସନ୍ତା କାଲି ଜିଲ୍ଲା ସ୍ତରିୟରେ ହେବାକୁ ଥିବା ଶିଶୁ ମହୋତ୍ସବ କୁ ପଠାଜୀବ ବୋଲି ପ୍ରକାଶ ପାଇଛି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଶବର ଙ୍କ ଠାରୁ।ଏହିଅବସରରେ-ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ।ରାଞ୍ଜୁ ବାଳାବେହେରା, ଯୋଗଦେଇ ସର୍ବ ପ୍ରଥମେ ବାଗ ଦେବୀ ଙ୍କ ଫଟୋ ଚିତ୍ରଠାରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରିଥିଲେ।ବ୍ଲକସ୍ତରିୟ ଶିଶୁ ମହୋତ୍ସବ-ସଭାପତି ତଥା ବିଦ୍ୟାଳୟ ପ୍ରଧାନ ଶିକ୍ଷକ-ଲୋକନାଥ ମେହେର ଉକ୍ତ ଉତ୍ସବକୁ ଆନୁଷ୍ଠାନିକଭାବେ ଉଦ୍ଧଘାଟନ କରିଥିଲେ।

ସମ୍ମାନୀୟ ଅତିଥି ଭାବେରେ ଶିଶୁ ମହୋତ୍ସବ ଆୟୋଜକ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠନାଥ ଶବର, ଯୋଗଦେଇ ସରକାରୀ ସମସ୍ତ ବିଦ୍ୟାଳୟ ରେ ଘରୋଇ ବିଦ୍ୟାଳୟ ମାନଙ୍କରେ ଯୋଭଳି ଶିକ୍ଷା ଦାନ ବ୍ୟବସ୍ଥା ରହିଛି ଆମେ ମଧ୍ୟ ସେହିଭଳି ଗୁଣାତ୍ମକ ଶିକ୍ଷାଦାନ ଦେଇ ଜିଲ୍ଲା ରେ ବଙ୍ଗୋମୁଣ୍ଡା ବ୍ଲକକୁ ଆଗୁଆ କରିବୁ ବୋଲି ସଂକଳ୍ପବଦ୍ଧକରି ମନ୍ତବ୍ୟ ଦେଇଥିଲେ ।ବ୍ଲକ ଶହ ଗୋଷ୍ଠୀଶିକ୍ଷା ଅଧିକାରୀ ଜୟନ୍ତ କୁମାର ପ୍ରଧାନ ମଧ୍ୟ ମନ୍ତବ୍ୟ ରେ କହିଥିଲେ ଆଜିକୁ ଦୁଇ ବର୍ଷ ହେଲା କରୋନା ମହାମାରି ଛାତ୍ରଛାତ୍ରୀ ଭବିଷ୍ୟତକୁ ଅନ୍ଧକାର କରିଦେଇଛି।ତେଣୁକରି ବର୍ତ୍ତମାନ ସମୟଟି ମହାମାରୀ ଶୁଧାରଥିବାରୁ ବିଦ୍ୟାଳୟ ଗୁଡିକ କିଛି ମାତ୍ରାରେ ଖୋଳିଛି ଏହା ମଧ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ମତବ୍ୟକ୍ତ ଦେଇଥିଲେ।

ସମ୍ମାନୀୟ ଅତିଥି ଭାରେ ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟି ସଭାପତି-ନରେଶ କୁମାର ଜୈନ, ସିନ୍ଧେକେଲା ପଞ୍ଚାୟ।ତ-ସରପଞ୍ଚ-ରାଜା ଥନାପତି,ଉଷ୍ଟ।ଶିକ୍ଷକ ସଂଘସମ୍ପାଦକ-ରସାନନ୍ଦ ମହାପାତ୍ର,ବଙ୍ଗୋମୁଣ୍ଡା ଶିକ୍ଷକ ସଂଘ ସଭାପତି, କୋଷରାଜ ବେହେରା,ଓ୧୧ଟିକ୍ଳଷ୍ଟ୍ର ର ସମସ୍ତ ସଂଯୋଜକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।ସୁଜନ ବନ୍ଧୁ କାର୍ଯ୍ୟକ୍ରମ କୁ ସହଯୋଗକରିଥିଲେ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ, ସଂଯୋବଜକ ନରେନ୍ଦ୍ର କୁମାର ସାହୁ, ହିମାଂଶୁ ଭୂଷଣ ସେନାପତି- ପରିଶେଷରେ ମଞ୍ଚାଅତିଥିଗଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସୂଚନା ଯୋଗ୍ୟଯେରାଜ୍ୟ ସରକାର ଙ୍କ 5T ଯୋଜନା ଅନୁଯାୟୀ ବଙ୍ଗୋମୁଣ୍ଡା ବ୍ଳକର ସିନ୍ଧେକେଲା ପଲ୍ଲୀ ଶ୍ରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟକୁ କାର୍ଯ୍ୟକାରୀ 5Tରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

Related Post

ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ବାର୍ଷିକୋତ୍ସବ

Posted by - March 31, 2022 0
ହରଭଙ୍ଗା :(ଚିତ୍ତରଂଜନସିଂ)ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ବାର୍ଷିକୋତ୍ସବ 2022 ପାଳିତ ହୋଇଯାଇଛି. ଉତ୍ସବରେ ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀଙ୍କ ସଭାପତିତ୍ୱରେ ଭୈରବୀ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧକ୍ଷ…

ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

Posted by - June 12, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ତରଫରୁ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଚଢ଼ାଉ

Posted by - December 3, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଜମନକିରା ସେବା ସମବାୟ ସମିତି ର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଫଣିନ୍ଦ୍ର କୁମାର ସାହୁ ଙ୍କ ସମ୍ବଲପୁର ସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ। ସେବା…

ଐତିହାସିକ ପଦକ୍ଷେପ ନେବେ ନବରଙ୍ଗପୁର ରାଜ୍ୟସଭା ସାଂସଦ- ଖ୍ରୀଷ୍ଟିୟାନଙ୍କ ଆବାଜ ଦିଲ୍ଲୀ ଦରଵାରରେ ପହଞ୍ଚାଇବେ

Posted by - September 15, 2021 0
ତେନ୍ତୁଳିଖୁଣ୍ଟି:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ସର୍କିଟ ହାଉସ ଠାରେ ଆଜି ନବରଙ୍ଗପୁର ଜାତୀୟ ଦଳିତ ଖ୍ରୀଷ୍ଟୟାନ ସଙ୍ଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ସଭାପତି ଡ଼ା ବିକ୍ରମ…

ଖପ୍ରାଖୋଲ ଅଂଚଳ ରେ ଟମାଟୋ ଚାଷ ରେ ଝାଉଁଳା ରୋଗ ଚିନ୍ତା ରେ ଚାଷୀ

Posted by - November 3, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଂଚଳ ର କେତେକ ଚାଷ ଜମିରେ ଟମାଟୋ ଚାଷ ରେ ଝାଉଁଳା ରୋଗ ଦେଖିବାକୁ ମିଳିଛି…