ମହିଳା ବନ୍ଧୁପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ମହିଳା ଦଳ ବିଜୟୀ

445 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନରବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳଗୁମା ପଞ୍ଚାୟତ ଅନ୍ତର୍ଗତ ଭିମାଗୁଡା ଗ୍ରାମରେ ପ୍ରଥମ ଥର ପାଇଁ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି | ଆଜିର ଏହି ଖେଳ ନବରଙ୍ଗପୁର ଓ ଉମରକୋଟ ମହିଳା ଦଳ ମଧ୍ୟରେ ରାମଞ୍ଚକ ଭାବରେ ଖେଳ ପ୍ରଦର୍ଶନ ହୋଇଥିଲା |

ନିର୍ଦ୍ଧାରିତ ସମୟ ମଧ୍ୟରେ କିଏ କାହାରିକୁ ଗୋଲ ଦେବାରେ ସକ୍ଷମ ହୋଇନଥିଲେ |ତେଣୁ ଖେଳ ପରିଚାଳକଙ୍କ ନିର୍ଦେଶରେ ଦୁଇ ଦଳ ମଧ୍ୟରେ ପେନାଲ୍ଟି ସୁଟଆଉଟ୍ ନିଷ୍ପତ୍ତି ନିଆଯାଇଥିଲା l ନବରଙ୍ଗପୁର ମହିଳା ଦଳ ୪ଟି ଗୋଲ ମାରି ବିଜୟ ଲାଭ କରିଥିବା ବେଳେ ଉମରକୋଟ ମହିଳା ଦଳ ୩ଟି ଗୋଲ ମାରି ପରାଜୟ ହଇଥିଲେ l

ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ତେନ୍ତୁଳୀଖୁଣ୍ଟି ବ୍ଲକ ସଭାପତି ଫ୍ରପୁଲ ନାଗ, ବ୍ଲକ ଅଧକ୍ଷା ଦେବକୀ ନାୟକ ଯୋଗଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ସୁର୍ଯ୍ୟ ରନ୍ଧାରି ବିଜେଡ଼ି ଯୁବ ସଭାପତି ସୁଧୀର ଖୋରା ପ୍ରମୁଖ ଉପସ୍ଥିତ ଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ଟିନୁ ପଣ୍ଡା ,ପୂର୍ଣ୍ଣ ହରିଜନ, ପରେଶ ,ଗୌତମ, ବ୍ରଜ, ହାବିବୁଲା, ନେତ୍ରା, ଖେମା ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବେଳେ ଏହି ଖେଳକୁ ଦେଖିବା ପାଇଁ ଆଖପାଖର ପାଞ୍ଚ ଖଣ୍ଡ ଗାଁ ଲୋକେ ଯୋଗଦେଇ ଖେଳକୁ ଉପଭୋଗ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ll ଖେଳ ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଦୁଇ ଦଳକୁ ପୁରସ୍କାର ବିତରଣ କରାଯାଇଥିଲା l

 

Related Post

କଳାହାଣ୍ଡି ଜିଲ୍ଲା ରେ ଓ ସି ଏ ଭିଜନ୍ ୨୪ ଜୁନିଅର ଆନ୍ତଃ ଜିଲ୍ଲା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Posted by - December 2, 2022 0
ଭବାନୀପାଟଣା :(- – କଳାହାଣ୍ଡି ଜିଲ୍ଲା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଓସିଏ ଭିଜନ୍ ୨୪ ଜୁନିଅର ଅନ୍ତଃଜିଲ୍ଲା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି।୨…

୧୬ତମ ସୁଜିତ କୁମାର ସାହୁ ଫ୍ଲଡ ଲାଇଟ କ୍ରିକେଟ ଟୁର୍ନାମେଣ୍ଟ ଶୁଭାରମ୍ଭ

Posted by - March 17, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୋନପୁର ସହର ରେ ପ୍ରଥମ ଥର ଫ୍ଲଡ ଲାଇଟ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଯାଇଛି lସମଲେଶ୍ୱରୀ ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ସୁଜିତ ସାହୁ ୧୬…

କେନ୍ଦୁଝର ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ଖେଳକୁଦ ପ୍ରତିଯୋଗିତା ୨୦୧୯ ଆୟୋଜିତ ।

Posted by - November 28, 2019 64
କେନ୍ଦୁଝର ନଗର ଭବନ ଓ କେନ୍ଦୁଝର ଷ୍ଟାଡ଼ିୟମ  ରେ ଜିଲ୍ଲା ପ୍ରଶାସନ ଦ୍ବାରା ଦିବ୍ୟାଙ୍ଗ  ପିଲାମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୧୯ ଅନୁଷ୍ଠିତ ହୋଇଯାଇଛି ।…

ଗ୍ରୀନ ଏସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Posted by - December 2, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ବହୁ ପ୍ରତିକ୍ଷିତ ପୁରୁଣାବସ୍ତି ତୃତୀୟ ଗ୍ରୀନ ଏସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ରାମାପଡା ପାଖ ଖେଲ ପଡିଆରେ…

ଜାତୀୟ ମହିଳା ସିନିୟର୍ ହକି କ୍ୟାମ୍ପ ରେ ସ୍ଥାନ ପାଇଲେ ଓଡ଼ିଶାର ଆଠ ଜଣ ଖେଳାଳି

Posted by - December 29, 2021 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସର୍ବଭାରତୀୟ ମହିଳା ହକି ଦଳ ନିମନ୍ତେ ଖେଳାଳି ଚୟନ ପାଇଁ ବିଧିବଦ୍ଧ କାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଜାତୀୟ…