Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ରାଜ୍ୟବ୍ୟାପୀ ରାମନବମୀର ଧୂମ୍, ସବୁଠି ଭକ୍ତିମୟ ପରିବେଶ

891 0

ପବିତ୍ର ରାମନବମୀରେ ରାଜ୍ୟ ର ବିଭିନ୍ନ ରାମ ମନ୍ଦିରରେ ଭକ୍ତିମୟ ପରିବେଶ। ମର୍ଯ୍ୟାଦା ପୁରୁଷଙ୍କ ଜନ୍ମତିଥିରେ ତାଙ୍କ ପୂଜା ଆରାଧନା ଲାଗି ସକାଳୁ ସକାଳୁ ଲାଗିଥିଲା ଭକ୍ତଙ୍କ ଗହଳିଚହଳି। ବିଧି ବିଧାନରେ ପୂଜାର୍ଚ୍ଚନା ସହ ଶ୍ରଦ୍ଧାଳୁଙ୍କ ନାମ ସଙ୍କୀର୍ତ୍ତନରେ ଉଚ୍ଛୁଳି ଉଠିଥିଲା ପରିବେଶ।

ଭଦ୍ରକ ସହରରେ ବି ଧୁମଧାମରେ ପାଳିତ ହୋଇଛି ରାମନବମୀ ଉତ୍ସବ। ଏ ବର୍ଷ ପ୍ରାୟ ୬୦ରୁ ଅଧିକ ସୁସଜ୍ଜିତ ମେଢ଼ ନେହରୁ ଷ୍ଟାଡିୟମରୁ ବାହାରି ସହର ପରିକ୍ରମା କରିଥିଲେ। ବାଲେଶ୍ୱର ସହରରେ ବି ବେଶ୍ ଧୂମଧାମରେ ପାଳିତ ହୋଇଛି ରାମନବମୀ ଉତ୍ସବ।ଆଜି ଗୋଟିଏ ଦିନରେ ରାମ ନବମୀ ସାଙ୍ଗକୁ ଅଶୋକାଷ୍ଟମୀ ତିଥି ପଡିଥିବାରୁ ଏକାମ୍ର କ୍ଷେତ୍ରରେ ଗଡ଼ିଛି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ମଧ୍ୟାହ୍ନରେ ପହଣ୍ଡି ବିଜେ ପରେ ରଥାରୁଢ଼ ହୋଇଥିଲେ ଦେବୀ ରୁକୁଣା ଓ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର। ଅପରାହ୍ନ ୪ଟା ପରେ ରଥ ଟଣା ବେଳକୁ ଲୋକାରଣ୍ୟ ହୋଇ ଉଠିଥିଲା ପୁରୁଣା ଭୁବନେଶ୍ୱର।

ଯାଜପୁରର ରାମ ମନ୍ଦୀରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ବଢ଼ି ଭୋରରୁ ଶ୍ରଦ୍ଧାଳୁ ମାନେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କୁ ଦର୍ଶନ କରିବା ପାଇଁ ଭିଡ ଜମାଇଥିଲେ । ବିଶ୍ୱାସ ରହିଛି ରାମ ନବମୀ ଦିନ ପ୍ରଭୁଙ୍କ ଦର୍ଶନ କଲେ ଦାମ୍ପତ୍ୟ ଜୀବନ ଭଲରେ କଟିବ । ସେପଟେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମନ୍ଦୀରରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ସକାଳୁ ପ୍ରଭୁଙ୍କର ମହାସ୍ନାନ ହେବା ପରେ ଆଳତୀ କରାଯାଇଥିଲା । ଏହାର ବଡସିଂହାର ବେଶ ଅନୁଷ୍ଠିତ ହେବା ସହିତ ପାରାୟଣ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ସଂଧ୍ୟା ପ୍ରବଚନ ସହିତ ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Related Post

ଅର୍ଦ୍ଧ ନିର୍ମିତ ପୋଲ ତଳକୁ ଖସି ବାଇକ୍ ଆରୋହି ମୃତ

Posted by - April 22, 2020 0
ବଡବିଲ:(ସିତାରାମ ଦିକ୍ଷୀତ) କେନ୍ଦୁଝର ଜିଲ୍ଲା ବଡ଼ବିଲ କଲେଜରୋଡ ସବ୍ ଟ୍ରେଯେରି ଅଫିସ ନିକଟରେ ପୂର୍ତ୍ତ ବିଭାଗ ଦ୍ଵାରା ଅର୍ଦ୍ଧ ନିର୍ମିତ ପୋଲ ତଳକୁ ଖସି ବାଇକ୍ ଆରୋହୀ ମୃତ।…

ଗ୍ରାମ୍ୟ ଉନ୍ନୟନ ବିଭାଗ ର ବୈମାତୃକ ମନୋଭାବ, କେବେ ମରାମତି ହେବ ଧାମନଗୁଡା ପୋଲ

Posted by - December 8, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଗ୍ରାମାଞ୍ଚଳ ଲୋକଙ୍କ ଗମନାଗମନ ବ୍ୟବସ୍ଥା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବହୁକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ କେତେକ କ୍ଷେତ୍ରରେ ଅସାଧୁ କର୍ମଚାରୀ,…

ନାବାର୍ଡ ର ୪୦ତମ ପ୍ରତିଷ୍ଠା ଦିବସ ପାଳନ,ମହିଳା ଚାଷୀ ସମ୍ଭର୍ଧିତ

Posted by - July 20, 2021 0
ବୌଦ୍ଧ-(ଚିତ୍ତରଞ୍ଜନ ସିଂ)ନାବାର୍ଡ ତରଫରୁ ୪୦ ତମ ପ୍ରତିଷ୍ଠା ଦିବସ ପାଳନ ଏବଂ କୃଷି ଓ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଦେଶ ପାଇଁ ୪୦ ବର୍ଷର ସେବାକୁ ସ୍ମରଣ…

ମତଦାତା ଅଧିକାର ଓ କୋଭିଡ ପାଇଁ ସଚେତନତା ରାଲି

Posted by - February 17, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ , ଫୁଲବାଣୀ ପକ୍ଷରୁ ଆଜି ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ…

କରୋନା ସଚେତନତାର ଏକବିଂଶଶତୋତ୍ତର ଦିବସୀୟ କାର୍ଯ୍ୟକ୍ରମ

Posted by - July 20, 2020 1,974
କେନ୍ଦ୍ରାପଡା:ସମଗ୍ର ବିଶ୍ଵକୁ ମହାମାରୀ କରୋନାମୁକ୍ତ କରିବା ପାଇଁ ସଚେତନତାର ଆବଶ୍ୟକତାକୁ ଉପଲବ୍ଧିକରି ନିରସ୍ତ୍ର ସୈନିକ ଭାବେ ଲଢ଼ୁଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର…

Leave a comment

Your email address will not be published.