ସିଦ୍ଧେଶ୍ୱର ମହା ବିଦ୍ୟାଳୟ ରେ ବିଶାଳ ରକ୍ତଦାନ ଶିବିର

467 0

ବସ୍ତା :(ପ୍ରଭାକର ମଲ୍ଲିକ )ବାଲେଶ୍ଵର ଜିଲ୍ଲା,ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତ ସ୍ଥିତ ଅମର୍ଦ୍ଦାରୋଡ    ସିଦ୍ଧେଶ୍ଵର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆଜି ସିଦ୍ଧେଶ୍ଵର ମହାବିଦ୍ୟାଳୟ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ପ୍ରୋଗ୍ରାମ ଅଫିସର ରାମ ଚନ୍ଦ୍ର ହେମ୍ବରମ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ମହାବିଦ୍ୟାଳୟର ଅଧକ୍ଷ ଡ: ଅକ୍ଷୟ କୁମାର ପରିଡ଼ା ଉଦଘାଟନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ରକ୍ତକେନ୍ଦ୍ର ବାଲେଶ୍ଵରର ଡାକ୍ତର ମହେଶ କୁମାର ବିଶ୍ବାଳ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବାବେଳେ ଟେକ୍ନିସିଆନ ସାୟଦ ଦିଲଦାର,ବିଜୟ କୁମାର ପଟ୍ଟନାୟକ, ଡାଟା ମ୍ୟାନେମେଣ୍ଟ ମୋନାଲିସା ମହାନ୍ତି,ସହଯୋଗୀ ହେମନ୍ତ ସେଠି ଉପସ୍ଥିତିରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ।

ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର    ଭିକାରୀ ଚରଣ ଜ୍ୟୋତି,ସନ୍ତୋସିନି ଆଚାର୍ଯ୍ୟ,ଅନୁପମା ମାଝି ଶିବିର ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ: ମାନସ ରଞ୍ଜନ ସାମଲ,ଡ:ଭଗବାନ ପୃଷ୍ଟି,ଡ:ଗୌତମ କିଶୋର ନାୟକ,ପ୍ରାଧ୍ୟାପକ ଅଜିତ କୁମାର କର ଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।ତେବେ ୭୫ ୟୁନିଟ୍ ରକ୍ତ ରକ୍ତ ସଂଗୃହୀତ ହୋଇଥିଲା

Related Post

ଅନୁଗୁଳରେ ଆଜି ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଲା

Posted by - July 9, 2020 33
ଅନୁଗୁଳ:(ମହେଶ ଭୋମରାଜ)ଆଜି ଅନୁଗୋଳରୁ ଗୋଟିଏ ଦିନରେ ୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କଣିହାଁ ବ୍ଳକ୍ ଅଂଚଳର ୫ ଜଣକ ମଧ୍ୟରୁ ଜଣେ…

ଟିଟିଲାଗଡ଼ ବିପ୍ର ଫାଉଣ୍ଡେସନ ତରଫରୁ ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - May 2, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ମଇ ମାସ ୧ ତାରିଖରେ ବିପ୍ର ଫାଉଣ୍ଡେସନ ଆରମ୍ଭ ହୋଇଥିଲା, ତେବେ ଏହି ବର୍ଷ ୧୩ ତମ ସ୍ଥାପନା ଦିବସ ଉପଲକ୍ଷେ…

ଭାରତୀୟଙ୍କ ଗୁଣସୂତ୍ରରେ ଥିବା ବିରଳ ମାଇକ୍ରୋ ଆର୍‌ଏନ୍‌ଏ ରେ ରହିଛି କରୋନା ଭୂତାଣୁକୁ ନଷ୍ଟ କରିବାର ଶକ୍ତି

Posted by - March 28, 2020 669
ନୂଆଦିଲ୍ଲୀ : ସାରା ବିଶ୍ବରେ ଆତଙ୍କର ଅନ୍ୟ ନାମ ପାଲଟିଥିବା କରୋନା ଭୂତାଣୁର ନିରାକରଣ ପାଇଁ ଆଶାର କିରଣ ଦେଖାଦେଇଛି। କରୋନା ପ୍ରତିଷେଧକ ଟିକା ଭାରତୀୟ ବୈଜ୍ଞାନିକମାନେ…

ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ଆୟୋଜିତ

Posted by - November 21, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ, ପୁରୁଣାକଟ ଭୈରବୀ ଜୁନିଅର କଲେଜ ତରଫରୁ ଆଜି ରେଡ କ୍ରସ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା l ଭୈରବୀ କଲେଜ…