ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ରାମଚନ୍ଦ୍ରପୁର ଥାନ ଅନ୍ତର୍ଗତ ଆମଠପୁର ପଞ୍ଚାୟତ ର ଆମଠପୁର ଦଳିତ ବସ୍ତିରେ ସଂଧ୍ୟା ସମୟରେ ଏକ ଅଗ୍ନିକାଣ୍ଡ ଘଟିଯାଇଛି । ଉକ୍ତ ଗ୍ରାମର ମନମୋହନ ମଲ୍ଲିକ ଙ୍କ ଦୁଇ ବଖରା ଚାଲଘରେ ସଂଧ୍ୟା ସମୟରେ ଅଗ୍ନିକାଣ୍ଡ ଘଟି ଯିବାରୁ ପୋଡ଼ି ସମ୍ପୃନ ନଷ୍ଟ ହୋଇ ଯାଇଛି ।
ଗ୍ରମବସୀଙ୍କ ଦ୍ଵାରା ଖବର ପାଇ ବରୀ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିକୁ ଆୟତ କରିଥିଲେ । ଏହି ଅଗ୍ନି କାଣ୍ଡରେ ମନମୋହନ ମଲ୍ଲିକ ଙ୍କ ଦୁଇ ବଖରା ଚାଳଘର ସହ ଘରେଥିବା ସମସ୍ତ ଆସବାବ ପତ୍ର ପୋଡି ନଷ୍ଟ ହୋଇ ଯାଇଛି ବୋଲି ଜଣାପଡିଛି । ଅପର ପକ୍ଷରେ ଘରଲୋକ ଙ୍କ ର କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଅଗ୍ନିକାଣ୍ଡର କାହାର ଅସ୍ପଷ୍ଟ ରହିଛି ।