ଭୁବନେଶ୍ବର:୨୯/୩ ମୋଦିଙ୍କ ଆରୋପକୁ ନେଇ ଉଭୟ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, “ଆୟୁଷ୍ମାନ ଯୋଜନାଠାରୁ ଭଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ ବାବୁ କରିଛନ୍ତି। ଓଡ଼ିଶାରେ ଯେଉଁ ବିକାଶ ହୋଇଛି, ତାକୁ ନେଇ କେନ୍ଦ୍ର ସରକାର ଆମକୁ ବାଃ ବାଃ ଦେଇଛନ୍ତି। ଚାଷ ଉତ୍ପାଦନ ହେଉ, ମହିଳାଙ୍କ କ୍ଷେତ୍ରରେ ହେଉ କି ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇଛି। ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି। ଯାହା ବି ଅଭିଯୋଗ ହେଉଛି, ସବୁ ଭିତ୍ତିହୀନ। କାଳିଆ ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରାଯିବା ବେଳେ ଦୃଷ୍ଟି ଦିଆଯାଇଛି। ଆମର ଏହି ଯୋଜନାକୁ ନେଇ କେନ୍ଦ୍ର ନିଜର ଯୋଜନା କରିଛି। କାଳିଆ ଯୋଜନାକୁ ନେଇ ନବୀନ ବାବୁଙ୍କ ଲୋକପ୍ରିୟତାରେ ସେମାନେ ଭୟଭୀତ ହୋଇଯାଇଛନ୍ତି।”
ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଶାଣିତ ସ୍ୱରରେ ମୋଦିଙ୍କୁ ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏଭଳି ଗୋଟିଏ ଦିନରେ ପ୍ରଚାର ପାଇଁ ଓଡ଼ିଶା ଆସିଥିଲେ, ଯେଉଁଦିନ ଜଣେ ପ୍ରାର୍ଥୀ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେଇଛନ୍ତି । ଏହା ସ୍ପଷ୍ଟ ବୁଝାଉଛି ଯେ ରାଜ୍ୟରେ ବିଜେପି ଅ ତି ଦ୍ରୁତଗତିରେ ଭାଙ୍ଗିରୁଜି ଯାଉଛି । ବିଜେଡ଼ି ସହ ବିଜେପି ୯ ବର୍ଷ କାଳ ମେଣ୍ଟ ଶାସନରେ ଥିଲା । ବିଗତ ୫ ବର୍ଷ ବିଜେପି କେନ୍ଦ୍ରରେ ଶାସନ କରୁଛି । ଏହିଭଳି ୧୯ ବର୍ଷ ଭିତରେ ବିଜେପି ୧ ୪ ବର୍ଷ କାଳ ଶାସନ କ୍ଷମତାରେ ରହିଛି । ଏହି ସମୟରେ ଓଡ଼ିଶା ପାଇଁ ବିଜେପି କ’ଣ କରିଛି ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।
Abstract Print Skinny Jumpsuit Robot Costume https://www.weleny.com/products/fashion-abstract-print-skinny-jumpsuit-robot-costume?_pos=1&_sid=893aa720f&_ss=r
muñeca sexual más realista
I have to thank you for the efforts you have put in penning this website. I’m hoping to check out the same high-grade blog posts from you later on as well. Sex Doll Blog