Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଓ ନିରାକରଣ ପାଇଁ ଟେକ୍ନିକାଲ ଟାସ୍କ ଫୋର୍ସ କମିଟି ବୈଠକ

281 0

ବୌଦ୍ଧ:(ଚିତ୍ତରଂଜନସିଂ)ଆଜି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ଜିଲ୍ଲା ସ୍ତରୀୟ ମାଲେରିଆ, ଡେଙ୍ଗୁ, ଫାଇଲେରିଆ ଆଦି ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଓ ନିରାକରଣ ପାଇଁ ଜିଲ୍ଲାପାଳଙ୍କ ସଭାପତିତ୍ବରେ ଟେକ୍ନିକାଲ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ପିଡି ଡି ଆର ଡିଏ, ଉପଜିଲ୍ଲାପାଳ , ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଫିସରମାନେ ଯୋଗ ଦେଇଥିଲେ। ଡାକ୍ତର ମଦନ ମୋହନ ପ୍ରଧାନ ( ଏଡି ପିଚ୍ଓ ଭିବିଡି) ମାଲେରିଆ ଓ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗମାନଙ୍କର ସ୍ଥିତି ଓ ସେସବୁର ନିୟନ୍ତ୍ରଣ ଓ ନିରାକରଣ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରାଇ ଥିଲେ। ଆସନ୍ତା ଚାରି ମାସ। ପାଇଁ କଣ କରାଯିବ ସେମ୍ବନ୍ଧୀୟ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଥିଲେ।

ମାଲେରିଆର ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ ଏବର୍ଷ ଗତ ବର୍ଷ ତୁଳନାରେ କମ ରହିବ ବୋଲି ଅନୁମାନ କରାଯାଉଛି। ଏଲ୍ ଏଲ୍ ଆଇ ଏନ୍ ମଶାରୀର ବହୁଳ ବ୍ୟବହାର ଉପରେ ବହୁତ ଗୁରୁତ୍ୱ ଦିଆଯାଇଥିଲା। ଏଥିପାଇଁ ସବୁ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କର ସହାୟତା ନିଆଯିବ। ସରପଞ୍ଚ ଓ ଓ୍ବାଡ ମେମ୍ବର, ଏସ୍ ଏଚ ଜି, ଏନଜିଓ ଜିକେସ ମାନଙ୍କର ସହାୟତା ଲୋଡା ଯିବ। ବିଡିଓମାନେ ସିଏଚ ସି ମେଡିକାଲ ଅଫିସରଙ୍କ ସହାୟତାରେ ନିଜ ନିଜ ବ୍ଲକ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଡେଙ୍ଗୁ ସମ୍ପୂର୍ଣ ନିୟଣରେ ଅଛି। ଫାଇଲେରିଆ ନିରାକରଣରେ ବୋଦ୍ଧଜିଲା ବହୁତ ଆଗୁଆ ଅଛି।

Related Post

ଅଢେଇ ବର୍ଷର ନିଖୋଜ ଶିଶୁ କନ୍ୟା ପୋଖରୀ ରୁ ଉଦ୍ଧାର

Posted by - November 30, 2021 0
ବସ୍ତା:ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ସଦର ବ୍ଲକ ନିମା ଗ୍ରାମର ଉମାକାନ୍ତ ପ୍ରଧାନଙ୍କ ଅଢେଇ ବର୍ଷର ଶିଶୁ କନ୍ୟା ଶାଇସ୍ମିତା ଗତକାଲି ଗ୍ରାମରୁ ନିଖୋଜ ହୋଇଯାଇଥିଲା, ପରିବାର…

ମୁଖ୍ୟ ଶାସନ ସଚିବଙ୍କ ଉପାନ୍ତ ଅଞ୍ଚଳ ଗସ୍ତ- ଦୀର୍ଘ ୧୪ ବର୍ଷ ପରେ ଜିଲ୍ଲା ବାସୀଙ୍କ ସ୍ବପ୍ନ ସାକାର ହେଲା–

Posted by - April 16, 2022 0
ମାଲକାନଗିରି:୨୦୦୮ ମସିହା ଏପ୍ରିଲ୍ ପହିଲା ଦିନ ଓଡ଼ିଶାର କନ୍ୟାକୁମାରୀ ଭାବେ ପରିଚିତ ମୋଟୁ ମୋଗି-ପଏଣ୍ଟ ଠାରେ ଓଡ଼ିଶା ଭୂଖଣ୍ଡକୁ ଆନ୍ଧ୍ର ପ୍ରଦେଶର ପ୍ରସ୍ତାବିତ ପୋଲାଭରମ ପ୍ରକଳ୍ପ ଦାଉରୁ…

ହାଇଟେକ୍ ହାଟରେ ପରିଣତ ହେବ ଧର୍ମଶାଳାର ସାପ୍ତାହିକ ହାଟ

Posted by - December 28, 2019 5
ଯାଜପୁର;( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଧର୍ମଶାଳା ହାଟ ହେଉଛି ସର୍ବ ପୁରାତନ । ଏହି ସାପ୍ତାହିକ ହାଟକୁ ଏକ ହାଇଟେକ ହାଟରେ ପରିଣତ କରିବାକୁ ନିଆଯାଉଛି…

ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ

Posted by - January 3, 2022 0
ମୁନିଗୁଡା:(ରମାକାନ୍ତ ପୋଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କନ୍ତରାବାଲି ଗାଁ ରେ ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧା ଙ୍କ ମୃତ୍ୟୁ । ମୃତକ ଜଣକ କନ୍ତରାବାଲି ଗାଁ…

ମହିଳାଙ୍କ ଭିଡିଓ ଉତ୍ତୋଳନ ପଡିଲା ମହଙ୍ଗା

Posted by - July 25, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଚାରଭାଟି ଗ୍ରାମରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଚାରଭାଟି…