ବୌଦ୍ଧ-(ଚିତ୍ତରଞ୍ଜନ ସିଂ)ନାବାର୍ଡ ତରଫରୁ ୪୦ ତମ ପ୍ରତିଷ୍ଠା ଦିବସ ପାଳନ ଏବଂ କୃଷି ଓ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଦେଶ ପାଇଁ ୪୦ ବର୍ଷର ସେବାକୁ ସ୍ମରଣ କରିବା ପାଇଁ ନାବାର୍ଡ ଓଡିଶା ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ୨୦ ଜୁଲାଇ ୨୦୨୧ ରେ ରାଜଭବନ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ରାଜ୍ୟପାଳ ଓଡିଶା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ଶ୍ରୀ ପି କେ ଜେନା, ଉନ୍ନୟନ ଆୟୁକ୍ତ -ତଥା -ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀ ଏ କେକେ ମିନା , ପ୍ରମୁଖ ସଚିବ, ଅର୍ଥ ବିଭାଗ, ଓଡିଶାର ସରକାର, ନାବାର୍ଡ, ମହାପ୍ରବନ୍ଧକ, କମିଶନର କମ ସେକ, ମିସନ ଶକ୍ତି ପ୍ରମୁଖ ରାଜଭବନ, ଭୁବନେଶ୍ୱର ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । କୋଭିଡ ପ୍ରତିବନ୍ଧକ ହେତୁ ଏହି କାର୍ଯ୍ୟକ୍ରମ ରାଜ ଭବନ ପରିସରରୁ ଆଭାସୀ ଜରିଆରେ ସମସ୍ତ ଜିଲ୍ଲା ସହିତ ସଂଯୁକ୍ତ ହୋଇଥିଲା। ଏହି ଅବସରରେ ରାଜ୍ୟପାଳ ଙ୍କ କର କମାଳରେ ନାବାର୍ଡ ର ଉଲ୍ଲେଖନୀୟ କାର୍ଯକ୍ରମ ସମର୍କିତ ଏକ ପୁସ୍ତିକା “ପ୍ରତିଫଳନ ୨୦୨୦-୨୧ ର ଅନାବରଣ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଜିଲ୍ଲାପାଳ ଯୋଗ ଦେଇଥିଲେ । ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଶ୍ରୀ ରବୀନ୍ଦ୍ର କୁମାର ସେଠୀ, LDM, ପ୍ରଶାନ୍ତ କୁମାର ଦାସ, ପ୍ରବନ୍ଧକ, ନାବାର୍ଡ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ , ଶ୍ରୀମତୀ କୁନି ସାହୁ, ଜଣେ ସଫଳ ଉଦ୍ୟୋଗୀ ଯିଏକି ହରଭଙ୍ଗା ବ୍ଲକରେ ନାବାର୍ଡ ସହାୟତା କାର୍ଯ୍ୟକାରୀ ହେଉଥିବା LEDP କାର୍ଯକ୍ରମ ର ସହାୟତା ମାଧ୍ୟମରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି, ତାଙ୍କୁ ଜିଲ୍ଲପାଳ ଙ୍କ କରକମଳରେ ସମ୍ମାନିତ କରାଯାଇଥିଲା | ବୌଦ୍ଧ ଜିଲ୍ଲାର ଶ୍ରୀମତୀ କୁନି ସାହୁ ରାଜ୍ୟ ର 30 ଜଣ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି, ଯେଉଁମାନେ କୃଷିର ବିକାଶରେ ତଥା ରାଜ୍ୟର ଗ୍ରାମାଞ୍ଚଳର ଦୃଶ୍ୟପଟ୍ଟରେ ଅସାଧାରଣ ଅବଦାନ ରଖିଥିଲେ, ଓଡିଶାର ପ୍ରତ୍ୟେକ ଜିଲ୍ଲାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ମଜବୁତ କରିବା, SHG ସଦସ୍ୟଙ୍କ ପାଇଁ ନିରନ୍ତର ଜୀବିକା ନିର୍ବାହ,କୃଷି ଉତ୍ପାଦକ କମ୍ପାନୀଗୁଡିକୁ ପ୍ରୋତ୍ସାହିତ ଭଳି ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ପ୍ରୟାସକୁ ପ୍ରଶଂସା କରିଛନ୍ତି। 40 ବର୍ଷର ଏହି ଯାତ୍ରାରେ ସେ ନାବାର୍ଡଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଆଗାମୀ ବର୍ଷରେ ଆହୁରି ଅନେକ ମାଇଲଖୁଣ୍ଟ ହାସଲ କରିବାକୁ ଆଶା କରିଛନ୍ତି |