ମାଲକାନଗିରି:( ଅବଦୁଲ ଗନି) ଔଷଧ ଦୋକାନୀ ଙ୍କ ଚିକତ୍ସା ରେ ନାବାଳିକାର ମୃତ୍ୟୁ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବଗୁଡ଼ା ଗ୍ରାମପଂଚାୟତ ମାଡକାମିଗୁଡା ଗ୍ରାମର ରାମଚନ୍ଦ୍ର ବାରୀକ ଙ୍କ ଚଉଦ ବର୍ଷ ର ଝିଅ ନୀଳିମା ବାରୀକ ଙ୍କୁ ଗତ କାଲି ସକାଳେ ପେଟ ବ୍ୟଥା ହେବାରୁ ମାଥିଲି ଗାନ୍ଧୀଛକ ନିକଟରେ ଥିବା ଶ୍ରୀରାମ ମେଡିକାଲ ଦୋକାନ ରେ ଥିବା ଦୋକାନୀ କୁ କହିଥିଲେ। ଦୋକାନୀ ପ୍ରଶାନ୍ତ କୁମାର ଆଚରି ନୀଳିମା ଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ ଯାହାଦ୍ୱାରା ନୀଳିମାର ଦେହ ଅତ୍ୟଧିକ ଖରାଫ ହୋଇଯାଇଥିଲା। ପରିବାର ଲୋକେ ସଙ୍ଗେ ସଙ୍ଗେ ମାଥିଲି ମେଡିକାଲ କୁ ତାଙ୍କୁ ନେଇଯାଇ ଥିଲେ ।
ଡାକ୍ତର ଆସି ଚିକିତ୍ସା କଲାବେଳକୁ ନୀଳମା ଙ୍କ ମୃତ୍ୟୁ ହଇଯାଇଥିଲା ଏହା ପରେ ମାଥିଲି ପୋଲିସ ପହଞ୍ଚି ଶ୍ରୀରାମ ମେଡିକାଲ ଦୋକାନୀ ଙ୍କୁ ଥାନା ରେ ଅଟକ ରଖିବା ସହ ମେଡିକାଲ ଦୋକାନ କୁ ସିଲ କରିଛି।ମାଥିଲି ବ୍ଲକ ରେ ମାଳ ମାଳ ନକଲି ଡ଼କ୍ଟର ଥିବା ସ୍ଥଳେ ଓ ଯେଉଁ ସବୁ ମେଡିକାଲ ଦୋକାନୀ ଅଛନ୍ତି ସେମାନଂକର ଶିକ୍ଷା ଯୋଗ୍ୟତା ଏବଂ ଡିଗ୍ରୀ ଅଛି କି ନାହିଁ ତାହା କେହି ଜାଣିନାହାନ୍ତି।ଏଠାରେ ଯିଏ ଓଷଦ ଇଞ୍ଜେକ୍ସନ ଦେଲା ସେ ଡ଼କ୍ଟର ହୋଇଯାଉଛି। ଏପରି ପରିସ୍ଥିତି ରେ ମାଥିଲି ବ୍ଲକ ର ନିରୀହ ଆଦିବାସୀ ମାନେ ନକଲି ଡାକ୍ତରଙ୍କ ଦ୍ଵାରା ଚିକିସ୍ତିତ ହୋଇ ପ୍ରାଣ ହରାଉଛନ୍ତି। ପୋଲିସ ତୁରନ୍ତ ସମସ୍ତ ନକଲି ଡଡାକ୍ତର ଓ ଔଷଦ ଦୋକାନୀ ଙ୍କର ତଦନ୍ତ କରିବାକୁ ଦାବି ହୋଇଛି ।ଏହି ବିଷୟ ରେ ପୋଲିସ ଅଧିକ ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଯାଇଛି।