Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ବାଙ୍ଗାଲୋର ଠାରେ ସାଂକେତିକ ରଥଯାତ୍ରା ଉତ୍ସବ ପାଳନ

372 0

ରିପୋର୍ଟ :(ସ୍ନେହାଂଶୁ ଶେଖର ମହାନ୍ତି)

ବାଙ୍ଗାଲୋର: କୋଭିଡ୍‍ କଟକଣା ମଧ୍ୟରେ ବେଙ୍ଗାଲୁରୁଠାରେ ରଥଯାତ୍ରା ମହୋତ୍ସବ ପାଳିତ ହୋଇଯାଇଛି । ମହାନଗରର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ବଢ଼ି ଭୋରରୁ ମଙ୍ଗଳ ଆଳତୀ, ଅବକାଶ, ମଇଲମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ସାହାଣ ମେଲା ଆଦି ରୀତିନୀତି ଯଥାବିଧି ମୁତାବକ ସମ୍ପନ୍ନ କରାଯାଇଥିଲା । କୋଭିଡ୍‍ ପ୍ରୋଟୋକଲକୁ ପାଳନ କରାଯାଇ ରଥଯାତ୍ରା ପର୍ବ ପାଳନକୁ ମନ୍ଦିର ପରିସର ମଧ୍ୟରେ ହିଁ ସୀମିତ ରଖାଯାଇଥିଲା । ଫେସ୍‍ବୁକ୍‍ରେ ଲାଇଭ୍‍ଷ୍ଟ୍ରିମିଂ ଜରିଆରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କର ପୂଜାର୍ଚ୍ଚନା ଏବଂ ସାଂକେତିକ ରଥଯାତ୍ରାକୁ ଦେଖିପାରିଥିଲେ । ଅପରାହ୍ଣ ୧ଟାରୁ ୨ଟା ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରଯାଇ ଉପର ମହଲାରେ ଥିବା ଅଣସର ଗୃହରୁ ତଳ ମହଲାକୁ ଅଣାଯାଇଥିଲା ।ପ୍ରଥମେ ପ୍ରଭୁ ସୁଦର୍ଶନ ତା’ପରେ ବଡ଼ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଶଙ୍ଖ,ଘଣ୍ଟ, ମର୍ଦ୍ଦଳ, କରତାଳ, ଝାଞ୍ଜ ଓ ମୁର୍ଦ୍ଦଙ୍ଗର ଗହଗହ ନାଦ ଏବଂ ଜୟ ଜଗନ୍ନାଥ ଧ୍ୱନୀ ସହିତ ସୀମିତ ପୁଜାରୀ ଏବଂ ଆୟୋଜକଙ୍କ ଦ୍ୱାରା ରୋଷଣୀ କରି ଅଣାଯିବାର ଦୃଶ୍ୟବେଶ ମନୋରମ ଥିଲା ।

ଏଠାରେ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ମନ୍ଦିର ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟୀ ଚକ୍ରଧର ସ୍ୱାଇଁଙ୍କଦ୍ୱାରା ସମାପନ ହୋଇଥିଲା । କର୍ଣ୍ଣାଟକ ସରକାରଙ୍କ ତରଫରୁ ଜାରି କରାଯାଇଥିବା ନୂଆ କରୋନା ସର୍ତ୍ତାବଳୀ ଅନୁଯାୟୀ ଭକ୍ତମାନଙ୍କୁ ସକାଳେ ସାହାଣମେଲା ସମୟରେ ଓ ସନ୍ଧ୍ୟାରେ ଦିଅଁମାନଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା ।ଠାକୁରମାନେ ଆଜିଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ମନ୍ଦିରର ତଳ ତାଲାସ୍ଥିତ ହଲ୍‍ରେ ରହିବେ ବୋଲି ମ୍ୟାନେଜିଂ ଟ୍ରଷ୍ଟି ତଥା ପ୍ରଖ୍ୟାତ ଚିକିତ୍ସାବିତ୍‍ ଡଃ ପ୍ରତାପ ପାଣିଙ୍କଠାରୁ ପ୍ରକାଶ । ଚଳିତ ବର୍ଷ ରଥଯାତ୍ରା ଉତ୍ସବର ଆୟୋଜନ ଏବଂ ଏହାର ସୁପରିଚାଳନା କରିବାରେ ମନ୍ଦିର ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟୀ ଡ. ପ୍ରତାପ ପାଣି, ସଦସ୍ୟ ନୀହାର ସାମନ୍ତରା, ଏନ୍‍.ଆର୍‍.ବି ପଟ୍ଟନାୟକ, ହରପ୍ରସାଦ ମହାପାତ୍ର, ସତୀକାନ୍ତ ଷଡ଼ଙ୍ଗୀ, ଚକ୍ରଧର ସ୍ୱାଇଁ, ପ୍ରକାଶ ସାମନ୍ତରା, ବିଚାରପତି ଜେ.ପି. ଉଦ୍‍ଗାତା, କାମାକ୍ଷା ପଣ୍ଡା, ପୂଣ୍ୟଶ୍ଲୋକ ଖୁଣ୍ଟିଆ, ମନୋଜ ମହାପାତ୍ର, ମନୋଜ ପାତ୍ର ଓ ନିରଞ୍ଜନ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଜଣାଯାଇଛି ।

Related Post

ୱିଙ୍ଗ କମାଣ୍ଡର ଅଭିନନ୍ଦନ ଙ୍କ ସାଙ୍ଗରେ ନଥିଲେ ତାଙ୍କ ଧର୍ମ ପତ୍ନୀ ସେ କିଏ ଥିଲେ ଜାଣନ୍ତୁ।

Posted by - March 2, 2019 8,360
ପାକ୍‌ ବିମାନ ଏଫ୍‌-୧୬ ସହ ଲଢ଼ୁଥିବା ସମୟରେ ପାକ୍‌ ସୀମା ଭିତରକୁ ପଶି ଯାଇ ଶତ୍ରୁପକ୍ଷର ଗୁଳିମାଡ଼ରେ ଖସି ପଡ଼ିଥିଲେ ପାଇଲଟ୍‌ ଅଭିନନ୍ଦନ । ଏହା ପରେ…

ଜାପାନୀ ଭାଷାରେ ଅନୁବାଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

Posted by - January 11, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ /ଅର୍ଜୁନ ପଟନୟକ) ଆନ୍ତଃରାଷ୍ଟ୍ରୀୟ ଖ୍ୟାତନାମା ଜାପାନୀୟ କବି ମାକି ଷ୍ଟାରଫିଲ୍ଡ କବି ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତାକୁ ଜାପାନୀୟ ଭାଷାରେ ଅନୁଦିତ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଯଶବନ୍ତ ସିହ୍ନା,ରାହୁଲ ଗାନ୍ଧି ଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ

Posted by - June 29, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧିଦଳର ପ୍ରାର୍ଥୀ ଯଶଵନ୍ତ ସିହ୍ନା ଜୁନ୍ ୨୭ ତାରିଖ ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।…

ଜୟପୁର ରେ ମୋଦିଙ୍କ ନିର୍ବାଚନୀ ପ୍ରଚାର, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

Posted by - March 29, 2019 1,188
ଜୟପୁର ୨୯|୩ : କୋରାପୁଟ ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ ।…

ବିନା ରାଜ୍ୟରେ ରାଜା , “ଗଜପତି” ପୁସ୍ତକ ଉନ୍ମୋଚୋନ

Posted by - September 20, 2022 0
ନୁଆଦିଲ୍ଲୀ (ବ୍ୟୁରୋ)  : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଦ୍ୟ ସେବକ ଗଜପତିଙ୍କର ନିଜ ପାଇଁ କୌଣସି ରାଜ୍ୟର ଆବଶ୍ୟକତା ନାହିଁ। ବରଂ ଜଗତର ନାଥଙ୍କର ଅନ୍ତରଙ୍ଗ ସେବାକାରୀ…