ନଦୀରେ ଖସିଲା କାର ସମସ୍ତେ ସୁରକ୍ଷିତ

781 0

ମାଲକାନଗିରି :(ଅବଦୁଲ ଗନି)ନଦୀରେ ଖସିଲା କାର ସମସ୍ତେ ସୁରକ୍ଷିତ ମାଲକାନଗିରି ଜିଲ୍ଲା ପାଙ୍ଗମ ନଦୀରେ ଆଜି ସକାଳ ସାତଟା ସମୟ ରେ ଭୁବନେଶ୍ୱର ଠାରୁ ମାଲକାନଗିରି ଅଭିମୁଖେ ଓଡି ୧୫ବି ୧୧୫୫କ୍ରମିକ ସିଫ୍ଟ କାର ଯୋଗେ ଷ୍ଟାଫ ନର୍ସ ମାଲକାନଗିରି ଜିଲ୍ଲାରେ ଯୋଗ ଦେବା ପାଇଁ ନିଜ ସ୍ୱାମୀ ଓ ଦୁଇ ଛୁଆ ଙ୍କୁ ନେଇ ଆସିଥିଲେ ପାଙ୍ଗମ ନଦୀ ପୋଲ ନିକଟରେ ଡ୍ରାଇଭର ର ଆଖି ପଡି ଯିବାରୁ ଭାରସାମ୍ୟ ହରାଇ ନଦୀ ତଳକୁ ପ୍ରାୟ ତିରିଶ ଫୁଟ ତଳକୁ ଖସିଯାଇଥିଲା ।

ପାଙ୍ଗମ ଗ୍ରାମର କେତେକ ଯୁବକ ସେହି ସମୟରେ ନଦୀରେ ଗାଧୋ ଊ ଥିବା  ଉକ୍ତ ଯୁବକ ମାନେ ସମସ୍ତଙ୍କୁ ଉଦ୍ଧାର କରିବା ସହ ମାଥିଲି ମେଡିକାଲ କୁ ପଠାଇ ଥିଲେ।  ମାଥିଲି ମେଡିକାଲ ରେ ଚିକତ୍ସା କରିବା ପରେ ସମସ୍ତେ ସୁସ୍ଥ ଥିବା ଜଣାଯାଇଛି।  ପରେ ସମସ୍ତଙ୍କୁ ମାଲକାନଗିରି ପଠାଯାଇଥିବା ଜଣା ଯାଇଛି ଦୁଇଟି ଛୁଆ ମଧ୍ୟରେ ଜଣେ ତିନି ବର୍ଷ ଓ ଜଣେ ସାତ ବର୍ଷ ର ବୋଲି ଜଣାଯାଇଛି

Related Post

ନଗଦ ଟଙ୍କା ଆକାର ରେ ଭତ୍ତା ପ୍ରଦାନ ଦାବୀ

Posted by - September 22, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀ ମାନେ ନଗଦ ଭତ୍ତା ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟରେ ପାଇବା…

ସିହିନି ସରପଞ୍ଚଙ୍କ ଉଦ୍ୟମ,ଉଦେପୁରର ଯୁବ ଗୋଷ୍ଠୀଙ୍କ ନିଶୁଳ୍କ ପରିଶ୍ରମ ଏବଂ ନାଗ ପରିବାରଙ୍କ ସହଯୋଗ ଯୋଗୁଁ ପାଣି ନିଷ୍କାସନ ସମସ୍ୟାର ହେଲା ସମାଧାନ

Posted by - July 5, 2022 0
ଟିଟିଲାଗଡ 🙁 ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ଲକ ସିହିନୀ ଗ୍ରାମ ପଞ୍ଚାୟତର ଉଦେପୁର ଗ୍ରାମରେ ଦୀର୍ଘ ଦିନ ହେଲା ରାସ୍ତା ଉପରେ, ଘର ସାମନାରେ ପାଣି…

ସାମାଜିକ  ଗଣମାଧ୍ୟମ ଫେସ୍‌ବୁକ୍‌ରେ ଆପତ୍ତିନକ ପୋଷ୍ଟ କରିବା ଅଭିଯୋଗରେ ଦମ୍ପତି ଗିରଫ 

Posted by - May 26, 2021 0
ଯାଜପୁର ଦଶରଥପୁର ବ୍ଲକ ୭ ନଂ. ଜୋନ୍‌ର ଜିଲ୍ଲାପରିଷଦ ସଭ୍ୟା ମାମିନା ମଲ୍ଲିକଙ୍କ ଚରିତ୍ରକୁ ଇଙ୍ଗିତ କରି ପାଲଟପୁର ପଞ୍ଚାୟତର ଜ୍ୟୋତ୍ସ୍ନା ମହାପାତ୍ର କିଛି ଦିନ ହେବ ଫେସ୍‌ବୁକ୍ ମାଧ୍ୟମରେ ଆପତ୍ତିନକ ଫଟୋ ଓ ଅଶ୍ଳୀଳ ଭାଷା ପୋଷ୍ଟ କରିଆସୁଥିଲେ । ଏନେଇ ଜିଲ୍ଲାପରିଷଦ ସଭ୍ୟା ମାମିନା ମଲ୍ଲିକ ସମ୍ପୃକ୍ତ ମହିଳାଙ୍କୁ ଫେସ୍‌ବୁକ୍ ମାଧ୍ୟମରେ ଏଭଳି ନକରିବାକୁ ଆପତ୍ତି ଜଣାଇଥିଲେ ମଧ୍ୟ ସମ୍ପୃକ୍ତ ମହିଳା ବେଫିକରଭାବେ ଫେସ୍‌ବୁକ୍‌ରେ ଆପତ୍ତିଜନକ ଫଟୋ ଓ ଅଶ୍ଳୀଭାଷା ପୋଷ୍ଟ କରିବା ଜାରୀରଖିଥିଲେ । ଯାହାକୁ ନେଇ ମାମିନା ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାମିନା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଘଟଣାକୁ ନେଇ ଅଭିଯୋଗକରିବା ସହିତ ଅଭିଯୁକ୍ତା ମହିଳାଙ୍କୁ ଗରିଫ କରିବାକୁ ଦାବି କରିଥିଲେ,ସଦର ପୋଲିସ ଅଭିଯୁକ୍ତ ମହିଳା ଜ୍ୟୋତ୍ସ୍ନା ଓ ତାଙ୍କୁ ସହଯୋଗ କରିଥିବା ସ୍ୱାମୀ ରତିକାନ୍ତ ସ୍ୱାଇଁଙ୍କୁ ଭୁବନେଶ୍ୱର ଗଣ୍ଡମୁଣ୍ଡା ଅଞ୍ଚଳରୁ  ଗିରଫକରି ମଙ୍ଗଳପୁର ଥାନାକୁ ହସ୍ତାନ୍ତର କରିଥିଲେ । ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ମଙ୍ଗଳପୁର ପୁଲିସ୍ ଯାଜପୁର କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମୁଞ୍ଜର ହେବାରୁ ଜ୍ୟୋତ୍ସ୍ନା ଓ ତା ସ୍ୱାମୀ ରତିକାନ୍ତ ଜେଲ୍ ଯାଇଥିବା ଜଣାପଡିଛି । ଅନ୍ୟପଟେ ଏଭଳି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତଙ୍କ ପରିବାର ଲୋକେ।

ଛଟେଇ ପ୍ରତିବାଦରେ ମହିଳା ଶ୍ରମିକ ମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା

Posted by - December 24, 2020 0
ଯାଜପୁର (ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲା କାଳିଆପାଣି ଟାଟା ମାଇନ୍ସରେ କାର‌୍ୟ୍ୟରତ ମହିଳା କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ମହିଳା ଶ୍ରମିକ ମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ।ଏହି ମହିଳା ଶ୍ରମିକ ମାନେ ବଗିଚା କାମରେ ଦୀର୍ଘ ୨୦ ବର୍ଷ ଧରି ନିୟୋଜିତ ଥିଲେ । କିନ୍ତୁ କଂପାନି କର୍ତୁପକ୍ଷ ସେମାନଙ୍କୁ କୌଣସି କାରଣ ନ ଦର୍ଶାଇ ବିହସ୍କୃତ କରିବା ପଂଳରେ ସେମାନେ ଭୋକ ଉପବାସରେ ଦିନ କାଟୁଛନ୍ତି,ତେଣୁ ମହିଳା ମାନଙ୍କୁ ପୁନଃର୍ବାର କଂପାନିରେ କାର‌୍ୟ୍ୟକରିବାର ସୁଯୋଗ ଦେବାକୁ ଜିଲାପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

ବିଜେଡିରୁ ଇସ୍ତଫା ଦେଇ ପଦ୍ମ ଧରିଛନ୍ତି ବରିଷ୍ଠ ସାଂସଦ ଅର୍ଜୁନ ସେଠୀ ଓ ମୋହନ ଜେନା

Posted by - March 30, 2019 0
ଭୁବନେଶ୍ବର :୩୦ /୦୩ ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ଅରୁଣ ସିଂ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅର୍ଜୁନଙ୍କ ସମେତ…