ଶେଷରେ ପଦ୍ମ ଧରିଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରମୁଖଙ୍କ ଉପସ୍ଥିତିରେ ଡାକ୍ତର ଦାମୋଦର ରାଉତ ବିଜେପିରେ ବିଧିବଦ୍ଧ ଭାବେ େଯାଗ ଦେଇଥିବା ସଂପର୍କରେ ଘୋଷଣା କରାଯାଇଛି।୬ମାସ ତଳେ ଦାମଙ୍କୁ ବିେଜଡି ବହିଷ୍କାର କରିଥିଲା। ବିେଜପିରେ େଯାଗଦାନ ପରେ ଦାମ ବାବୁଙ୍କ ସ୍ବର ଶତ ପ୍ରତିଶତ ବଦଳିଯାଇଛି। କହିଛନ୍ତି,“ଓଡ଼ିଶାର ସ୍ୱାର୍ଥ ଓ ମୋଦୀଙ୍କ ନେତୃତ୍ୱରେ ଆକର୍ଷିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ଓଡ଼ିଶା ସଠିକ୍ ଦିଗରେ ଆଗେଇ ପାରିବ। ମୁଁ ଦଳରେ ଜଣେ କର୍ମୀ ଭାବେ ବିଜେପି ପାଇଁ ମନପ୍ରାଣ ଦେଇ କାର୍ଯ୍ୟ କରିବି।”
ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ପ୍ରକୃତି ବିଜୁ ବାବୁଙ୍କର ଠିକ୍ ବିପରୀତ। ସେ ଓଡ଼ିଶା ଲୋକଙ୍କୁ ଭଲ ପାଆନ୍ତି ନାହିଁ। ଓଡ଼ିଆ କୁହନ୍ତି ନାହିଁ। ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦିଅନ୍ତି। ଚାରା ଦୁର୍ନୀତି ନେଇ ନବୀନଙ୍କ ପାଖରେ ଅଭିଯୋଗ କରିଥିଲି। ସେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମୋତେ କାଢ଼ି ଦେଲେ। ଗଲା ଛଅ ସାତ ମାସ ହେଲାଣି ମୁଁ ସାରା ରାଜ୍ୟରେ ବୁଲି ଲୋକଙ୍କୁ ନବୀନଙ୍କ କଳା ଶାସନ ବିଷୟରେ ଅବଗତ କରାଉଛି।ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ବିଜେପିରେ ଦାମୋଦରଙ୍କ ଯୋଗଦାନକୁ ସ୍ୱାଗତ କରିଛନ୍ତି।