୨୯ ଜଣ ଗ୍ରାମ ରୋଜଗାର ସେବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

912 0

ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲାରେ ବହୁଦିନରୁ ଖାଲି ପଡି ରହିଥିବା ଗ୍ରାମ ରୋଜଗାର ସେବକ ପଦବୀ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ଉଦ୍ୟମ କ୍ରମେ ପୂରଣ ହୋଇପାରିଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ଖାଲିପଡ଼ିଥିବା ୩୩ ଗୋଟି ଗ୍ରାମ ରୋଜଗାର ସେବକ ପଦବୀ ପୂରଣ ପାଇଁ ଏଥି ନିମନ୍ତେ ଯୋଗ୍ୟ ବ୍ୟକ୍ତି ଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରିବା ପାଇଁ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ନବରଙ୍ଗପୁର ଦ୍ବାରା ବିଜ୍ଞପ୍ତି ପତ୍ର ସଂଖ୍ୟା ୧୨୯୯, ତା ୧୨.୧୨.୨୦୧୯ ରେ ପ୍ରକାଶ ପାଇଥିଲା। ଏହି ପଦବୀ ରେ ନିଯୁକ୍ତି ପାଇବା ପାଇଁ ୨୯୭୯ ଜଣ ଆବେଦନ କରିଥିଲେ। ଏହି ଆବେଦନ ପତ୍ର ଗୁଡ଼ିକ ଯାଞ୍ଚ କରାଯାଇ ୧୬୫ ଜଣଙ୍କ ଯୋଗ୍ୟ ତାଲିକା ପ୍ରସ୍ତୁତ କରାଯାଇଥିଲା। ଦ୍ଵିତୀୟ ପର୍ଯ୍ୟାୟରେ ୯୯ ଜଣଙ୍କର ଯୋଗ୍ୟ ତାଲିକା ପ୍ରକାଶ କରାଯାଇଥିଲା,ତନ୍ମଧ୍ୟରୁ ୩୩ ଜଣଙ୍କୁ ଶେଷରେ ଯୋଗ୍ୟ ବିବେଚିତ କରାଯାଇଥିଲା।

ଏହି ନବ ନିଯୁକ୍ତି ପାଇଥିବା ଗ୍ରାମ ରୋଜଗାର ସେବକ ମାନଙ୍କୁ ନଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ଜିଲ୍ଲାପରିଷଦ ରାଜୀବ ଭବନ ଠାରେ କରାେନା କଟକଣା ନିୟମାନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ନାୟକ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ମୁଖ୍ୟ ଅଥିତି ଭାବରେ ଯୋଗଦେଇ ନବ ନିଯୁକ୍ତି ପାଇଥିବା ୨୯ ଜଣ ଗ୍ରାମ ରୋଜଗାର ସେବକ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଅନ୍ତର୍ଜାତୀୟ ଯୋଗା ଦିବସ ପାଳନ ଅବସରରେ ନିଯୁକ୍ତି ପତ୍ର ପ୍ରଦାନ କାର୍ଯକ୍ରମ ଆୟାଜନ କରାଯାଇଥିବାରୁ ଏହି ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଗ୍ରାମ ରୋଜଗାର ସେବକ ମାନଙ୍କ ମୁଖ୍ୟ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ତୃଣମୂଳ ସ୍ତରରେ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଯୋଜନା ର ସଫଳ ରୂପାୟନ ରେ ଗ୍ରାମ ରୋଜଗାର ସେବକ ମାନଙ୍କ ଗୁରୁ ଦାୟିତ୍ଵ ଥିବାରୁ କର୍ମ ବୀର ସାଜି କର୍ତ୍ତବ୍ୟ ପରାୟଣ ହୋଇ ନିଷ୍ଠାପର ଭାବରେ ସେବା ମନୋଭାବ ନେଇ ନିଜ ନିଜର ଦାୟିତ୍ଵ ସୁଚାରୁରୂପେ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ।

ଜିଲ୍ଲାପାଳ ଙ୍କ ଠାରୁ ନିଯୁକ୍ତି ପତ୍ର ପାଇଥିବା ୨୯ ଜଣଙ୍କ ମଧ୍ୟରୁ ମାତ୍ର ୭ ଜଣ ପୁରୁଷ ବର୍ଗର ରହିଥିବା ବେଳେ ବାକି ସମସ୍ତେ ମହିଳା ବର୍ଗ ର ଅଟନ୍ତି। ଅବଶିଷ୍ଟ ଯୋଗ୍ୟ ୪ ଜଣ ମୂଳ ନକଲ ଦାଖଲ କଲାପରେ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରକାଶ କରିଥିଲେ। ନିଯୁକ୍ତି ପାଇଥିବା ସମସ୍ତ ଗ୍ରାମ ରୋଜଗାର ସେବକ ମାନଙ୍କୁ ୨୨/୨୩.୬.୨୦୨୧ ଦୁଇ ଦିନ ଜିଲ୍ଲାପରିଷଦ ରାଜୀବ ଭବନ ଠାରେ ପ୍ରଶିକ୍ଷଣ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରତ୍ନାକର ସାହୁ ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଗ୍ରାମ ରୋଜଗାର ସେବକ ମାନଙ୍କ କାର୍ଯ୍ୟ,ଦାୟିତ୍ଵ ବିଷୟରେ ସୂଚନା ଦେଇ ନିଜନିଜର ଦାୟିତ୍ଵ ଠିକ୍ ଭାବରେ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଶିଶିର କୁମାର ପାଣି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ୍ ଯୋଗଦେଇଥିଲେ। ନିଯୁକ୍ତି ଚୟନ ପ୍ରକ୍ରିୟାରେ କୁମାରୀ ବବିତା ପଟ୍ଟନାୟକ, ବରିଷ୍ଟ ରାଜସ୍ବ ସହାୟିକା, ଶ୍ରୀ ମହମ୍ମଦ ଜାବେଦ ଅକ୍ତେର, କନିଷ୍ଠ ରାଜସ୍ବ ସହାୟକ ସହାୟତା କରିଥିଲେ।

Related Post

ବରୀ ବ୍ଲକରେ ବୁଲ୍‌ବୁଲ୍ କାର୍ଯ୍ୟରେ ବ୍ୟାପକ ଅନିୟମିତତା,ଭିଜିଲାନ୍ସ ତଦନ୍ତ ଦାବି

Posted by - February 26, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି ) ବରୀ ବ୍ଲକରେ ବୁଲ୍‌ବୁଲ୍ ଅନୁଦାନରେ ନିର୍ମାଣ ହୋଇଥିବା କାର୍ଯ୍ୟରେ ବ୍ୟପକ ଅନ୍ୟମିତତା ହୋଇଛି । ଏନେଇ ବରୀ କଂଗ୍ରେସ ପକ୍ଷରୁ ଏକ…

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ସ୍ୱନକ୍ଷତ୍ର ଦିବସ

Posted by - February 11, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ସ୍ୱନକ୍ଷତ୍ର ଦିବସ । ଏଥିପାଇଁ ମାଙ୍କୁ ଦର୍ଶନ କରିବା ଓ…

ସୁବର୍ଣ୍ଣପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ

Posted by - November 26, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବଣ୍ଟନ କରା ଯାଇଛି I ଆଜି ଦିନ ୧୧ ଟା ୩୦ମିନିଟ…

ମାସେ ବିତିଯାଇଥିଲେ ମଧ୍ୟ ପୋଖରୀରୁ ମିଳିଥିବା ଶବର ସୁରାକ ମିଳିଲା ନାହି

Posted by - September 21, 2021 0
ଯାଜପୁର ଥାନା ବାଣପୁର ଗାଁ ପୋଖରୀ ରୁ ମିଳିଥିବା ଶବ ଘଟଣାକୁ ମାସେ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ପୋଲିସକୁ କୌଣସି ସୁରାକ ମିଳିପାରିନାହିଁ ଏହା ଏକ ହତ୍ୟାକାଣ୍ଡ ଓ ତାଙ୍କ ସ୍ତ୍ରୀସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଆଜି ପର‌୍ୟ୍ୟନ୍ତ କୌଣସି ଅଭିଯୁକ୍ତ ଙ୍କୁ ଧରିପାରିନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା।

ବରଗାଁ ପଞ୍ଚାୟତରେ ହିତାଧିକାରୀ ଅସନ୍ତୋଷ… ରନ୍ଧା ବସାଇ ଦିନସାରା ରହିଲେ, ଚାଉଳ ନପାଇ ଫେରିଗଲେ

Posted by - September 7, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) : ପିଡିଏସ ଚାଉଳ ନେବାପାଇଁ ପଞ୍ଚାୟତକୁ ଆସିଥିଲେ ହିତାଧିକାରୀ । ପୂର୍ବାହ୍ନ ପର୍ଯ୍ୟନ୍ତ ଚାଉଳ ପାଇ ପାରିଲେନି । ବୁଝିବାରୁ ସରଭର ଡାଉନ ସମସ୍ୟା…