ବେଆଇନ ମଦ ବିକ୍ରି ବନ୍ଦ ନେଇ ଥାନା ର ଦ୍ୱାରସ୍ଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

600 0

ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା NAC ର୧୨ନମ୍ବର ୱାର୍ଡ ନୂଆଁପାଲି ଗ୍ରାମରେ ଚାଲିଛି ବେଆଇନ ଦେଶୀ ମଦ କାରବାର । ଛୋଟ ପିଲା ଠୁ ଆରମ୍ଭ କରି ବୟସ୍କ ସମସ୍ତେ ମଦ ପିଇ ପଥ ଭ୍ରଷ୍ଟ ହେଉଥିବା ବେଳେ, ମଦ ଯୋଗୁଁ ପରିବାର ମଧ୍ୟରେ ଝଗଡା ହେଉଛି ।

 

ଏହା ସହିତ ଗାଁ ର ପରିବେଶ ଅଶାନ୍ତି ସୃଷ୍ଟି ହେଉଛି ଏପରି ଅଭିଯୋଗ ନେଇ ବିନିକା ଥାନା ର ଦ୍ୱାରସ୍ଥ ହୋଇଛନ୍ତି ଗାଁ ର ଚାରିଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ।  ଗାଁ ର ଜୟରାମ ମଲ୍ଲିକ ଖୋଲା ଖୋଲି ଭାବେ ମଦ ବିକୁଥିବା ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଥାନାରେ ।  ତେଣୁ ଆଗାମୀ ଦିନରେ ମଦ ବିକ୍ରି ବନ୍ଦ ନ କରାନଗଲେ ଆନ୍ଦୋଳନ କୁ ତୀବ୍ର କରିବେ ବୋଲି କହିଛନ୍ତି ।

 

Related Post

ଭତ୍ତା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ୮୨ ବର୍ଷୀୟ ବୃଦ୍ଧା

Posted by - May 31, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ ) ଭତ୍ତା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ୮୦ ବର୍ଷୀୟରୁ ଉର୍ଦ୍ଧ ବୟସ୍କା ଜଣେ ବୃଦ୍ଧା । ଓହ୍ଲାଇ ଆସିଛି ବୟସର ଅପରାହ୍ନ। ଚାଲିବାକୁ…

ସୁଶାନ୍ତ ପରିବାରଙ୍କୁ ସରକାରୀ ଯୋଜନା ସାତ ସପନ,ଘର ନାହିଁ କି ରାସନ କାର୍ଡ ନାହିଁ

Posted by - January 6, 2022 0
ବୌଦ୍ଧ: (ଚିତରଞ୍ଜନ ସିଂ) ସରକାରଙ୍କ ଯୋଜନା ଉପରେ ଯୋଜନା, ମାଲ ମାଲ ଯୋଜନା ଥିଲେ ମଧ୍ୟ ସବୁ ଯେମିତି ଫେଲ ମାରିଥିବା ଭଳି ଦୃଶ୍ୟ ଦେଖିବା କୁ…

ବିଜେଡ଼ି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ:ଅମିତ ସାହା

Posted by - January 29, 2019 515
ସାଲେପୁର: ଆଜି ଅମିତ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ହେଲିକପ୍ଟରରେ ସତ୍ୟଭାମାପୁର ଯାଇଥିଲେ। ସେଠାରେ ଅମିତ ଶାହଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଆଜି…

ସପ୍ତମ ବାଷିକ ସାମ୍ବତ୍ସରିକ ଉତ୍ସବ 

Posted by - October 30, 2022 0
ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ରେ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦର ସପ୍ତମ ବାଷିକ ସାମ୍ବତ୍ସରିକ ଉତ୍ସବ ସିଂହପୁର କାଳି ମଣ୍ଡପ ପରିସରେର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସଭାପତି ବିଶିଷ୍ଟ ସାହିତ୍ୟିକ ଦୂର୍ଯ୍ୟୋଧନ ସାମଲ ସଭାପତିତ୍ୱ କରିଥିଲେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୂର ଯୋଗ ଦେଇ ଓଡିଆ ମାନଙ୍କର ଅସ୍ମିତା ଓ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚିତି ସମ୍ପକର୍ରେ ବଣ୍ଣର୍ନା କରିଥିିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବଚକ ପଣ୍ଡିତ ବିରେନ୍ଦ୍ର ପଣ୍ଡା ଯୋଗଦେଇ ମହାଭାରତୀୟ ଦର୍ଶନରେ ବ୍ୟକ୍ତିର ଚରିତ୍ର ଗଠନ ସାମାଜିକ , ନୈତିକ ତଥା ଅଧ୍ୟାତ୍ମିକ ଜୀବନକୁ ପ୍ରଭାବିତ କରିବ ବୋଲି କହିଥିଲେ ।  ସମ୍ମାନୀତ ଅତିଥି ଭାବେ କିଟ୍ ଓ କିସ ସାମାଜିକ ଉନ୍ନୟନ ବିଭାଗ ନିର୍ଦ୍ଦେଶିକା କାବ୍ୟାପ୍ରିୟଦର୍ଶିନୀ ଧଳ ଯୋଗ ଦେଇଥିଲେIଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ଶ୍ରୀମୁଖ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।