Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଛତିଆ ବଜାରରେ ପରିମଳ ବ୍ୟବସ୍ଥା ସୁଧୁରୁନି ,ମୁଖ୍ୟ ଡ୍ରେନ୍ ଜାମ୍ ଉଝୁଳୁଛି ଜଳ

524 0

ଛତିଆ (ପ୍ରମୋଦ ନାୟକ) : ଛତିଆ ବଜାରରେ ପରିମଳ ବ୍ୟବସ୍ଥା ସୁଧୁରୁନି । ଡ୍ରେନ୍ ଠାରୁ ଆରମ୍ଭ କରି ଜଳ ନିଷ୍କାସନ ଆଦି ଫେଲ ମାରିଛି । ଯେତେ ଅଭିଯୋଗ କଲେ ମଧ୍ୟ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ସରକାର ମୌସୁମୀ ଆସିବା ପୂର୍ବରୁ ନଦୀବନ୍ଧ ମରାମତି ଓ ଡ୍ରେନ୍ ସଫେଇ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଛତିଆର ମୁଖ୍ୟ ଡ୍ରେନ୍ ଆଜି ଯାଙ୍କେ ସଫା ହୋଇପାରିନାହିଁ ତାହା ଆବର୍ଜନାରେ ପରିପୂର୍ଣ୍ଣ । ଏହି ଡ୍ରେନ୍‌ଟି ବିଶେଷ କରି ଛତିଆ ବଜାର ଅଞ୍ଚଳ ଓ କମ୍ପାନୀ ବଜାରର ଅଧିକାଂଶ ଅଞ୍ଚଳର ଜଳ ନିଷ୍କାସନ ହୋଇଥାଏ । ମାତ୍ର ଡ୍ରେନ୍‌ଟି ଅଳିହା ଆବର୍ଜନାରେ ଭରି ରହିଛି । ଏବେ ମୌସୁମୀ ଆରମ୍ଭ ହୋଇଗଲାଣି । ତଥାପି ପ୍ରଶାସନ ନିଘୋଡ ନିଦରେ ଶୋଇଛି । ୟସ୍ ବାତ୍ୟାର ବର୍ଷା ଲାଗିରହିବାରୁ ଅଧିକାଂଶ ୱାର୍ଡ ଓ ରାସ୍ତା ଜଳମଗ୍ନ ହୋଇଛି । ଏପରିକି ବହୁ ଦୋକାନ ଘରେ ମଧ୍ୟ ପାଣି ପଶିଯାଇଛି । ଚଳିତ ମୌସୁମୀ ବର୍ଷା ଲାଗି ରହିଲେ ଆହୁରି ସଂଙ୍ଗୀନ ଅବସ୍ଥା ସୃଷ୍ଟି କରିବ ବୋଲି ସାଧାରଣରେ ମତପ୍ରକାଶ ହୋଇଛି ।

ବିଶେଷ କରି ତାରିଣୀ ବଣିକ ବଜାର ଠାରୁ ଛତିଆ ପୋଷ୍ଟ ଅଫିସ୍ ଯାଏ ଯାଇଥିବା ଡ୍ରେନ୍‌ଟି କୁଢ କୁଢ ଅଳିହା ଜମା ହୋଇରହିଛି । ଡ୍ରେନ୍ ଭିତରକୁ ଦେଖିଲେ ଅଳିହା ସାଙ୍ଗକୁ ନର୍ଦ୍ଦମା ପାଣି ଜାମ୍ ହୋଇ ରାସ୍ତାରେ ଲହଡି ମାରୁଛି । ଏହାକୁ ନେଇ ଅଞ୍ଚଳ ବାସୀ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନି । ଉକ୍ତ ରାସ୍ତାଟି ମୁଖ୍ୟ ସଂଯୋଗୀ ରାସ୍ତା ହୋଇଥିବାରୁ ରାସ୍ତା ଉପରେ ମିଲ ଛକ ଠାରେ ଦୁଇରୁ ତିନି ଫୁଟ୍ ଜଳ ଲହଡୀ ମାରୁଛି । ଫଳରେ ଯାତାୟତରେ ଘୋର ବାଧା ସୃଷ୍ଟି କରୁଛି । ଉକ୍ତ ଡ୍ରେନ୍ ଓ ରାସ୍ତାଟି ଆର୍ ଆଣ୍ଡବି ରାସ୍ତାରେ ଯାଉଥିବାରୁ ଯେତେ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନାହିଁ । ଏପରିକି ଜଳ ନିଷ୍କାସନ ନ ହେବାରୁ ବହୁଘର ଭିତରେ ଜଳ ପସି ଆସବାବ ପତ୍ର ନଷ୍ଟ ହେଉଛି । ତୁରନ୍ତ ଉକ୍ତ ଡ୍ରେନ୍‌କୁ ସଫା କରାଯାଇ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବାପାଇଁ ଉକ୍ତ ଅଞ୍ଚଳ ବାସୀ ଓ ବ୍ୟବସାୟୀ ବନ୍ଧୁମାନେ ନିବେଦନ କରିଛନ୍ତି ।

Related Post

ଟି.ଏମ୍‌.ସିରେ ନୀତି ନିୟମ ମାନୁନାହାନ୍ତି ଅନ୍ତେବାସୀମାନେ, ଦିନକୁ ଦିନ ଗୋଷ୍ଠୀ ସଂକ୍ରମଣ ହେବାରେ ଲାଗିଛି

Posted by - August 12, 2020 0
ଯାଜପୁର ଅଫିସ  : ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ରେ କରୋନା ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି । ମଙ୍ଗଳବାର ସୁଧା ୨୧୧ ଜଣ କରୋନାରେ…

ସମ୍ପନ୍ନ ହେଲା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଶେଷକୃତ୍ୟ

Posted by - September 9, 2019 320
ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗରେ…

ମା’ ବିରଜାଙ୍କ ରଥଯାତ୍ରା ପ୍ରସଂଗ ନେଇ ଦାୟର ମାମଲାରେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ନିକଟରୁ ହାଇକୋର୍ଟ ରିପୋର୍ଟ ତଲବ

Posted by - September 28, 2020 0
ଭୁବନେଶ୍ବର :ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତ ବର୍ଷ ହେବା ନେଇ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରାସ୍ଥ ହୋଇଛନ୍ତି…

ଦୁର୍ଦ୍ଦଶା ଭିତରେ ସାତ ପ୍ରାଣୀ କୁଟୁମ୍ବ । ଆବାସ ଯୋଜନା ବାଟ ବଣା

Posted by - October 11, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଂଚାୟତ ଅଧିନସ୍ଥ ପଥରଲସା ଗ୍ରାମ ଭତରା ସାହିର ହାରବତୀ ମାଝୀ (90)  ପୁଅ ତ୍ରିଳଚନ ମାଝୀ…