ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ରଥ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

634 0

ହରଭଙ୍ଗା:(ଚିତ୍ତ ରଞ୍ଜନ ସିଂ)ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଠିଡିକାଯୋର ଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ। ରଥ ମହୋତ୍ସବ କମିଟି ସଭାପତି ତଥା ଦେବୋତ୍ତର ଅଧିକାରୀ ତହସିଲଦାର ଶମ୍ଭୁଭୂଷଣ ମିଶ୍ର ଙ୍କ ସଭାପତିତ୍ୱ ରେ ହରଭଙ୍ଗା ବ୍ଲକ ପରିସରରେ କୋଭିଡ଼ କଟକଣା ଆଧାରରେ ସୀମିତ ସଂଖ୍ୟକ ସଭ୍ୟ ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବିଡ଼ିଓ ନୀଳକଣ୍ଠ ବେହେରା ,ଅତିରିକ୍ତ ତହସିଲଦାର ହରିଓମ ଭୋଇ, ଏସ. ଆଇ ପୁରୁଣାକଟକ ଥାନା ଧବଳେଶ୍ବର ମିଶ୍ର, ସହକାରୀ ଯନ୍ତ୍ରୀ ଅର୍ଜୁନ ଗଡନାୟକ ପ୍ରମୁଖ ଯୋଗଦାନ ଦେଇଥିଲେ ।

ଗତବର୍ଷ ରଥଯାତ୍ରା ଆୟବ୍ୟୟ ହିସାବ ସହିତ ବିବରଣୀ ସମ୍ପାଦକ ବାମଦେବ ଦାଶ ଉପସ୍ଥାପନ କରିଥିଲେ। ପୂର୍ବବର୍ଷ ଭଳି ଚଳିତ ବର୍ଷ ଦେବୋତ୍ତର ଅଧିକାରୀ ଗଜପତି ଦାୟିତ୍ବ ନିର୍ବାହ କରିବା ପାଇଁ ସ୍ଥିର କରାଗଲା। କୋଭିଡ଼ି କଟକଣା ଯୋଗୁଁ ରଥଯାତ୍ରା ନୀତି ମନ୍ଦିର ପରିସରରେ ସମାପନ ସହିତ କଟକଣା କୋହଳ ହେଲେ ପୂର୍ବ ପରି ରଥଯାତ୍ରା କରାଯିବାକୁ ନିଷ୍ପତ୍ତି କରାଗଲା। ମୁଖ୍ୟତଃ ପାଣ୍ଠି ସଂଗ୍ରହ, ସ୍ନାନପୁର୍ଣିମା,ବନକଲାଗି,ମହାପ୍ରସାଦ ପ୍ରସ୍ତୁତି ସମ୍ବନ୍ଧ ରେ ଆଲୋଚନା ହୋଇଥିଲା। ବୈଠକରେ ରଥ ମହୋତ୍ସବ କମିଟି ଉପସଭାପତି ଦିଲ୍ଲୀପ ସାହୁ, କଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ , ଅର୍ଜୁନ କହଁର,ସୁବାସ ପ୍ରଧାନ, ସ୍ୱପ୍ନେଶ୍ୱର ଯାନି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Related Post

ନାନ୍ଦୁପଲାରେ ପୋଲିସର ଜନ ସମ୍ପର୍କ ଶିବିର କ୍ରିକେଟ ଟୁର୍ଣ୍ଣାମେଣ୍ଟ ସହ ମାଗଣା ସ୍ବାସ୍ଥ୍ୟ ଶିବିର ଓ କମ୍ବଳ ବଣ୍ଟନ

Posted by - December 25, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଖେଳ ପଡିଆଠାରେ ପୋଲିସର ଜନସମ୍ପର୍କ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ…

ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Posted by - October 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ସାନ କୁଝାଲା ଗାଁ ରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ଦୈନିକ ଖବର କାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନବଳଙ୍କ ୮୮ ତମ ଜୟନ୍ତୀ ପାଳିତ

Posted by - November 11, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଦୈନିକ ଖବର କାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନବଳଙ୍କ ୮୮ ତମ ଜୟନ୍ତୀ ପ୍ରଦ୍ୟୁମ୍ନବଳ ସ୍ମୃତି ସଂସଦ ପକ୍ଷରୁ ଯାଜପୁର ଟାଉନରେ ପାଳିତ ହୋଇଯାଇଛି ,ସ୍ମୃତି ସଂସଦର ସଭାପତି ଶିଶିର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ଲୋବାଲ ପିିସ ଫାଉଣ୍ଡେସନର ଅଧ୍ୟକ୍ଷ ଡା ରାଜକିଶୋର ପଣ୍ଡା,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବଳଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ ତାଙ୍କର ନିର୍ଭିକ ସାମ୍ବାଦିକତା କୁ ଆଜିର ପିଢ଼ି ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ବିଭିନ୍ନ ସଂଗଠନ ଓ ବହୁ ବୁଦ୍ଧିଜିବି ଯୋଗ ଦେଇଥିଲେ ।  

ଅନୁଗୁଳ ରଜ ପର୍ବ ପାଳନରେ କଟକଣା ଜାରିକଲା ଜିଲ୍ଲା ପ୍ରଶାସନ

Posted by - June 13, 2020 412
ଆନୁଗୁଳ:( ମହେଶ ଭୋମରାଜ)କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଜ ପର୍ବ ପାଳନରେ କଟକଣା ଜାରିକଲା ଜିଲ୍ଲା ପ୍ରଶାସନ । ସଂପ୍ରତି ମହାମାରି କରୋନା ରାଜ୍ୟରେ ତାର କାୟା…

ସହିଦ ଯବାନଙ୍କ ଅମର ଆତ୍ମା କୁ ଶ୍ରଧାଞଳି ଦେଇ କ୍ୟାଣ୍ଡେଲ ସଭାଯାତ୍ରା

Posted by - June 27, 2020 0
ଯାଜପୁର ଅଫିସ :ଲଦାଖର ଗଲୱାନ ଘାଟିରେ  ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଶହୀଦ ହୋଇଥିବା ୨୦ ଭାରତୀୟ  ଯବାନଙ୍କ ଙ୍କୁ ଯାଜପୁର ଜିଲ୍ଲା ସ୍ଥିତ କଳିଙ୍ଗ…