ହିର୍ଲ୍ଲ ଡଙ୍ଗର ର ଉନ୍ନୟନ ବୈଠକ ଭର୍ଚୁଅଲ ମାଧ୍ୟମରେ ଅନୁଷ୍ଠିତ

337 0

ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ହିର୍ଲ(Hirli) ଡଙ୍ଗର ଉନ୍ନୟନ ବୈଠକ ଭର୍ଚୁଅଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ବିଶେଷ କରି ଏହି ବୈଠକରେ ନବରଙ୍ଗପୁର ହିର୍ଲ (hirli) ଡଙ୍ଗର ରେ ଥିବା ଶିଶୁଉଦ୍ୟାନର ସୌନ୍ଦର୍ଯ୍ୟକରଣ କରିବା ସହିତ ସେଠାରେ ଥିବା ଦୁଇ ଗୋଟି ଦୋକାନ ଗୃହ ଗୁଡ଼ିକ ORMAS ଦ୍ୱାରା ସ୍ଥିରୀକୃତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳନା କରିବା ପାଇଁ ନିଷ୍ପତ୍ତି ନିଆଗଲା ।ଡଙ୍ଗର ର ସୌନ୍ଦର୍ଯ୍ୟକରଣ ନିମନ୍ତେ ଆବଶ୍ୟକୀୟ ଆଲୋକର ବ୍ୟବସ୍ଥା କରିବା ସହିତ ଆଠ ପୁଟ ଉଚ୍ଚ ସତୁରି ପ୍ରସ୍ଥ ବିଶିଷ୍ଟ ସୁନ୍ଦର ଆଲୋକ ସଜ୍ଜିତ “I LOVE NABARANGPUR” ଲେଖା କରିବା ପାଇଁ ନବରଙ୍ଗପୁର ପୋୖର ପାଳିକା ର ନିର୍ବାହି ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ଙ୍କୁ ନିର୍ଦେଶ ଦିଆଯାଇଛି ।

ଡଙ୍ଗର ର ପର୍ଯ୍ୟଟନ ସ୍ଥଳୀରୁ ନବରଙ୍ଗପୁରକୁ ଅତି ପାଖରୁ ଉପଭୋଗ କରିବା ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ଏକ ଦୁରବୀକ୍ଷଣ ଯନ୍ତ୍ର ର ବ୍ୟବସ୍ଥା କରାଯାଇଛି ଓ ଏହା ମଧ୍ୟ କାର୍ଯ୍ୟକାରୀ କରିବା ପାଇଁ CEO, ORMAS ଙ୍କୁ ଜିଲ୍ଲାପାଳ ଡ଼ଃ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରତ୍ନାକର ସାହୁ, ଖଣ୍ଡିୟ ବନ ଅଧିକାରୀ, ମଗର ଧନଜି ରାଓସ , ଉପ ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ, ଓଡ଼ିଆ ଗ୍ରାମୀଣ ଉନ୍ନତି ଓ ବିପଅଣ ସଂସ୍ଥା, ଉମା ମହେଶ, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ, ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ, ଅମରେନ୍ଦ୍ର ପାଢ଼ୀ, ତହସିଲଦାର ନବରଙ୍ଗପୁର, ରବୀନ୍ଦ୍ର କୁମାର ରାଉତ, ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ମହେନ୍ଦ୍ର କୁମାର ସାହୁ ଙ୍କ ସହିତ ରାମମୂର୍ତି ପଟନାୟକ, ପି. ଲିଙ୍ଗା ମୂର୍ତ୍ତି ଉପସ୍ଥିତ ଥିଲେ । ନବରଙ୍ଗପୁର ରୁ  ଙ୍କ ରିପୋର୍ଟ

Related Post

ବଡ଼ଗମଡା ରେ ସେମିଯାତ୍ରା ପାଳିତ

Posted by - December 9, 2021 0
ବଙ୍ଗୋମୁଣ୍ଡା:(ଅଭୀମନ୍ୟୁ ବହିଦାର)ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତର ଆଦିବାସୀ ବହୁଳ ବଡଗମଡା ଗ୍ରାମରେ କନ୍ଧ ସମ୍ପ୍ରଦାୟର ଏକ ମୁଖ୍ୟ ପର୍ବ ସେମିଯ।।ତ୍ରା ମଙ୍ଗଳବାର ଦିନ ପାଳିତ…

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଅଜିତ ଦାସଙ୍କ ପରଲୋକ

Posted by - February 5, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ଅନ୍ୟତମ ସୁଯୋଗ୍ୟ ସନ୍ତାନ ପୂର୍ବତନ ବାୟୁସେନା ର ଅପ୍ରତିଦ୍ବନ୍ଦି ଯୋଦ୍ଧା ତଥା ପୂର୍ବତନ ବିଧାୟକ ଅଜିତ…

ଆଜି ଭାରତ ବନ୍ଦକୁ ସମର୍ଥନ ଜଣାଇଲେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା, ପାଞ୍ଚ ଘଣ୍ଟିଆ ରାଜପଥ ଅବରୋଧ

Posted by - May 25, 2022 0
କେସିଙ୍ଗା : (ପୀତେଶ ପଟେଲ) ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ନିଦ୍ଦେର୍ଶ କ୍ରମେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଶାଖା ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ ଜଣାଇ…

ପ୍ରେସ ଦିବସ ଉପଲକ୍ଷେ ମେଘା ରକ୍ତଦାନ ଶିବିର

Posted by - November 19, 2019 354
ଅନୁଗୋଳ:(ମହେଶ ଭୋମରାଜ)ଜାତୀୟ ପ୍ରେସ ଦିବସ ଓ  ଫୋର୍ଥ ପିଲର ଆୱାର୍ଡ଼ ସେରିମନି ଅବସରରେ ଆଜ ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ  ଆସୋସିଏସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ…

ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ

Posted by - July 13, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବାଙ୍ଗରା ପଂଚାୟତ ଛନ୍ଦାମୁଣ୍ଡ ଗ୍ରାମର ତାରିଣୀ ପଡିଆରେ ସାଂସ୍କୃତିକ ଅନୁଷ୍ଠାନ ‘ଆହ୍ୱାନ’ ଓ ତାରିଣୀ ପୀଠ କମିଟି…